Home > ରାଜନୀତି
କମ୍ପୁଛି ବିଜେପୁର: ଆସନ୍ତାକାଲି ସରିବ ପ୍ରଚାର, ଆଜି ମନ୍ତ୍ରୀଙ୍କ ଗହଳି
Khabar Odisha:today-dharmendra-pratap-sarangi-and-cm-to-campaign-in-bijepur
ବିଜେପୁର, ଅକ୍ଟୋବର ୧୮ (ଖବର ଓଡ଼ିଶା):

ଏବେ ପ୍ରକମ୍ପିତ ହେଉଛି ବିଜେପୁର ନିର୍ବାଚନ ମଣ୍ଡଳୀ । ପ୍ରଚାର ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ଆସନ୍ତାକାଲି ସନ୍ଧ୍ୟା ପରେ ସବୁକିଛି ନିସ୍ତବ୍ଧ ନୀରବ ହୋଇଯିବ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବାକୁ ଆଉ ସମୟ ମିଳିବନି । ସେଥିପାଇଁ ଏବେ ସବୁ ନେତା ଓ ମନ୍ତ୍ରୀ ବିଜେପୁରରେ ଡେରା ପକାଇଛନ୍ତି । ଆଜି ଦୁଇ ପ୍ରମୁଖ ଦଳ ବିଜେଡ଼ି ଓ ବିଜେପିର ହେଭିୱେଟ୍‌ ନେତା ମୁହାଁମୁହିଁ ହେବେ । ଗୋଟିଏ ପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିବାବେଳେ ଅନ୍ୟ ପଟେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ ରହିଛନ୍ତି ।

ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ଖୋଦ୍‌ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଦୁଇ ଦିନ ହେବ ମୁଖ୍ୟମନ୍ତ୍ରୀ ବରଗଡ଼ରେ ରହିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଗାଇସିଲଟ ବ୍ଲକରେ ରୋଡ୍‌ ଶୋ କରିବେ । ଗତକାଲି ମୁଖ୍ୟମନ୍ତ୍ରୀ ବିଜେପୁର ଓ ବରପାଲି ବ୍ଲକର ପ୍ରଚାର କରିଛନ୍ତି ।  

ସେହିପରି ବିଜେପିର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ପ୍ରଚାର କରିବେ । ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ସେ ଜନ ସମର୍ଥନ ଲୋଡ଼ିବେ । ଧର୍ମେନ୍ଦ୍ର ପ୍ରଧାନ ବରପାଲି ଓ ବିଜେପୁର ବ୍ଲକରେ ପ୍ରଚାର କରିବେ। ଅନ୍ୟପକ୍ଷରେ ପ୍ରତାପ ଷଡ଼ଙ୍ଗୀ ବିଭିନ୍ନ ସ୍ଥାନରେ ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରହିଛି ।

  • Tags: