Home > ରାଜନୀତି
ହେଭିୱେଟଙ୍କ ପ୍ରଚାରରେ ଦୁଲୁକୁଛି ବିଜେପୁର, ମଙ୍ଗ ଧରିଛନ୍ତି ଧର୍ମେନ୍ଦ୍ର,ନବୀନ ଓ ପ୍ରତାପ ଷଡଙ୍ଗୀ
Khabar Odisha:state-odisha--last-day-of-bijepur-election-campaigning
ବିଜେପୁର, ଅକ୍ଟୋବର ୧୮ (ଖବର ଓଡିଶା) :

ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଅନ୍ତିମ ପର୍ଯ୍ୟାୟରେ ପହଁଚିଛି। ଏଥିପାଇଁ ଆଜି ପ୍ରମୁଖ ରାଜନୈତିକ ଦଳର ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ଦୁଲୁକୁଛୁ ବିଜେପୁର ମଇଦାନ। ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ଧରି ହେଭିୱେଟମାନେ ଜୋରଶୋରରେ ପ୍ରଚାର କରୁଛନ୍ତି। ଏହି ମଧ୍ୟରେ ଆଜି ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବସନ୍ତ ପଣ୍ଡା ପ୍ରାର୍ଥୀ ସନତ ଗଡତିଆଙ୍କୁ ଧରି ରୋଡ ଶୋ କରୁଥିବା ବେଳେ ବିଜେଡିରୁ ଖୋଦ୍ ନବୀନ ପଟ୍ଟନାୟକ ମୋର୍ଚ୍ଚା ସମ୍ଭାଳିଛନ୍ତି। ମୁଖ୍ୟମନ୍ତ୍ରୀ ଗାଇସିଲେଟରେ ରୋଡ ଶୋ କରୁଛନ୍ତି। ସେହି ସମୟରେ କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ଦ୍ଵାରରୁ ଦ୍ଵାର ବୁଲି ଭୋଟ ମାଗୁଛନ୍ତି। 

ବିଜେପୁର ପ୍ରଚାର ମଇଦାନରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହାଁମୁହିଁ ହୋଇଛନ୍ତି। ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ରୋଡ ଶୋ କରିବେ। ବିଜେପୁରର ନାନା ସମସ୍ୟା ନେଇ ଧର୍ମେନ୍ଦ୍ର ଆଜି ବିଜେପୁରବାସୀଙ୍କ ନିକଟରେ ପହଁଚିଛନ୍ତି। କେନ୍ଦ୍ରମନ୍ତ୍ରୀ ଆଜି ବିଜେପୁର ଏନଏସି, ବରପାଲି ଏନଏସି ଓ ବିଭିନ୍ନ ଗ୍ରାମରେ ପଥପ୍ରାନ୍ତ ସଭା କରି ଭୋଟ ଅପିଲ କରିବେ। ସନ୍ଧ୍ୟା ୬ଟା ଯାଏଁ ଏହି କାର‌୍ୟ୍ୟକ୍ରମ ଚାଲିବ। 

ସେହି ସମୟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସହ କେଭି ସିଂ ଦେଓ ଓ ତୁଙ୍ଗନେତା ସବୁ କିଛି ସମୟ ପରେ ବିଜେପୁରରେ ରୋଡ ଶୋ କରିବେ। ବରପାଲିର ମହଦା ତେଜଙ୍ଗ ଓ ଗାଇସିଲେଟରେ ତାଙ୍କର କାର‌୍ୟ୍ୟକ୍ରମ ରହିଛି।