Home > ରାଜନୀତି
ଯୁବକଙ୍କ କାମ ପ୍ରୌଢ କରିପାରିବେ ନାହିଁ - ମୋକିମ
Khabar Odisha:state-odisha-Muhammad-Moquim-targeted-niranjan-pattanaik
ଭୁବନେଶ୍ଵର, ନଭେମ୍ବର ୦୬ (ଖବର ଓଡିଶା) :

ରାଜ୍ୟରେ କଂଗ୍ରେସ ଅସ୍ଥିତ୍ଵ ହରାଇଥିବା ବେଳେ ବେଶ୍ କିଛି ଦିନ ଧରି ଦଳରେ ପିସିସି ସଭାପତି ଆସନକୁ ନେଇ ଟଣାଓଟରା ଚାଲିଛି। ଏହି ମଧ୍ୟରେ ପିସିସି ସଭାପତି ପରିବର୍ତ୍ତନ ନେଇ ପ୍ରଥମ ଥର ମୋକିମ ମୁଁହ ଖୋଲିଛନ୍ତି। ଯୁବକଙ୍କ କାମ ପ୍ରୌଢ କରିପାରିବେ ନାହିଁ ବୋଲି କଂଗ୍ରେସ ବିଧାୟକ ମୋକିମ କହିଛନ୍ତି। 

ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ଯେ, ଦଳରେ ସର୍ବଦା ବଡଙ୍କ ସହ ସାନଙ୍କର ଆବଶ୍ୟକତା ରହିଛି। । ଓଡିଶାରେ ଯୁବ ନେତୃତ୍ଵର ଆବଶ୍ୟକତା ଅଛି। ଯୁବକଙ୍କ କାମ ପ୍ରୌଢ କରିପାରିବେ ନାହିଁ। ବଡ ଛୋଟଙ୍କ ଭିତରେ ସମନ୍ଵୟ, ସମୀକରଣ ରହିଲେ କଂଗ୍ରେସ ଠିକ୍ ଚାଲିବ। 

ପ୍ରଦେଶ କଂଗ୍ରେସ କମିଟି ସଭାପତି ଗାଦିରେ କିଏ ବସିବ ତାକୁ ନେଇ କଂଗ୍ରେସର ।  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧୀ ମେଳିରେ ମହମ୍ମଦ ମୋକିମଙ୍କ ନାଁରେ ମୋହର ବାଜିଛି । ଆସନ୍ତା ୧୦ତାରିଖରେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଓଡ଼ିଶା ପିସିସି ସଭାପତି ଆସନ ଲାଗି ମହମ୍ମଦ ମୋକିମଙ୍କ ନାଁ ପ୍ରସ୍ତାବ ଦିଆଯିବ । ଏନେଇ ପୂର୍ବତନ ପିସିସି ମୁଖପାତ୍ର ଅଶୋକ ସାମଲ ସୂଚନା ଦେଇଛନ୍ତି । 

ଉଲ୍ଲେଖଯୋଗ୍ୟ, ରାଜ୍ୟରେ କଂଗ୍ରେସ ଅସ୍ଥିତ୍ୱ ହରାଇବା ଅବସ୍ଥାରେ ରହିଥିବା ବେଳେ ଏବେ ପିସିସି ଆସନକୁ ନେଇ ଟଣାଓଟରା ଲାଗିଛି । ଏଥିପାଇଁ ଭୁବନେଶ୍ୱରରେ ପିସିସି ଆସନକୁ ନେଇ ଏକ ବୈଠକ ବସିଥିଲା । ଏହି ବୈଠକରେ ଅସନ୍ତୁଷ୍ଟ କର୍ମୀ ପିସିସି ପଦ ପାଇଁ ମହମ୍ମଦ ମୋକିମଙ୍କ ନାଁକୁ ସୁପାରିଶ କରିବା ପାଇଁ  ନିଷ୍ପତ୍ତି ନେଇଥିଲେ। ତେଣୁ ଦିଲ୍ଲୀ ଯାଇ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଓଡ଼ିଶା ପିସିସି ସଭାପତି ଆସନ ଲାଗି ମହମ୍ମଦ ମୋକିମଙ୍କ ନାଁ ପ୍ରସ୍ତାବ ଦିଆଯିବ ବୋଲି କୁହାଯାଇଥିଲା । ଏଥିପାଇଁ ଆସନ୍ତା ୧୦ତାରିଖରେ ସୋନିଆ ଗାନ୍ଧିଙ୍କୁ ଭେଟିବାକୁ ସମୟ ମଗାଯାଇଛି । ବରଗଡ଼ ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ମଧ୍ୟ ପିସିସି ଆସନରେ ପରିବର୍ତ୍ତନ ଜରୁରୀ ବୋଲି କହିଛନ୍ତି । ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏହି ନିଷ୍ପତିକୁ ସମର୍ଥନ ଦେବାକୁ ଜଣାଇଛନ୍ତି।