Home > ତୁରନ୍ତ ଟିପ୍ପଣୀ
ମାନିଲେ ସରକାର ! ବନ୍ୟା ପାଇଁ ନଥିଲେ ପ୍ରସ୍ତୁତ
Khabar Odisha:Titli-Cyclone-Odisha-Government-Not-Prepared

 ଭୁବନେଶ୍ୱର – ୧୨ ଅକ୍ଟୋବର – ବାତ୍ୟା ପରେ ବର୍ଷା ହେବ ଏବଂ ବର୍ଷା ହେଲେ ବନ୍ୟା ହେବ । ଏକଥା କିଛି ନୁଆ କଥା ନୁହେଁ । ସୃଷ୍ଟିର ଏହି ଚିରା ଚରିତ କଥା । ଆଉ ଓଡିଶାରେ ଏକଥା ଆଗରୁ ବାରମ୍ବାର ହେଇଛି । ହେଲେ ଆଜି ସଚିବାଳୟରେ ରାଜ୍ୟ ସରକାରଙ୍କର ମୁଖ୍ୟ ଶାସନ ସଚିବଙ୍କ ବନ୍ୟା ପ୍ରତିକାର ପାଇଁ କରିଥିବା ସାମ୍ବାଦିକ ସମ୍ମିଳନିରେ କହିଲେ କି ସରକାର ବନ୍ୟା ପାଇଁ ପ୍ରସ୍ତୁତ ନଥିଲେ । ଆଗରୁ ବାତ୍ୟା ହେବ ବୋଲି ଆମେ ପ୍ରସ୍ତୁତ ଥିଲୁ । ହେଲେ କନ୍ଧମାଳ ଓ ରାୟଗଡା ସମେତ ଗଂଜାମ ଓ ଗଜପତିରେ ଏପରି ଏତେ ପରିମାଣର ବର୍ଷା ହେବ ତାହା ଆମ୍ଭେ କଳ୍ପନା କରିନଥିଲୁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ । ବାତ୍ୟା ହେବ ହେଲେ ବର୍ଷା ହେବ ବୋଲି ଆକଳନ କରିପାରିନଥିବା ବୋଲି କହିବା ପୁଣି ମୁଖ୍ୟ ଶାସନ ସଚିବ ନିଜେ ସ୍ପଷ୍ଟ କରୁଛି ଯେ ପ୍ରଶାସନ କେବଳ ଲୋକଙ୍କ ମନରେ ବିଶ୍ୱାସ ଜମାଇବା ପାଇଁ ଆଉ ଲୋକଦେଖାଣିଆ ଭାବେ ବାତ୍ୟା ପ୍ରସ୍ତୁୁତ କରିଥିଲେ ।

ହେଲେ ଏଠି ପ୍ରଶ୍ନ ଉଠୁଛି ଯେ ଆଗରୁ ରାଜ୍ୟ ସରକାର ତିତଲି ପାଇଁ ପୁରା ୩୦ ଜିଲ୍ଲାରେ ପ୍ରସ୍ତୁତ ଅଛି ବୋଲି କହିଥିଲେ  । ସେହିପରି ପାଣିପାଗ ବିଭାଗ ମଧ୍ୟ ଆଗରୁ ପୁର୍ବାନୁମାନୁ କରିଥିଲେ କି ଗୋପାଳପୁର ପାଖରେ ଏହା ଲ୍ୟାଣ୍ଡ ଫଲ କରିବ । ଏହା ପରେ ଏହା ଓଡିଶା ଉପରେ ହୋଇ ଏହା ପଶ୍ଚିମବଙ୍ଗ ଆଡେ ମୁହାଁଇବ । ତେଣୁ ଏକଥା ପୁରା ସ୍ପଷ୍ଟ ଥିଲା କି ଓଡିଶାରେ ପ୍ରଚୁର ବର୍ଷା ହେବ । ସବୁ ଜଣା ଥିବା ସତ୍ୱେ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କାମରେ ପଛରେ ପଡିଯାଇଛି କେବଳ ସାମ୍ବାଦିକ ସମ୍ମିଳନିରେ ଆଗେଇଛି । ଏକଥା ଏବେ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଦେଖି ଆଉ ସେଠାରେ ପ୍ରଶାସନ ନପହଂଚି ପାରିବା ଦେଖିଲା ପରେ ଅନୁଭବ ହେଉଛି ।

ରାଜ୍ୟ ସରକାର ଆଗରୁ ହେଲିକାପ୍ଟର ମାଗିପାରିଥାନ୍ତେ । ହେଲେ ଏବେ ସୁଦ୍ଧା ହେଲିକାପ୍ଟର ଲାଗିପାରିନାହିଁ ଉଦ୍ଧାର କାର୍ଯ୍ୟରେ । ଏବେ ବି ଗଂଜାମ, ଗଜପତି ଏବଂ ରାୟଗଡାରେ ଅନେକ ପଂଚାୟତ ପାଣିଘେରରେ । ସମୁଦାୟ ୧୫୫ଟି ପଂଚାୟତରେ ବନ୍ୟା ପାଣି ପଶିଛି । ଏବେବି ସେହି ସବୁ ସ୍ଥାନରେ ପ୍ରଶାସନ ପଂହଚି ପାରିନାହିଁ । ଆସିକା ଏବଂ ପୁରୁଷୋତମପୁରରେ ଲୋକେ ବନ୍ୟା ଘେରରେ ଥିବାର ୨୪ ଘଂଟାରୁ ଅଧିକ ସମୟ ହୋଇସାରିଲାଣି । ସେଠାରେ ତୁରନ୍ତ ରିଲିଫ ପଂହଚାଇବା ଜରୁରୀ ଥିବାବେଳେ ଏବେ ସୁଧା ରନ୍ଧା ଖାଦ୍ୟ ଛାଡନ୍ତୁ ଚୁଡା ବିସ୍କୁଟବି ଟିକିଏ ମିଳିନି ।