Home > ତୁରନ୍ତ ଟିପ୍ପଣୀ
କେବେ ଗିରଫ ହେବେ ଅଭିଜିତ ଆୟାର ? ତାମିଲ ଲିଙ୍କ ପାଇଁ ବଂଚିଗଲେ କି ?
Khabar Odisha:When-Avijit-Iyer-Will-Be-Arrested

 ବହୁତ ତୁମ୍ବିତୋଫାନ କଲେ ରାଜ୍ୟ ସରକାର । ବିଧାନସଭା ବି ମୁଲତବି ହେଲା । ଦଳ ମତ ନିର୍ବିଶେଷରେ ସବୁ ବିଧାୟକ ଏକ ସ୍ୱରରେ ଦାବି କଲେ ଅଭିଜିତ ଆୟାରକୁ ଗିରଫ କରାଯାଉ । ରାଜ୍ୟ ସରକାରବି ବେଶ ତପ୍ତର ହେଲେ । ପୋଲିସ ମଧ୍ୟ ତପ୍ତର ଅଛନ୍ତି ବୋଲି ଦେଖାଇ ହେଲେ । ହେଲେ ଏଯାଏଁ ଗିରଫ କରିପାରିଲେ ନାହିଁ ।

ଓଡିଆ ଲୋକଙ୍କୁ ଓରି-ଶଳା ବୋଲି କହି ଅଦଭୁତ ଇତିହାସ ଜ୍ଞାନ ପଢାଇଥିବା ତଥା କୋଣାର୍କ ମନ୍ଦିର ସାମ୍ନାରେ ଓଡିଆ ଭାଷା ସଂସ୍କୃତି ଆଉ ଐତିହ୍ୟକୁ ଅସମ୍ମାନ କରିଥିବା ଏହି ତଥାକଥିତ ଲୁଟିଏନସ ସାମ୍ବାଦିକଙ୍କୁ ଗିରଫ କରିବା ପାଇଁ ପୋଲିସ କାହିଁକି ଡରୁଛି ।

ଘଟଣା ଘଟିବାର ଆଜିକୁ ୨୨ଦିନ ହୋଇସାରିଲାଣି । ଆଉ ଅଭିଜିତ ଆୟାର ବି ରହୁଛନ୍ତି ରାଜଧାନୀ ଦିଲ୍ଲୀରେ । ଖୋଲା ଖୋଲି ବୁଲୁଛନ୍ତି, ସୋସିଆଲ ମେଡିଆରେ ଫଟୋବି ଅପଲୋଡ କରୁଛନ୍ତି ହେଲେ କାହିଁକି ପୋଲିସ ତାଙ୍କୁ ଧରୁନାହିଁ ବା ଧରିବାର ପ୍ରକିୟା ଆରମ୍ଭ କରୁନାହିଁ ତାହା ଚିନ୍ତାର ବିଷୟ । ବଂର ପୋଲିସ ଦିନ ଗଡାଇ ଅଭିଜିତ ଆୟାରଙ୍କୁ ଜାମିନ ଆବେଦନ କରିବା ପାଇଁ ଯଥେଷ୍ଟ ସୁଯୋଗ ଦେବା ସହ ଜାଣିଶୁଣି ଚୁପ ବସିଛି ।

ସୁପ୍ରିମକୋର୍ଟ ବି ଅଭିଜିତ ଆୟରଙ୍କ ଜାମିନ ଆବେଦନ ବେଳେ କହିଛନ୍ତି ଯେ, “ତୁମ ପାଇଁ ଜେଲ ହିଁ ଉପଯୁକ୍ତ ସ୍ଥାନ” । ସୁପ୍ରିମକୋର୍ଟଙ୍କର ଏହି କଡା ଟ୍ଟିପଣୀ ଦେବାର ଆଜକୁ ୫ ଦିନ ହୋଇଗଲାଣି । ସୁପ୍ରିମକୋର୍ଟଙ୍କର ଏହି ଟ୍ଟିପଣୀ ପରେ ପୋଲିସ ଅଭିଜିତଙ୍କୁ ତୁରନ୍ତ ଜେଲରେ ପୁରାଇବା କଥା ହେଲେ କେଉଁ କାରଣ ପାଇଁ ପୋଲିସ ଚୁପ ବସିଛି ତାହା ସନ୍ଦେହରେ ।

ପାଓାର କରିଡରେ ଯାହା ଚର୍ଚ୍ଚା ହେଉଛି ଅଭିଜିତ ଆୟାର ହେଉଛନ୍ତି ଜଣେ ତାମିଲ । ତାଙ୍କ ମା ହେଉଛନ୍ତି ତାମିଲନାଡୁ ସଚିବାଳୟର ଜଣେ ପୁର୍ବତନ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ । ଓଡିଶା ସରକାରଙ୍କ ଶାସନରେ ତାମିଲ ପ୍ରଭାବ ବିଷୟରେ ସମସ୍ତଙ୍କୁ ଜଣା । ଆଉ ଏଠି ବି ସେହି ତାମିଲ ଭାଇ ଭାଇ ସର୍ମ୍ପକର ପ୍ରଭାବ ପଡିଛି । ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ ତୃତୀୟ ମହଲାର ବହୁ ପ୍ରଭାବଶାଳୀ ତାମିଲ ବାବୁଙ୍କର ପୋଲିସ ବିଭାଗକୁ କଡା ନିର୍ଦ୍ଦେଶ ଅଛି ଗିରଫ ନକରି କେବଳ ବାହାନା କର ଯାହା ଆଜି ଯାଏଁ ଓଡିଶା ପୋଲିସ ପୁରା ମାନିିଆସିଛି । ଅତୀତରେ ତାମିଲ ଯବାନ ମାନେ କୁନ୍ଦୁଲି ଗଣଦୁର୍ଷମ ମାମଲାରେ ସଂମ୍ପୃକ୍ତ ଥିଲେ ବୋଲି ସେହି ଘଟଣାରେ କାହାକୁ ଗିରଫ କରାନଯାଇ ପୀଡିତା ଜଣଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଗଲା ବୋଲି ପୁର୍ବତନ ମନ୍ତ୍ରୀ ତଥା ବିଜେଡିର ବିଧାୟକ ଦାମ ରାଉତ ଅଭିଯୋଗ କରିଥିଲେ ।