For English Prss ctrl+g
Khabar Odisha:politics-bjd-odisha-bjd-government-high-court-permanent-bench

ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାରେ ହୀନ ଚକ୍ରାନ୍ତ ଖେଳୁଛନ୍ତି ରାଜ୍ୟ ସରକାର, ଚିଠି ଦେଇ ନିଜ ମୁଣ୍ଡରୁ ଦୋଷ ଛଡ଼ାଉଛନ୍ତି

ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରୀୟ ମନ୍ତ୍ରୀଙ୍କଠୁ ନେଇ ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ଚିଠି ଲେଖିବା ଅଭ୍ୟାସରେ ପରିଣତ ହୋଇଗଲାଣି। ରାଜ୍ୟ ସରକାର କେବଳ ଚିଠି ଲେଖି ନିଜ କାମ ସାରି ଦେଉଛନ୍ତି। ଦକ୍ଷିଣ ...

ଖବର ଓଡ଼ିଶା 12/01/2019
Khabar Odisha:state-odisha-aahar-scheme

ବନ୍ଦକୁ ସମର୍ଥନ ଦେଲେ ରାଜ୍ୟ ସରକାର, ତେବେ କାହା ପାଇଁ ପ୍ରଶାସନ ଖୋଲିଥିଲେ ଆହାର କେନ୍ଦ୍ର, ନଷ୍ଟ ହେଲା ୧୫ ଶହ ଲୋକଙ୍କ ଖାଦ୍ୟ

ଅନେକ ଶ୍ରମିମ ସଂଗଠନ ପକ୍ଷରୁ ଗତ ୮ ଓ ୯ ତାରିଖରେ ଭାରତ ବନ୍ଦର ଡାକରା ଦିଆଯାଇଥିଲା। ଏହି ବନ୍ଦକୁ ସମର୍ଥନ ଦେଇଥିଲେ ବିଜେଡି ସରକାର ଓ କଂଗ୍ରେସ। ଏହା ସହିତ ଛୁଟି ମଧ୍ୟ ...

ଖବର ଓଡ଼ିଶା 11/01/2019
Khabar Odisha:Pipili-Sarapancha-Threatens-Poor-Family

ମୁଖ୍ୟମନ୍ତ୍ରୀଙ୍କ ନଜର ପଡୁ ! ଚାରି ପିଲାଙ୍କୁ ଧରି ନାରାୟଣ ରାଜରାସ୍ତାରେ, ସରପଂଚ ମାଡିବସିଛନ୍ତି ଜମି ଆଉ ଘର

ଲୋକପ୍ରତିନିଧୀମାନଙ୍କର ଅରାଜକତା ସୀମାଲଙ୍ଘିଲାଣି । ଭୁଲିଗଲେଣି ନୀତି ନୈତିକତା । ଅନ୍ଧ କରିଛି ଅର୍ଥ ଆଉ ଜମି ଲୋଭ । ସାଥ ଦେଉଛି କ୍ଷମତା ଆଉ ପ୍ରଶାସନ । ଆଉ ସେଇ ଲୋଭରେ ଏତେ ଅନ୍ଧ ଯେ ନିଜର ଭାଇ ପ୍ରତିବି ଅନ୍ୟାୟ ଆଉ ଅବିଚାର । ଆଉ ନିଜର ହକ ପାଇଁ ଲଢି ଲଢି ସବୁଆଡୁ ନିରାଶ ହେଲାପରେ ଶେଷରେ ଲୋୟର ପିଏମଜିରେ ଧାରଣା ଦେଉଛନ୍ତି ନାରାୟଣ ଧଳ । ଘର ପୁରୀ ଜିଲ୍ଲାର ପିପିଲି ବ୍ଲକର କଂଟି ପଂଚାୟତରେ । ନାରାୟଣଙ୍କ ଜମି ଆଉ ଘର ମାଡି ବସିଛନ୍ତି କଂଟି ପଂଚାୟତର ସରପଂଚ ପ୍ରକାଶ ଧଳ । ପ୍ରକାଶ ଧଳ ହେଉଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କର ଖାସ ଅନୁଗତ ।

ଖବର ଓଡ଼ିଶା 13/10/2018
Khabar Odisha:Titli-Cyclone-Odisha-Government-Not-Prepared

ମାନିଲେ ସରକାର ! ବନ୍ୟା ପାଇଁ ନଥିଲେ ପ୍ରସ୍ତୁତ

ବାତ୍ୟା ପରେ ବର୍ଷା ହେବ ଏବଂ ବର୍ଷା ହେଲେ ବନ୍ୟା ହେବ । ଏକଥା କିଛି ନୁଆ କଥା ନୁହେଁ । ସୃଷ୍ଟିର ଏହି ଚିରା ଚରିତ କଥା । ଆଉ ଓଡିଶାରେ ଏକଥା ଆଗରୁ ବାରମ୍ବାର ହେଇଛି । ହେଲେ ଆଜି ସଚିବାଳୟରେ ରାଜ୍ୟ ସରକାରଙ୍କର ମୁଖ୍ୟ ଶାସନ ସଚିବଙ୍କ ବନ୍ୟା ପ୍ରତିକାର ପାଇଁ କରିଥିବା ସାମ୍ବାଦିକ ସମ୍ମିଳନିରେ କହିଲେ କି ସରକାର ବନ୍ୟା ପାଇଁ ପ୍ରସ୍ତୁତ ନଥିଲେ । ଆଗରୁ ବାତ୍ୟା ହେବ ବୋଲି ଆମେ ପ୍ରସ୍ତୁତ ଥିଲୁ । ହେଲେ କନ୍ଧମାଳ ଓ ରାୟଗଡା ସମେତ ଗଂଜାମ ଓ ଗଜପତିରେ ଏପରି ଏତେ ପରିମାଣର ବର୍ଷା ହେବ ତାହା ଆମ୍ଭେ କଳ୍ପନା କରିନଥିଲୁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ । ବାତ୍ୟା ହେବ ହେଲେ ବର୍ଷା ହେବ ବୋଲି ଆକଳନ କରିପାରିନଥିବା ବୋଲି କହିବା ପୁଣି ମୁଖ୍ୟ ଶାସନ ସଚିବ ନିଜେ ସ୍ପଷ୍ଟ କରୁଛି ଯେ ପ୍ରଶାସନ କେବଳ ଲୋକଙ୍କ ମନରେ ବିଶ୍ୱାସ ଜମାଇବା ପାଇଁ ଆଉ ଲୋକଦେଖାଣିଆ ଭାବେ ବାତ୍ୟା ପ୍ରସ୍ତୁୁତ କରିଥିଲେ ।

Anil Biswal 12/10/2018
Khabar Odisha:When-Avijit-Iyer-Will-Be-Arrested

କେବେ ଗିରଫ ହେବେ ଅଭିଜିତ ଆୟାର ? ତାମିଲ ଲିଙ୍କ ପାଇଁ ବଂଚିଗଲେ କି ?

ପାଓାର କରିଡରେ ଯାହା ଚର୍ଚ୍ଚା ହେଉଛି ଅଭିଜିତ ଆୟାର ହେଉଛନ୍ତି ଜଣେ ତାମିଲ । ତାଙ୍କ ମା ହେଉଛନ୍ତି ତାମିଲନାଡୁ ସଚିବାଳୟର ଜଣେ ପୁର୍ବତନ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ । ଓଡିଶା ସରକାରଙ୍କ ଶାସନରେ ତାମିଲ ପ୍ରଭାବ ବିଷୟରେ ସମସ୍ତଙ୍କୁ ଜଣା । ଆଉ ଏଠି ବି ସେହି ତାମିଲ ଭାଇ ଭାଇ ସର୍ମ୍ପକର ପ୍ରଭାବ ପଡିଛି । ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ ତୃତୀୟ ମହଲାର ବହୁ ପ୍ରଭାବଶାଳୀ ତାମିଲ ବାବୁଙ୍କର ପୋଲିସ ବିଭାଗକୁ କଡା ନିର୍ଦ୍ଦେଶ ଅଛି ଗିରଫ ନକରି କେବଳ ବାହାନା କର ଯାହା ଆଜି ଯାଏଁ ଓଡିଶା ପୋଲିସ ପୁରା ମାନିିଆସିଛି । ଅତୀତରେ ତାମିଲ ଯବାନ ମାନେ କୁନ୍ଦୁଲି ଗଣଦୁର୍ଷମ ମାମଲାରେ ସଂମ୍ପୃକ୍ତ ଥିଲେ ବୋଲି ସେହି ଘଟଣାରେ କାହାକୁ ଗିରଫ କରାନଯାଇ ପୀଡିତା ଜଣଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଗଲା ବୋଲି ପୁର୍ବତନ ମନ୍ତ୍ରୀ ତଥା ବିଜେଡିର ବିଧାୟକ ଦାମ ରାଉତ ଅଭିଯୋଗ କରିଥିଲେ ।

ଖବର ଓଡ଼ିଶା 09/10/2018
Khabar Odisha:Steel-Production-Down-Odisha

ରାଜ୍ୟରେ କମୁଛି ଷ୍ଟିଲ ଉପ୍ତାଦନ, ଉପ୍ତାଦନ ହେଉଛି ଅବସ୍ଥାପିତ ଉପ୍ତାଦନ କ୍ଷମତାର ମାତ୍ର ୨୧%

ଗତ ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ଓଡିଶାରେ ଥିବା ୧୯ଟି ଷ୍ଟିଲ କାରଖାନାର ସମୁଦାୟ ଉପ୍ତାଦନ କ୍ଷମତା ହେଉଛି ବାର୍ଷୀକ ୫୨.୫୨ମିଲିୟନ ଟନ । ହେଲେ ଉପ୍ତାଦନ ହେଉଛି ମାତ୍ର ୧୧ ମିଲିୟନ ଟନ । ଅବସ୍ଥାପିତ ଉପ୍ତାଦନ କ୍ଷମତାର ମାତ୍ର ୨୧% ଷ୍ଟିଲ ଉପ୍ତାଦିତ ହେଉଛି । କେବଳ ସରକାରୀ ଉଦ୍ୟୋଗ ରାଉରକେଲା ଷ୍ଟିଲ କାରଖାନା ହିଁ ତାର ଉପ୍ତାଦନ ଠିକ ଭାବେ କରୁଥିବା ବେଳେ ବାକି ଷ୍ଟିଲ କମ୍ପାନୀ ମାନେ ନିଜର ଉପ୍ତାଦନକୁ କମାଇ ଦେଇଛନ୍ତି ।

Anil Biswal 04/10/2018
Khabar Odisha:Abinash-Paital-Mahakalapada-Custodial-Death

ଚର୍ଚ୍ଚାରେ ବିଧାୟକ ! କାହାର ଅନ୍ତରଙ୍ଗ ଭିଡିଓ ପାଇଁ ମଲେ କେନ୍ଦ୍ରାପଡାର ଅବିନାଶ ? ସୋସିଆଲ ମେଡିଆରେ ବୁଲୁଛି ପୋଲିସ ନିଷ୍ଠୁରତାର ଫଟୋ

“ଯାହା ହେଇଯାଇଛି ହେଇଯାଇଛି । ଆଉ ଆଗକୁ ଯାଅନାହିଁ । ଜଣେ ମରିଛି ଗୋଟିଏ ପରିବାର ସର୍ବସ୍ୱାନ୍ତ ହୋଇଛି । କ୍ରାଇମବ୍ରାଂଚ ତଦନ୍ତ ଆଗରେ ବେଶି କିଛି କୁହ ନାହିଁ କି କିଛି ତଥ୍ୟ ପ୍ରମାଣ ଦିଅ ନାହିଁ । ନହେଲେ ମୋର ସମେତ ଆଉ ୪ଟି ପରିବାର ସର୍ବସ୍ୱାନ୍ତ ହେଇଯିବେ । ଅବିନାଶ ପରିବାର ସହ କଥାବାର୍ତା କର । ମୁଁ ଦେବି ୧୫ ଲକ୍ଷ ଟଙ୍କା । ଏକଥାରେ ଆଉ ଆନ୍ଦୋଳନ କରନି କି ଏକଥାକୁ ଆଉ ଆଗକୁ ଟାଣନି” ଏ ହେଉଛି କେନ୍ଦ୍ରାପଡାର ଜଣେ ଯୁବ ବିଧାୟକ ତଥା ପୁର୍ବତନ ମନ୍ତ୍ରୀଙ୍କର ଅବିନାଶ ପାଇଟାଳଙ୍କର ପୋଲିସ ହାଜତରେ ମୃତ୍ୟୁ ପରେ ହୋଇଥିବା ଜନଆନ୍ଦୋଳନର ନେତୃତ୍ୱ ନେଉଥିବା ଜଣେ ଯୁବକଙ୍କୁ ପ୍ରସ୍ତାବ । ଏହି କଥା ଏବେ ମହାକାଳପଡା ସମେତ ସାରା କେନ୍ଦ୍ରାପଡାରେ ଏବେ ଆଲୋଚ୍ୟର ବିଷୟ ପାଲଟିଛି ।

ଖବର ଓଡ଼ିଶା 30/09/2018
Khabar Odisha:Pradeep-Maharathy-Controversial-Statement-Women-Two-Husband

ସୁୁରମା ପାଢୀଙ୍କର ମହାରଥୀଙ୍କୁ ପ୍ରଶ୍ନ – ତାଙ୍କ ସ୍ତ୍ରୀଙ୍କର ଦ୍ୱିତୀୟ ସ୍ୱାମୀ କିଏ ? ସୋସିଆଲ ମେଡିଆରେ ଲୋକଙ୍କର ଉତର - ପାଣ୍ଡିଆନ

ମହିଳାଙ୍କର ୨ଟା ଲେଖାଏଁ ସ୍ୱାମୀ ଅଛନ୍ତି ବୋଲି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ବିବାଦୀୟ ବୟାନ ଏବେ ଆହୁରି ବିବାଦୀୟ ହେବାରେ ଲାଗିଛି । ପ୍ରଥମେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ନିଜେ ବିଜେପି ରାଷ୍ଟ୍ରିୟ ସଭାପତି ଅମିତ ଶାହାଙ୍କର ଗସ୍ତ ଆଗରୁ ଏପରି ବିବାଦୀୟ ବୟାନ ଦେଇ ଗଣମାଧ୍ୟମର ଧ୍ୟାନକୁ ନିଜ ଆଡକୁ ଟାଣିବାର ପ୍ରୟାସ କରିଥିଲେ । ହେଲେ ତାହାତ ବିଫଳ ହେଲା କିନ୍ତୁ ଏବେ ସେହି ବୟାନକୁ ନେଇ ତାଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଲୋକମାନଙ୍କର ବିରୋଧ ଜୋର ଧରିଲାଣି । ଅନେକ ସାଧାରଣ ଲୋକ ସିଧାସଳଖ ମନ୍ତ୍ରୀଙ୍କର ବ୍ୟକ୍ତିଗତ ପରିବାର ବିଷୟରେ ଟ୍ଟିପଣି ଦେବାରେ ବି ଲାଗିଛନ୍ତି ।

ଖବର ଓଡ଼ିଶା 26/09/2018
Khabar Odisha:Utkal-University-Odisha-Research-Bench-Khabar-Odisha

ଉତ୍କଳ ବିଶ୍ୱବିଦ୍ୟାଳୟ କଣ ସରକାରଙ୍କର ସାବତ ପୁଅ ? ବନ୍ଦ ପଡିଛି ସମସ୍ତ ୫ ଗବେଷଣା ଚେୟାର

ଉତ୍କଳ ବିଶ୍ୱବିଦ୍ୟାଳୟରେ ଗବେଷଣା ପାଇଁ ଅଛି ୫ଟି ଚେୟାର । ଓଡିଆ ଭାଷା, ପଦାର୍ଥ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ପାଇଁ ଗୋଟିଏ ଲେଖାଏଁ ଗବେଷଣା ଚେୟାର ଥିଲା ବେଳେ ଅର୍ଥନୀତି ପାଇଁ ଅଛି ୨ଟି ଚେୟାର । ହେଲେ ଚିନ୍ତାର କଥା ହେଉଛି ସେହି ସମସ୍ତ ୫ ଟି ଯାକ ଚେୟାର ଅଚଳ ହୋଇପଡିଛି । ଓଡିଆ ଭାଷା ଚେୟାର ୧୯୯୯ ମସିହାରୁ ଅଚଳ ହୋଇପଡିଥିଲା ବେଳେ, ଉଦ୍ଭିଦ ବିଜ୍ଞାନ ୨୦୧୦ରେ, ପଦାର୍ଥ ବିଜ୍ଞାନ ୨୦୦୯ରେ, ଅର୍ଥନୀତି ଚେୟାରରୁ ଗୋଟିଏ ୨୦୦୦ରେ ଏବଂ ଅନ୍ୟଟି ୨୦୧୧ରୁ ଅଚଳ ହୋଇପଡିଛି । ବିଧାନସଭାରେ ବିଧାୟକ ଦିଲ୍ଲିପ ରାୟଙ୍କ ପ୍ରଶ୍ନର ଉତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏହି ଭଳି ତଥ୍ୟ ଦେଇଛନ୍ତି । ଆଉ ସେହି ଉତରରେ ବଡ ଆଶ୍ଚର୍ଯ୍ୟ ଜନକ ଭାବେ ମନ୍ତ୍ରୀ କହିଛନ୍ତି କି ଏହି ଚେୟାର ଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ ।

Anil Biswal 21/09/2018
Khabar Odisha:Black-Rose-Vessel-Bobby-Das-Odisha-Assembly

ବିଧାନସଭାରେ ମନ୍ତ୍ରୀଙ୍କ ବିତଣ୍ଡା ଉତର : ବ୍ଲାକରୋଜ ଜାହାଜ ବୁଡିବାରୁ ପ୍ରଦୁଷଣ ନାହିଁ

ଆଶ୍ଚର୍ଯ୍ୟ ଜନକ ଭାବେ ବିଧାନସଭାରେ ପରିବେଶମନ୍ତ୍ରୀଙ୍କ ଉତର ବ୍ଲାକରୋଜ ଜାହାଜ ବୁଡିଲା ପରେ କୌଣସି ପ୍ରଦୂଷଣ ହୋଇନାହିଁ । ସମୁଦ୍ରରେ ଯେତେବେଳେ କୌଣସି ଜାହାଜ ବୁଡେ ସେତେବେଳେ ସମୁଦ୍ର ଓ ତଟବର୍ତୀ ସମୁଦ୍ରକୂଳରେ ଗଭୀର ଭାବେ ପରିବେଷ ପ୍ରଦୁଷଣ ହୁଏ ଏକଥା ସମସ୍ତେ ଜାଣନ୍ତି । ହେଲେ ରାଜ୍ୟ ସରକାରଙ୍କର ଖାତାରେ ବ୍ଲାକରୋଜ ଜାହାଜ ବୁଡିବା ପରେ କିଛି ପ୍ରଦୂଷଣ ହୋଇନାହିଁ କିପରି ଏହା ଏକ ବଡ ପ୍ରଶ୍ନ । ବ୍ଲାକରୋଜ ଜାହାଜ କାହାର ଏବଂ କେଉଁ ଅଦୃଶ୍ୟ ଶକ୍ତି ପାଇଁ ଏକ ବୃହତ ଜାହାଜ ବୁଡିବା ପରେ ବି ସରକାର ଏପରି ଅବାସ୍ତବ କଥା କହିଛନ୍ତି ତାହା ଜାଣିବା ଏବେ ସମସ୍ତଙ୍କ ପାଇଁ କୌତୁହଳ ହୋଇପଡିଛି ।

Anil Biswal 18/09/2018
Khabar Odisha:Dama-Rout-Statement-Odisha-Politics

ଦାମଙ୍କ ୧୦ ବିତର୍କିତ ବୟାନ

ସବୁବେଳେ ନିଜ ତୁଣ୍ଡ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ପୁର୍ବତନ ମନ୍ତ୍ରୀ ଦାମ ରାଉତ । ସେ ପାଟି ଖୋଲିଲେ ଟିଭିରେ ବ୍ରେକିଙ୍ଗ ଚାଲେ, ଖବର କାଗଜରେ ହେଡଲାଇନ ହୋଇକି ପ୍ରଥମ ପୃଷ୍ଠାରେ ଖବର ଛପେ । ଦେଖନ୍ତୁ ଦାମଙ୍କ ୧୦ଟି ବିତର୍କିତ ବୟାନ ।

Anil Biswal 11/09/2018
Khabar Odisha:Western-Odisha-High-Court-Bench

ନିର୍ବାଚନ ପୁର୍ବରୁ ମନେପଡିଲା ପଶ୍ଚିମ ଓଡିଶା ହାଇକୋର୍ଟ ବେଂଚ, ୨୦୧୪ ନିର୍ବାଚନ ପୁର୍ବରୁ ଲେଖିଥିଲେ ଚିଠି, ପୁଣି ଲେଖିଲେ ୨୦୧୯ ପୁର୍ବରୁ

ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା କଥା ମନେପକାଉଛନ୍ତି କି ? ୨୦୧୪ ନିର୍ବାଚନ ପୁର୍ବରୁ ୨୦୧୩ ମସିହା ସେପ୍ଟେମ୍ବର ଓ ୨୦୧୪ ଫେବୃୟାରୀରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାର ହାଇକୋର୍ଟର ବେଂଚ ପ୍ରତିଷ୍ଠା ହେଉ ବୋଲି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ୨୦୧୪ ରୁ ଆସି ୨୦୧୮ ହେଲାଣି । ଆଉ ମାସ କେଇଟା ପରେ ନିର୍ବାଚନ । ନିର୍ବାଚନର ଠିକ ପୁର୍ବରୁ ପୁଣି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ୨୦୧୪ ପରେ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗକୁ ସମ୍ପୃର୍ଣ୍ଣ ଭାବେ ଭୁଲିଯାଇଥିଲେ । ଏପରିକି ୨୦୧୪ ପରେ ମୁଖ୍ୟମନ୍ତ୍ରୀ ଆଉ କେନ୍ଦ୍ର ସରକାରଙ୍କୁ ଆଉ କୌଣସି ଚିଠି ଦେଇନଥିଲେ କି ରାଜ୍ୟ ସରକାରଙ୍କ ତରଫରୁ କୌଣସି ବିଧିବଦ୍ଧ ସମ୍ପୃର୍ଣ୍ଣ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ଦେଇନାହାନ୍ତି । ଆଉ ଏବେ ପୁଣି ଦୀର୍ଘ ୪ ବର୍ଷ ପରେ ହଠାତ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Anil Biswal 07/09/2018
Khabar Odisha:Dama-Rout-Pradeep-Maharathi-Omfed-SCAM

କ୍ଷୀର ପଲିଥିନ ଖାଇଦେଲେ ଚଷା ପୁଅ ମହାରଥୀ, ଦାମ ଖୋଲୁଛନ୍ତି ଦୁର୍ନୀତି ପେଡି

ପୁଣି ଦାମ ଖୋଲିଛନ୍ତି ଆଉ ଏକ ଦୁର୍ନୀତି ପେଡି । ୧୦୦ କୋଟିର ଗଛ ଚାରା ଘୋଟାଲା ପରେ ଏବେ ୩୦ କୋଟିର ଓମଫେଡ କ୍ଷୀର ଜରି । ଆଗରୁ ନିଶାନରେ ପାଣ୍ଡିୟାନ ଥିଲା ବେଳେ ଏବେ ଚଷା ପୁଅ ମନ୍ତ୍ରୀ ପ୍ରଦୀପ ମହାରଥି । ଦୁଇଟି ଯାକ ଘଟଣାରେ ସେଇ ସମାନ ଅଭିଯୋଗ, ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାମ ରାଉତ ଚାହିଁବାରୁ ତାଙ୍କୁ ମନ୍ତ୍ରୀ ପଦରୁ ବିଦା ହେବାକୁ ପଡିଲା । ଦାମ ରାଉତଙ୍କ ଏହି ଅଭିଯୋଗର ଜବାବରେ ମନ୍ତ୍ରୀ ପ୍ରଦୀପ ମହାରଥି ତାଙ୍କ ଚିରାଚରିତ କଡା ସଂଳାପକୁ ଛାଡି ଦାମ ବାବୁଙ୍କୁ ରାମ ଆଉ ସେ ନିଜେ ଲକ୍ଷ୍ମଣ ବୋଲି କହି ପରୋକ୍ଷରେ ଦାମ ବାବୁ ଆଉ ଆଗକୁ ନଯାଆନ୍ତୁ ବୋଲି ନେହୁରା ହୋଇଛନ୍ତି ।

Anil Biswal 06/09/2018
Khabar Odisha:Biju-Pucca-Ghara-Pradhan-Mantri-Awas-Yojana

ଘର ରାଜନୀତି, ପଦାରେ ପଡିଲା ରାଜ୍ୟ ସରକାରଙ୍କ ଆଉ ଏକ ମିଛ ! କେନ୍ଦ୍ର ସଫଳତାରେ ନିଜର ପ୍ରଚାର

Anil Biswal 29/08/2018
Khabar Odisha:Ratna-Bhandar-Jagannath-Temple-Padajatra-Naveen

ରତ୍ନଭଣ୍ଡାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ବଡ ପ୍ରଶ୍ନ, ପଦଯାତ୍ରା ପରେ ତୃତୀୟ ମହଲାରେ କମ୍ପନ, ସାରା ରାଜ୍ୟରେ ତେଜୁଛି ଅସନ୍ତୋଷ

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାରରେ ରତ୍ନ ଅଛକି ନାହିଁ ଏହାକୁ ନେଇ ସାଧାରଣରେ ଏବେ ସୃଷ୍ଟି ହୋଇଛି ବଡ ପ୍ରଶ୍ନ । ଏହାକୁ ନେଇ ଜଗନ୍ନାଥ ପ୍ରେମୀମାନେ ଚିନ୍ତାରେ ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନୀରବତା ଏହି ପ୍ରସଙ୍ଗକୁ ଆହୁରି ଅଧିକ ଜଟିଳ କରିଦେଇଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ପାଇଁ ଏବେ ବଢୁଛି ଅଡୁଆ । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କମିଶନ ବସାଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ କମିଶନ ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ କିନ୍ତୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଏଯାଏଁ ମୁହଁ ଖୋଲିନାହାନ୍ତି । ଅନ୍ୟପଟେ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ପରିଷଦ ପକ୍ଷରୁ ସିଂହଦ୍ୱାରରୁ ନବୀନ ନିବାସ ଯାଏଁ ପଦଯାତ୍ରା ପରେ ପୁଣିଥରେ ସରକାରଙ୍କ ପାଇଁ ବଢିଛି ଅଡୁଆ । ସାରା ରାଜ୍ୟରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏହାକୁ ନେଇ ତୃତୀୟ ମହଲାରେ ଏକପ୍ରକାର କମ୍ପନ ସୃଷି ହୋଇଥିବା ନେଇ ପାୱାର କରିଡରରେ ଚାଲିଛି ଜୋରଦାର ଚର୍ଚ୍ଚା ।

ଖବର ଓଡ଼ିଶା 21/08/2018
Khabar Odisha:Rajya-Sabha-Vice-Chairman-BJD-Support-JDU

କାହିଁକି ବିଜେଡି କହିଥିଲା ମିଛ! ସମର୍ଥନ କରିବା ପାଇଁ ବାଧ୍ୟ ହେଲାପରେ ବାହାନା ଖୋଜୁଛି କି ବିଜୁ ଜନତା ଦଳ ?

ସମର୍ଥନର କାରଣ ଭାବେ କହିଥିଲେ କି ଜେଡିୟୁ ବିଜୁ ଜନତା ଦଳର ରାଷ୍ଟ୍ରପତି ପାର୍ଥୀ ପିଏ ସାଙ୍ଗମାଙ୍କୁ ଆଗରୁ ସମର୍ଥନ କରିଥିବାରୁ ସେଥିପାଇଁ ସେମାନେ ଜେଡିୟୁର ପାର୍ଥୀଙ୍କୁ ରାଜ୍ୟସଭା ଉପନିର୍ବାଚନରେ ସମର୍ଥନ କରିବେ । ହେଲେ ପରେ ଏହି ବୟାନକୁ ବଦଳାଇ କ୍ଷମା ପାର୍ଥନା କରି ସଂଶୋଧନ କରିବାକୁ ପଡିଲା କାରଣ ଜେଡିୟୁ ବିଜେଡିର ରାଷ୍ଟ୍ରପତି ପାର୍ଥୀ ପିଏ ସାଙ୍ଗମାଙ୍କୁ ସମର୍ଥନ କରିନଥିଲା । ହେଲେ କାହିଁକି ବିଜୁ ଜନତା ଦଳ କାହିଁକି ଏପରି ମିଛ କଥା ପ୍ରଥମେ କହିଲା ଏବଂ ପରେ ଏହାକୁ ବଦଳାଇଲା ତାକୁ ନେଇ ଉଠିଛି ଚର୍ଚ୍ଚା । ବିଜୁ ଜନତା ଦଳ ସବୁବେଳେ ସମଦୂରତା କଥା କହୁଥିବା ବେଳେ ସେହି ସମଦୂରତା ଇମେଜକୁ ବଂଚାଇବା ପାଇଁ ବିଜୁ ଜନତା ଦଳ ଏପରି ପ୍ରୟାସ କରିଥିଲେ ବୋଲି ଆଲୋଚନା ହେଉଛି ।

ଖବର ଓଡ଼ିଶା 07/08/2018
Khabar Odisha:Bangaldeshi-Migrants-Infiltration-Odisha

ଓଡିଶାରୁ କେବେ ବିଦା ହେବେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ? ଭୋଟବ୍ୟାଙ୍କ ପାଇଁ ହେଉ ନାହାନ୍ତି କି ବିଦା ?

ଗତକାଲି ରାଜ୍ୟସଭାରେ ବିଜୁ ଜନତା ଦଳର ରାଜ୍ୟସଭା ସଂସଦୀୟ ଦଳର ନେତା ପ୍ରସନ୍ନ ଆଚାର୍ୟ୍ୟ ରାଜ୍ୟସଭାରେ ବଙ୍ଗଳାଦେଶୀ ଅନୁପ୍ରବେଶକାରିଙ୍କୁ ବିଦା କରିବା ପାଇଁ ସମସ୍ତ ପ୍ରୟାସ କରିବା ଦରକାର ବୋଲି କହିଛନ୍ତି । ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତିକି ଏହା ଏକ ଜାତୀୟ ସୁରକ୍ଷାର ପ୍ରସଙ୍ଗ । ହେଲେ ଓଡିଶାରେ ବାଙ୍ଗଲାଦେଶି ଅନୁପ୍ରବେଶକାରୀଙ୍କୁ ବାହାର କରିବା ପାଇଁ ତାଙ୍କ ଦଳର ସରକାର ସତରେ ଚାହୁଁଛି କି ? ବାଙ୍ଗଲାଦେଶି ଅନୁପ୍ରବେଶକାରୀଙ୍କୁ ଆମ ରାଜ୍ୟରୁ କାଢିବା ପାଇଁ କିଏ ମନାକରିଛି ରାଜ୍ୟ ସରକାରଙ୍କୁ । କାହିଁକି ରାଜ୍ୟ ସରକାର ବାଙ୍ଗଲାଦେଶୀ ଅନୁପ୍ରବେଶ ମାନଙ୍କୁ ବାହାର କରୁନାହାନ୍ତି ଓଡିଶାରୁ ଏହା ଏକ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି ସାଧାରଣ ଜନତାଙ୍କ ଆଗରେ ।

Anil Biswal 01/08/2018
Khabar Odisha:Swami-Agnibesh-Attacked-Christian-Conversion

ଖୋଲୁଛି ଗୁମର ସ୍ୱାମୀ ଅଗ୍ନିବେଶ ଯାଇଥିଲେ ଧର୍ମାନ୍ତକରଣ ସଭାରେ ମୁଖ୍ୟବକ୍ତା ହୋଇ

ଏବେ ସାଧାରଣରେ ମାଡ ଖାଇ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ ଥିବା ଅଗ୍ନିବେଶଙ୍କ ବିଷୟରେ ଦିନକୁ ଦିନକୁ ନୁଆ ନୁଆ ତଥ୍ୟ ଆସିବାରେ ଲାଗିଛି । କିଛି ଇଂରାଜୀ ଗଣମାଧ୍ୟମ ଏବଂ ହିନ୍ଦି ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ସ୍ୱାମୀ ଅଗ୍ନିବେଶ ଝାରଖଣ୍ଡର ପାକୁର ଜିଲ୍ଲାରେ ହେଉଥିବା ଏକ ଧର୍ମାନ୍ତକରଣ ସଭାରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେବା ପାଇଁ ଯାଇଥିଲେ । ସେଠାକାର ସ୍ଥାନୀୟ ୩୦୦୦ରୁ ଅଧିକ ଆଦିବାସୀ ହିନ୍ଦୁ ଧର୍ମ ଛାଡି ଅନ୍ୟ ଧର୍ମରେ ସାମିଲ ହୋଇଥାନ୍ତେ ।

ଖବର ଓଡ଼ିଶା 19/07/2018
Khabar Odisha:Odisha-Lokayukta-Appointment-Naveen-Pattnaik

ଲୋକାୟୁକ୍ତ ନିଯୁକ୍ତି କରିବେନି ବୋଲି ସୁପ୍ରିମକୋର୍ଟର ସତ୍ୟପାଠକୁ ନମାନିବାକୁ ବି ପଛେଇଲେନି ସରକାର !

ସୁପ୍ରିମକୋର୍ଟରେ ରିଟ ପିଟିସନ ନମ୍ବର ୬୮୪/୨୦୧୬ରେ ଓଡିଶା ସରକାରଙ୍କର ମୁଖ୍ୟ ଶାସନ ସଚିବ ସତ୍ୟପାଠ ଦାଖଲ କରି କହିଥିଲେ କି ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ପ୍ରକିୟା ଚାଲିଛି । ସେତେବେଳେ ସରକାର ସୁପ୍ରିମକୋର୍ଟରେ କହିଥିଲେ କି ରାଜ୍ୟ ସରକାର ଏଥିପାଇଁ ଏକ ସର୍ଚ୍ଚ କମିଟି ତୁରନ୍ତ ଗଠନ କରିବେ ଏବଂ ଲୋକାୟୁକ୍ତ ନିଯୁକ୍ତି ପ୍ରକିୟାକୁ ଜୁଲାଇ ୧୦, ୨୦୧୮ ସୁଦ୍ଧା ସାରି ମାନ୍ୟବର କୋର୍ଟକୁ ଜଣାଇବେ । ହେଲେ ଆଜି ଜୁଲାଇ ୧୦ ତାରିଖର କଂଟ ପୁରିଲାବେଳେ ରାଜ୍ୟ ସରକାର ଏବେ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତି କଥା ଛାଡନ୍ତୁ ସର୍ଚ୍ଚ କମିଟିଟିଏ ବି ଗଠନ କଲେନାହିଁ ।

Anil Biswal 10/07/2018
Khabar Odisha:Chief-Minister-Assembly-Constituency-Journalist-Attacked

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଲୋକପ୍ରତିନିଧୀ-ଠିକାଦାରଙ୍କ ଦାଦାଗିରି, ଦୁର୍ନୀତି ସାମ୍ନାକୁ ଆଣିବାରୁ ସାମ୍ବାଦିକଙ୍କୁ ଆକ୍ରମଣ

ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ବଢୁଛି ଠିକାଦାର ଏବଂ ଲୋକପ୍ରତିନିଧୀଙ୍କ ଦାଦାଗିରି । ବିଭିନ୍ନ ଯୋଜନାରେ ରାସ୍ତା, ବନ୍ଧ, କଲ୍ୟାଣ ମଣ୍ଡପ ଆଦି ନିର୍ମାଣ ପାଇଁ ଆସୁଥିବା କୋଟି କୋଟି ଟଙ୍କାକୁ ଚଳୁ କରୁଛନ୍ତି ଏହି ଠିକାଦାରମାନେ । ଯଦି ଏହି ଦୁର୍ନୀତିକୁ ଗଣମାଧ୍ୟମ ପ୍ରକାଶ କରୁଛି ଆଉ ଲୋକଲୋଚନକୁ ଆଣୁଛି ତାହେଲେ ଏହା ଉପରେ ହେଉଛି ମରଣାନ୍ତକ ଆକ୍ରମଣ ।

ଖବର ଓଡ଼ିଶା 03/07/2018
First Previous
1 2 3
Next Last Page 1 of 3