Home > ରାଜନୀତି
ମୁଖ୍ୟମନ୍ତ୍ରୀ ୫ ବର୍ଷ ରହିଥାନ୍ତେ, ଛାଡିଲେ କାହିଁକି, ବିଜେପୁରବାସୀ ଜବାବ ଦେବେ- ସମୀର ମହାନ୍ତି
Khabar Odisha:state-odisha-bijepur-election-sameer-mohanty
ବିଜେପୁର, ଅକ୍ଟୋବର ୦୬ (ଖବର ଓଡିଶା) :

  ବିଜେପୁର ଉପନିର୍ବାଚନ ନେଇ ଆରମ୍ଭ ହୋଇ ଗଲାଣି ଲଢେଇ। ନିର୍ବାଚନ ନେଇ ରାଜନୈତିକ ଦଳମାନେ ନିଜ ନିଜର ରଣନୀତି ପ୍ରସ୍ତୁତ କରି ସାରିଲେଣି। ଏହି ମଧ୍ୟରେ ରାଜନୈତିକ ଦଳର ନେତାମାନେ ପରସ୍ପର ପ୍ରତି ଆରୋପ ପ୍ରତ୍ୟାରୋପରେ ମଧ୍ୟ ଲାଗି ପଡିଛନ୍ତି। ତେବେ ବିଜେପୁର ନିର୍ବାଚନ ନେଇ ଆଜି ବିଜେପି ନେତା ସମୀର ମହାନ୍ତି ବିଜେଡିକୁ ଟାର୍ଗେଟ୍ କରିଛନ୍ତି।

ବିଜେପୁର ନିର୍ବାଚନ ନେଇ ବିଜେପି ନେତା ସମୀର ମହାନ୍ତି କହିଛନ୍ତି କି, ପୂଜା ଛାଡି ଉପକୂଳିଆ ନେତା ବିଜେପୁରରେ ପ୍ରଲୋଭନକୁ ଆସ୍ଥା କରିଛନ୍ତି। ପ୍ରଲୋଭନ ଆସ୍ଥା ଥିବା ନେତାଙ୍କ ଭିତରେ ପରସ୍ପର ପ୍ରତି ଭରସା ନାହିଁ। କିନ୍ତୁ ବିଜେପୁରବାସୀ ବିଜେଡିକୁ ଗଙ୍ଗାଧର ମେହେର ଜଳପ୍ରକଳ୍ପ କଥା ପଚାରିବେ। ମୁଖ୍ୟମନ୍ତ୍ରୀ ସେଠାରେ ନିର୍ବାଚନ ଜିତିଥିଲେ, ୫ବର୍ଷ ରହିଥାନ୍ତେ, କିନ୍ତୁ ଏକ ବର୍ଷ ପରେ ଛାଡିଲେ କାହିଁକି ବୋଲି ପଚାରିବେ। ବିଜେପୁରରେ ନବୀନଙ୍କ ନାଁରେ ନିର୍ବାଚନ ଲଢୁଛନ୍ତି, କିନ୍ତୁ କୋଟେରୀ ନିର୍ଦ୍ଦେଶରେ ସବୁ ଚାଲିଛି। କାହାକୁ ହୋମିଓପାଥି, କାହାକୁ ଏଲୋପାଥି, କାହାକୁ ୟୁନାନୀ ଚିକିତ୍ସା ଦେଉଛନ୍ତି। ବିଜେପୁରକୁ ୨ଥର ଠକିଛନ୍ତି। ଏଥର ବିଜେପୁରବାସୀ ତାଙ୍କୁ ଜବାବ ଦେବେ ବୋଲି ସମୀର ମହାନ୍ତି କହିଛନ୍ତି।