Home > ରାଜନୀତି
ବିଜେପୁର ଫାଇଟ୍: ୨୧ରେ ଭୋଟ, ୨୪ରେ ଗଣତି
Khabar Odisha:state-politic-odisha-bijepur-vote-on-october-21
ଭୁବନେଶ୍ୱର, ସେପ୍ଟେମ୍ବର ୨୧(ଖବର ଓଡିଶା):

ବହୁ ପ୍ରତୀକ୍ଷିତ ବିଜେପୁର ଉପ ନିର୍ବାଚନମଣ୍ଡଳୀ ପାଇଁ ଆସନ୍ତା ୨୧ ତାରିଖରେ ମତଦାନ ହେବ। ଏଥିପାଇଁ ସେପ୍ଟେମ୍ବର  ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ୨୪ ତାରିଖରେ ଭୋଟ ଗଣତି ହେବ ।

ଗତ ୨୦୧୯ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରୁ ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ସେ ତାଙ୍କ ନିକଟତମ ବିଜେପି ପ୍ରାର୍ଥୀ ଶନତ ଗରତିଆଙ୍କୁ ୫୩ହଜାରରୁ ଅଧିକ ଭୋଟରେ ପାରସ୍ତ କରିଥିଲେ । କିନ୍ତୁ ନବୀନ ହିଞ୍ଜିଳି ଆସନରୁ ମଧ୍ୟ ବିଧାୟକ ଥିଲେ । ତେଣୁ ତାଙ୍କୁ ବିଜେପୁର ଆସନ ଛାଡିବାକୁ ପଡିଥିଲା । ତେବେ ନବୀନ ବିଜେପୁର ଆସନ ଛାଡିବା ପରେ ଏଠାରେ ଉପ ନିର୍ବାଚନ ହେବା ନେଇ ଅଙ୍କକଷା ଆରମ୍ଭ ହୋଇଯାଇଥିଲା । କେବଳ ତାରିଖକୁ ଅପେକ୍ଷା ରହିଥିଲା ।

ଆଜି ଜାତୀୟ ନିର୍ବାଚନ କମିଶନ ସୁନୀଲ ଆରୋରା ବିଜେପୁର ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ମାସ ୨୧ ତାରିଖରେ ମତଦାନ ହେବ । ଏନେଇ ସେପ୍ଟେମ୍ବର   ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାସହ ୨୧ ତାରିଖରେ ଭୋଟ ଗଣତି ହେବ । ସେହପରି ନାମାଙ୍କନ ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୩୦ ରହିଛି । ନାମାଙ୍କନ ଯାଂଚ ଅକ୍ଟୋବର ୧ ତାରିଖ ଓ ପ୍ରତ୍ୟାହାର ତାରିଖ ଅକ୍ଟୋବର ୩ ରହିଛି ।

ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟର ତିନୋଟି ମୁଖ୍ୟ ରାଜନୈତିକ ଦଳ ପାଗ ଭିଡିଛନ୍ତି । ପ୍ରାର୍ଥୀ ଚୟନରେ ତିନୋଟି ଯାକ ଦଳ ଲାଗିପଡିଛନ୍ତି ।  ତେବେ ବିଜେଡି ହାତରେ ଥିବା ଏହି ଆସନ ବିଜେଡି ରଖିପାରିବ ନା ବିଜେପି ଛଡାଇ ନେବ ନା କଂଗ୍ରେସ ମ୍ୟାଜିକ କରିବ ତାହା ଆଗାମୀ ଦିନରେ ଜଣାପଡିବ ।

 

  • Tags: