Home > ଖବର ଓଡିଶା ସ୍ପେସିଆଲ
କେବଳ ଗୋଟିଏ ଥର ଆକାଶବାଣୀ ଯାଇଥିଲେ ଗାନ୍ଧିଜୀ, ଜାଣନ୍ତୁ କେବେ ଓ କାହିଁକି
Khabar Odisha:Nation-New-Delhi-Bapu-visited-akashvani-bhavan-only-once-in-his-life-know-why

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୬ (ଖବର ଓଡ଼ିଶା): ଜାତିର ପିତା ମହାତ୍ମା ଗାନ୍ଧୀ ଜାତୀୟ ରାଜଧାନୀ ଦିଲ୍ଲୀସ୍ଥିତ ଆକାଶବାଣୀ କେନ୍ଦ୍ରକୁ ଏକଦା ପରିଦର୍ଶନରେ ଯାଇଥିଲେ । ଆକାଶବାଣୀ ଭବନର ମୁଖ୍ୟ ଫାଟକରେ ପ୍ରବେଶ କଲେ ଏକ ବୋର୍ଡରେ ଏହି ସୂଚନା ଉଲ୍ଲେଖ ରହିଛି ଯେ, ମହାତ୍ମା ଗାନ୍ଧୀ ୧୯୪୭ ନଭେମ୍ବର ୧୨ରେ ଏଠାକୁ ଆସିଥିଲେ । ସେଦିନ ସେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗାନ୍ଧିଜୀଙ୍କ ଆକାଶବାଣୀର କୌଣସି କେନ୍ଦ୍ରକୁ ପ୍ରଥମ ଓ ଶେଷ ଥର ପାଇଁ ଆସିଥିଲେ । ତାଙ୍କ ସହିତ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜକୁମାରୀ ଅମୃତ ମଧ୍ୟ ଆସିଥିଲେ । ସେହି ସମୟରେ ଗାନ୍ଧିଜୀ ଅଲବୁର୍କରରୋଡ (ଜାନୁୟାରୀ ୩୦ ମାର୍ଗ)ସ୍ଥିତ ବିର୍ଲା ହାଉସରେ ରହୁଥିଲେ । 

ଗାନ୍ଧିଜୀ ୧୯୪୭ ନଭେମ୍ବର ୧୧ରେ କୁରୁକ୍ଷେତ୍ରରେ ପାକିସ୍ତାନର ଝଙ୍ଗ ଓ ମୁଲତାନ ଗସ୍ତ କରି ସେଠାରେ ଶରଣାର୍ଥୀଙ୍କୁ ଭେଟିବାର ଥିଲା । ମାତ୍ର କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବାର କାରଣ ଯୋଗୁଁ ସେ କୁରୁକ୍ଷେତ୍ର ଯାଇପାରି ନ ଥିଲେ । ଏହି କାରଣରୁ ସେ ନଭେମ୍ବର ୧୨ରେ ଆକାଶବାଣୀରୁ କୁରୁକ୍ଷେତ୍ରରେ ରହୁଥିବା ଶରଣାର୍ଥୀଙ୍କୁ ସମ୍ବୋଧିତ କରିଥିଲେ ।

ମହାତ୍ମା ଗାନ୍ଧୀ ନିଜ ଜୀବନରେ ଅଜସ୍ର ଲେଖିଛନ୍ତି ଓ ଭାଷଣ ଦେଇଛନ୍ତି କିନ୍ତୁ ନଭେମ୍ବର ୧୨ରେ ନିଜ ବାବଦରେ କହିବାକୁ ପ୍ରଥମ ଥର ଆକାଶବାଣୀର ସାହାରା ନେଇଥିଲେ । ଗାନ୍ଧିଜୀ ନିଜର ବାର୍ତ୍ତାରେ ପ୍ରଥମେ ଶ୍ରୀଗଣେଶ କହିଥିଲେ । ସେ କହିଥିଲେ, ମୋତେ ଏହି ମାଧ୍ୟମ (ରେଡିଓ) ଭଲ ଲାଗୁ ନାହିଁ । ସେଥିପାଇଁ ପୂର୍ବରୁ ମୁଁ ରେଡିଓକୁ ବ୍ୟବହାର କରି ନଥିଲି । ଗାନ୍ଧିଜୀ ଯେଉଁ ଦିନ ରେଡିଓ କାର୍ଯ୍ୟକ୍ରମରେ ସାମିଲ ଥିଲେ, ଯୋଗକୁ ସେଦିନ ଦୀପାବଳି ଥିଲା । ସେ ଶରଣାର୍ଥୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇ କହିଥିଲେ, ଆପଣମାନଙ୍କର କଷ୍ଟ ଖୁବ ଶୀଘ୍ର ଦୂର ହୋଇଯିବ ।  

  • Tags: