Home > ତୁରନ୍ତ ଟିପ୍ପଣୀ
ନିର୍ବାଚନ ପୁର୍ବରୁ ମନେପଡିଲା ପଶ୍ଚିମ ଓଡିଶା ହାଇକୋର୍ଟ ବେଂଚ, ୨୦୧୪ ନିର୍ବାଚନ ପୁର୍ବରୁ ଲେଖିଥିଲେ ଚିଠି, ପୁଣି ଲେଖିଲେ ୨୦୧୯ ପୁର୍ବରୁ
Khabar Odisha:Western-Odisha-High-Court-Bench

ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା କଥା ମନେପକାଉଛନ୍ତି କି ? ୨୦୧୪ ନିର୍ବାଚନ ପୁର୍ବରୁ ୨୦୧୩ ମସିହା ସେପ୍ଟେମ୍ବର ଓ ୨୦୧୪ ଫେବୃୟାରୀରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାର ହାଇକୋର୍ଟର ବେଂଚ ପ୍ରତିଷ୍ଠା ହେଉ ବୋଲି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ୨୦୧୪ ରୁ ଆସି ୨୦୧୮ ହେଲାଣି । ଆଉ ମାସ କେଇଟା ପରେ ନିର୍ବାଚନ । ନିର୍ବାଚନର ଠିକ ପୁର୍ବରୁ ପୁଣି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ୨୦୧୪ ପରେ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗକୁ ସମ୍ପୃର୍ଣ୍ଣ ଭାବେ ଭୁଲିଯାଇଥିଲେ । ଏପରିକି ୨୦୧୪ ପରେ ମୁଖ୍ୟମନ୍ତ୍ରୀ ଆଉ କେନ୍ଦ୍ର ସରକାରଙ୍କୁ ଆଉ କୌଣସି ଚିଠି ଦେଇନଥିଲେ କି ରାଜ୍ୟ ସରକାରଙ୍କ ତରଫରୁ କୌଣସି ବିଧିବଦ୍ଧ ସମ୍ପୃର୍ଣ୍ଣ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ଦେଇନାହାନ୍ତି । ଆଉ ଏବେ ପୁଣି ଦୀର୍ଘ ୪ ବର୍ଷ ପରେ ହଠାତ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଧାନ ପରିଷଦ ପାଇଁ ମୁଖ୍ୟମନ୍ତ୍ରୀ ଯେତିକି ତତ୍ପର ଯଦି ସେତିକି ଆନ୍ତରିକତା ପଶ୍ଚିମ ଓଡିଶା ହାଇକୋର୍ଟ ପ୍ରତିଷ୍ଠା ପାଇଁ ଦେଖାଇ ଥାଆନ୍ତେ ହୁଏତ ଏତିକି ବେଳକୁ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ହୋଇସାରନ୍ତଣି । 

ଦେଶର ଅନ୍ୟ ରାଜ୍ୟରେ ଯେଉଁଠିବି ହାଇକୋର୍ଟ ବେଂଚ ପ୍ରତିଷ୍ଠା ହୋଇଛି ସେହି ସବୁ ରାଜ୍ୟମାନେ କେନ୍ଦ୍ର ସରକାରଙ୍କୁ ଏକ ବିଧିବଦ୍ଧ ଏବଂ ସମ୍ପୃର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି ଏବଂ ଏହା ପରେ ଯାଇକି ବେଂଚ ପ୍ରତିଷ୍ଠା ହୋଇପାରିଛି । ହେଲେ ଏବେ ସୁଦ୍ଧା ରାଜ୍ୟ ସରକାର କେବଳ ଚିଠି ଲେଖିବା ଛଡା ଆଉ କିଛି କରିନାହାନ୍ତି । 

ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଇନ ମନ୍ତ୍ରୀ ଏକଥା ସ୍ପଷ୍ଟ କରିଛନ୍ତି । ହାଇକୋର୍ଟ ବେଂଚ ପ୍ରତିଷ୍ଠା ପାଇଁ ଏକ ପୁରା ବିସ୍ତୃତ ପ୍ରସ୍ତାବ ଦେବା ପରେ କେନ୍ଦ୍ର ସରକାର ଏହା ପ୍ରତିଷ୍ଠା କରିବା ଦିଗରେ ଆଗେଇବେ ବୋଲି ଉଲ୍ଲେଖ୍ୟ କରଛନ୍ତି । ହେଲେ ଏହା ପରେ ରାଜ୍ୟ ସରକାର ପୁରା ବିସ୍ତୃତ ପ୍ରସ୍ତାବ ଦେବା ବଦଳରେ ମୁଖ୍ୟମନ୍ତ୍ରୀ ପୁଣି ଚିଠି ଲେଖିଛନ୍ତି । 

ସତରେ ରାଜ୍ୟ ସରକାର ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାରେ ରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ହେବା କଥା ଚାହୁଛନ୍ତି ନା କେବଳ ଏକ ରାଜନୈତିକ ମୁଦ୍ଧା କରି ଏହି ପ୍ରସଙ୍ଗକୁ ବଂଚାଇ ରଖିବାକୁ ଚାହୁଛନ୍ତି ତାହା ଏବେ ପଶ୍ଚିମ ଓଡିଶା ଏବଂ ଦକ୍ଷିଣ ଓଡିଶା ଲୋକଙ୍କ ମନରେ ସନ୍ଦେହ ହେଲାଣି ।

ପଶ୍ଚିମ ଓଡିଶାରେ ହାଇକୋର୍ଟ ପ୍ରତିଷ୍ଠା ଦାବି ବହୁତ ପୁରୁଣା । କେବଳ ପଶ୍ଚିମ ଓଡିଶା ନୁହେଁ ଦକ୍ଷିଣ ଓଡିଶାରେ ମଧ୍ୟ ହାଇକୋର୍ଟ ପ୍ରତିଷ୍ଠା ପାଇଁ ଯର୍ଥାଥତା ଅଛି । କଟକ ଠାରୁ ଏହି ଜିଲ୍ଲା ମାନଙ୍କର ଦୂରତା ଅଧୀକ ହୋଇଥୀବା କାରଣରୁ ଯଦି ସେହି ସ୍ଥାନରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ହୁଅନ୍ତା ତାହେଲେ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାବାସୀଙ୍କର ସମସ୍ୟା ଯାଆନ୍ତା ।