Home > ରାଜନୀତି
ଲୋକସଭାରେ ସଚେତକ ଦାୟିତ୍ୱ ତୁଲାଇବେ ସୁରେଶ ପୁଜାରୀ, ରାଜ୍ୟସଭାରେ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ହେଲେ ଧର୍ମେନ୍ଦ୍ର
Khabar Odisha:state-politics-juel-oram-and-dharmendra-pradhan-and-suresh-pujari-in-bjp-committee
ଭୁବନେଶ୍ୱର, ଜୁନ ୧୨(ଖବର ଓଡିଶା):

ବରଗଡ ବିଜେପି ସାଂସଦ ସୁରେଶ ପୁଜାରୀ ଲୋକସଭାର ସଚେତକ ଭାବେ ନିଯୁକ୍ତ ହୋଇଛନ୍ତି । ଏହାସହ ତାଙ୍କୁ ତିନୋଟି ରାଜ୍ୟର ସଚେତକ ଦାୟିତ୍ୱ ପ୍ରଦାନ କରାଯାଇଛି ।

ସେ ଓଡିଶା ସହ ମଣିପୁର ଏବଂ ତେଲେଙ୍ଗାନାର ସଚେଦକ ଦାୟିତ୍ୱ ତୁଲାଇବେ । ଏହାସହ ଲୋକସଭା ପାଇଁ ଜୁଏଲ ଓରାମଙ୍କୁ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ କରାଯାଇଛି । ଏତତ୍ ବ୍ୟତୀତ ରାଜ୍ୟସଭା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ଚୟନ କରାଯାଇଛି । ଭାରତୀୟ ଜନତା ପାର୍ଟିର କାର୍ଯ୍ୟନିର୍ବାହୀ କମିଟି ଗଠନ ଅବସରରେ ଏନେଇ ସୂଚନା ଦିଆଯାଇଛି । 

  • Tags: