Home > ରାଜନୀତି
ଅଭ୍ୟାସଗତ ଦାଦାଗିରି ପାଇଁ ଅନୁଭବଙ୍କ ବଢୁଛି ଅଡୁଆ
Khabar Odisha:state-odisha-Kendrapara-MP-Anubhav-Mohantys-misbehaviour-towards-reporter
କେନ୍ଦ୍ରାପଡା, ନଭେମ୍ବର ୦୬ (ଖବର ଓଡିଶା) :

ପୁଣି ଥରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଦାଦାଗିରି ସାମ୍ନାକୁ ଆସିଛି। ଗଣମାଧ୍ୟମ ସାମ୍ନାରେ ପୁଣି ଥରେ ଅନୁଭବ ଦାଦାଗିରି ଦେଖାଇଛନ୍ତି। କେନ୍ଦ୍ରାପଡା ଜିଲ୍ଲାପାଳ କାର୍ଯ୍ୟାଳୟ ବାହାରେ ସର୍ବ ସମ୍ମୁଖରେ ଏଭଳି ଦୁର୍ବ୍ୟବହାର ଦେଖାଇଛନ୍ତି। ଏପରିକି ଗୋଟିଏ କଥା କହିଲେ ଏହାର ଅନ୍ୟ ଅର୍ଥ ବାହାର କରି ଖବର ପ୍ରସାରଣ କରାଯାଉଛି ବୋଲି ଗଣମାଧ୍ୟମ ଉପରେ ଲାଞ୍ଛନା ଲଗାଇଛନ୍ତି କେନ୍ଦ୍ରାପଡା ସାଂସଦ। 

ସୂଚଚନାନୁସାରେ, କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି କାଲି ଜିଲ୍ଲାପାଳ କାର୍ଯ୍ୟାଳୟ ବାହାରେ ସର୍ବ ସମ୍ମୁଖରେ ଜଣେ ସାମ୍ବାଦିକଙ୍କ ଦୁର୍ବ୍ୟବହାର କରିଥିଲେ। ସେ ବୁମ୍ ଠେଲି, ପାଖକୁ ଘୋଷାଡି ଆଣି ଖରାପ ବ୍ୟବହାର କରିଥିଲେ। ଏପରିକି ତାତ୍ସଲ୍ୟ କରି ଅନୁଭବ ଓ ତାଙ୍କ ସମର୍ଥକ ତାଳି ମାରିଥିବା ଦେଖାଯାଇଛି। ଗୋଟିଏ କଥା କହିଲେ ଗଣମାଧ୍ୟମ ତାହାକୁ ଅନ୍ୟ ଅର୍ଥ ବାହାର କରି ଖବର ପ୍ରସାରଣ କରୁଛି ବୋଲି ଅନୁଭବ ତାତ୍ସଲ୍ୟ କରିଥିଲେ। 

ଦାଦାଗିରି ପାଇଁ ସାଂସଦ ଅନୁଭବ ମହାନ୍ତିଙ୍କ ଅଡୁଆ ବଢୁଛି। ଅନୁଭବଙ୍କ ଏଭଳି ଆଚରଣକୁ ବିଭିନ୍ନ ମହଲରେ କଡା ସମାଲୋଚନା କରାଯାଉଛି। ବରିଷ୍ଠ ସାମ୍ବାଦିକ ରବି ଦାସ, ରାଜାରାମ ଶତପଥୀ, ପ୍ରସନ୍ନ ମହାନ୍ତି ନିନ୍ଦା କରିଛନ୍ତି। ସାଂସଦ ଏଭଳି ଦୁର୍ବ୍ୟବହାର ପାଇଁ ଦୁଃଖପ୍ରକାଶ କରିବା ଉଚିତ୍ ବୋଲି ବରିଷ୍ଠ ସାମ୍ବାଦିକ କହିଛନ୍ତି। ଅନୁଭବଙ୍କ ଏଭଳି ଗୁଣ୍ଡାଗର୍ଦ୍ଦିକୁ ବିରୋଧ କରି କେନ୍ଦ୍ରାପଡା ସାମ୍ବାଦିକ ସଙ୍ଘ, ସିଭିଲ ସୋସାଇଟି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନେ ଏକ ଶୋଭାଯାତ୍ରାରେ ଆସି କଲେକ୍ଟରେଟ ଘେରାଓ କରିଛନ୍ତି। ଅନୁଭବ ତୁରନ୍ତ କ୍ଷମା ମାଗିବା ସହ ସାଂସଦ ପଦବୀରୁ ଇସ୍ତଫା ଦେବାକୁ ଦାବି କରାଯାଇଛି। ଇସ୍ତଫା ନଦେଲେ ସାମ୍ବାଦିକମାନେ ରାସ୍ତାକୁ ଓହ୍ଲାଇବେ ବୋଲି କଡା ଚେତାବନୀ ଦେଇଛନ୍ତି। 

ତେବେ ଅନୁଭବଙ୍କ ଏଭଳି ଗୁଣ୍ଡାଗର୍ଦ୍ଦି ପ୍ରଥମ ଥର ପାଇଁ ନୁହେଁ ଏହା ପୂର୍ବରୁ ସେ ଜଣେ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ଦେଖାଯାଇଥିଲା। ଏହା ପୂର୍ବରୁ ଅନୁଭବ ଏବଂ ତାଙ୍କ ତାଙ୍କ ଭାଇ ବିଜେଡିର ଛାତ୍ରନେତା ମଞ୍ଜିତ ଦାସଙ୍କୁ ଗାଳିଗୁଲଜ କରିଥିଲେ।