Home > ରାଜନୀତି
ସୁରଙ୍କ ପାଇଁ ନବୀନ ଅଧା ରାବଣ ଏବଂ ପାଟ୍ଟଶାଣୀଙ୍କ ପାଇଁ ରାମ
Khabar Odisha:state-odisha-politics-rama-raban-by-sura-routray-and-prasanna-patsani-with-naveen-patnaik
ଭୁବନେଶ୍ୱର, ଅକ୍ଟୋବର ୦୭(ଖବର ଓଡିଶା):

ସାରା ଦେଶରେ ଦଶହରାର ମାହୋଲ ଚାଲିଥିବା ବେଳେ ରାଜ୍ୟ ରାଜନୀତିରେ ମଧ୍ୟ ରାମ-ରାବଣର ଚିତ୍ର ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ ଅଧାରାବଣ କହିଛନ୍ତି ।

ସୁର କହିଛନ୍ତି ଯେ, ସବୁ ଦଳରେ ରାବଣ ଅଛନ୍ତି । ଓଡିଶା ରାଜନୀତିରେ ୨,୩ ଜଣ ରାବଣ ରହିଛନ୍ତି । କଂଗ୍ରେସରେ ମଧ୍ୟ ଅଛନ୍ତି । ବିଜେଡିରେ ଗୋଟିଏ ରାବଣ । ସେ କେବଳ କର୍ମଚାରୀଙ୍କ ଧରି ଶାସନ କରୁଛନ୍ତି । ନବୀନ ହେଉଛନ୍ତି ଅଧା ରାବଣ । ପୂର୍ବରୁ ସେ ରାମ ଥିଲେ ମଝିରେ  ରାବଣ ହେଲେ ପରେ ରାମ ଆଉ ଏବେ ଅଧା ରାବଣ ଅଛନ୍ତି । କିନ୍ତୁ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ସୁନ୍ଦର ରାମ ଚରିତ୍ର । ସେ ଭଦ୍ର ଓ ସରଳ ।

କଂଗ୍ରେସ ବିଧାୟକ ଆହୁରି କହିଛନ୍ତି ଯେ, ନବୀନ ବାବୁଙ୍କ ନାରୀ ପ୍ରୀତି ନାହିଁ । କିନ୍ତୁ ଇନ୍ଦ୍ରଙ୍କ ମେହେଫିଲରେ ଯାହା ଚଳେ ତାହା ତାଙ୍କର ଚଳିଥାଏ । ଏହାସହ ସେ ଲୋକଙ୍କ କାମ ପାଇଁ ରାବଣ ହୋଇଯାଆନ୍ତି ବୋଲି କହିଛନ୍ତି ।

ତେବେ ସୁରଙ୍କ ରାମ ରାବଣ ଉପାଖ୍ୟାନ ପରେ ଏହାର ଜବାବ ରଖିଛନ୍ତି ବିଜେଡିର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ସେ କହିଛନ୍ତି ଯେ, ନବୀନ ଧର୍ମେନ୍ଦ୍ର ପ୍ରଧାନ ଓ ନିରଂଜନ ପଟ୍ଟନାୟକ ସମସ୍ତେ ରାମ ଚରିତ୍ରର ଅଟନ୍ତି । ସବୁ ଦଳ ଭଳି ବିଜେଡିରେ ମଧ୍ୟ ରାବଣ ଅଛନ୍ତି । ତେବେ ସେ ରାବଣର ନା ନ କହି ଏହା ଗଣମାଧ୍ୟମ ବାଛୁ ବୋଲି କହିଛନ୍ତି । ନବୀନ ରାମ ଏବଂ ସେ ହନୁମାନ ।  ପୂର୍ବରୁ ସେ ଜାନକୀ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକଙ୍କ ପାଖରେ ହନୁମାନ ଦାୟିତ୍ୱ ତୁଲାଉଥିଲେ ବୋଲି ସେ କହିଛନ୍ତି ।

  • Tags: