Home > ଖବର ଓଡିଶା ସ୍ପେସିଆଲ
ପୂର୍ବତନ ଉପ-ରାଷ୍ଟ୍ରପତି ହମିଦ ଅଂସାରୀ ପରିଚୟ ଉଜାଗର କରି ଗୁଇନ୍ଦା ଅଧିକାରୀଙ୍କ ଜୀବନ ବିପଦରେ ପକାଇଥିଲେ: ପୂର୍ବତନ ର’ ଅଧିକାରୀ
Khabar Odisha:National-News-Ex-VP-Hamid-Ansari-endangered-lives-of-RAW-unit-members-exposed-RAW-set-up-in-Tehran
ନୂଆଦିଲ୍ଲୀ, ଜୁଲାଇ ୦୭(ଖବର ଓଡ଼ିଶା):

ଭାରତୀୟ ଗୁଇନ୍ଦା ବିଭାଗ ର’ (RAW)ର ଜଣେ ପୂର୍ବ ଅଧିକାରୀ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି । ଅଧିକାରୀଙ୍କ ସୂଚନା ଅନୁସାରେ ପୂର୍ବତନ ଉପ-ରାଷ୍ଟ୍ରପତି ହମିଦ ଅଂସାରୀ ବର୍ଷ 1990-92ରେ ଇରାନରେ ଭାରତୀୟ ରାଜଦୂତ ଥିବା ସମୟରେ ତେହରାନରେ ର’ (RAW)ର ସେଟଅପକୁ ଉଜାଗର କରି ସେଠାରେ କାମ କରୁଥିବା ଅଧିକାରୀଙ୍କ ଜୀବନକୁ ବିପଦରେ ପକାଇଥିଲେ । 

ଅଧିକାରୀ ଜଣଙ୍କ ଏହା ମଧ୍ୟ ଦାବି କରିଛନ୍ତି ଯେ, ଆଂସାରୀ, ଆଇବିର ଆଡିସନାଲ ସେକ୍ରଟେରୀ ରତନ ସେହଗଲଙ୍କ ସହ ମିଶି 1992 ବମ ବିସ୍ଫୋରଣ ପୂର୍ବରୁ ର’ (RAW)ର ଗୋଳ୍ଫ ୟୁନିଟକୁ ପଙ୍ଗୁ କରି ଦେଇଥିଲେ । ନୋଟ( ଅଧିକାରୀ ଜଣଙ୍କ ବୋଧେ 1993 ବିସ୍ଫରଣ କଥା କହିବାକୁ ଚାହୁଁଥିଲେ କିନ୍ତୁ ଭୁଲରେ 1992 ଟ୍ୱିଟ କରିଛନ୍ତି ।)

ଏକ ଜଣାଶୁଣା ଗଣମାଧ୍ୟମ ଦ’ ସଣ୍ଡେ ଗାର୍ଡିଆନରେ ପ୍ରକାଶିତ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ପୂର୍ବତନ ର’ (RAW)ର ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ତେହରାନରେ ରାଜଦୂତ ଥିବା ସମୟରେ ର’ (RAW)ର  ଅଭିଯାନକୁ ଉଜାଗର କରି ଅଧିକାରୀଙ୍କୁ କ୍ଷତି  ପହଞ୍ଚାଇବା ନେଇ ଅଂସାରୀଙ୍କ ବିରୋଧରେ ତଦନ୍ତ କରିବାକୁ ଦାବି କରିଛନ୍ତି । ଅଧିକାରୀ ଜଣଙ୍କ ଦାବି କରିଛନ୍ତି ଯେ, ଅଂସାରୀ ଭାରତର ରାଷ୍ଟ୍ରୀୟ ହିତକୁ ସୁରକ୍ଷା ଦେବାରେ ଅସମର୍ଥ ହୋଇଥିଲେ । ଏହାସହ ସେ ଇରାନର ସରକାର ଏବଂ ଗୁଇନ୍ଦା ସଂସ୍ଥା ଏସଏବିଏକେକୁ ସାହାଯ୍ୟ ମଧ୍ୟ କରୁଥିଲେ, ଯେଉଁଥି ପାଇଁ ର’ (RAW)ର ଅପରେସନକୁ ଅନେକ କ୍ଷତି ହୋଇଥିଲା । ଅଧିକାରୀଙ୍କ ସୂଚନା ଅନୁସାରେ ଚାରିଥର ପାଇଁ ଭାରତୀୟ ଦୂତାବାସରେ କାମ କରୁଥିବା ଅଧିକାରୀମାନଙ୍କ ସହ ରାଜନୈତିଜ୍ଞ ମାନଙ୍କୁ ଏସଏବିଏକେ ଅପହରଣ କରିଥିଲା ଏବଂ ଅଂସାରୀ ଜାଣିଶୁଣି ଭାରତ ରାଷ୍ଟ୍ରୀୟ ହିତର ଧ୍ୟାନ ରଖି ନଥିଲେ । 

ପୂର୍ବତନ ର’ (RAW)ର ଅଧିକାରୀ ସୁଦ ଖବର କାଗଜକୁ ବୟାନ ଦେଇ ମଇ 1991ରେ ଭାରତୀୟ ଅଧିକାରୀ ସନ୍ଦୀପ କପୁର ଅପହରଣ ମାମଲା ସମ୍ପର୍କରେ କହିଥିଲେ । ସୁଦଙ୍କ ଅନୁସାରେ, ଏସଏବିଏକେ ସନ୍ଦୀପଙ୍କୁ ସେହରାନ ବିମନ ବନ୍ଦରରୁ ଅପହରଣ କରି ନେଇଥିଲା । ସେତେବେଳେ ତେହରାନରେ ଭାରତୀୟ ରାଜଦୂତ ଥିବା ଅଂସାରୀଙ୍କୁ  ଏହି ସୂଚନା ଦିଆଯାଇଥିଲା, କିନ୍ତୁ ସେ ଏହାକୁ ଗମ୍ଭୀରତାର ସହ ନେଇ ନଥିଲେ । ସେ ଅଧିକାରୀ ସନ୍ଦୀପ କପୁରଙ୍କୁ ଖୋଜିବା ପାଇଁ କିଛି ବି ପଦକ୍ଷେପ ନେଇ ନଥିଲେ । ଭାରତୀୟ ବୈଦେଶିକ ମନ୍ତ୍ରାଳୟକୁ ପଠା ଯାଇଥିବା କନଫିଡେନସିଆଲ ରିପୋର୍ଟରେ ଏସଏବିଏକେ ସମ୍ପର୍କରେ ଉଲ୍ଲେଖ କରିବା ବଦଳରେ ସନ୍ଦୀପଙ୍କ ଗତିବିଧିକୁ ସନ୍ଦେହାସ୍ପଦ ଦର୍ଶାଇ, ସ୍ଥାନୀୟ ମହିଳାଙ୍କ ସହ ତାଙ୍କ ସମ୍ପର୍କ ଥିବା ଉଲ୍ଲେଖ କରାଯାଇଥିଲା । 

ଏହି ଘଟଣାର 3 ଦିନ ପରେ ଏକ ଅଜଣା କଲ ଭାରତୀୟ ଦୂତାବାସ ପାଖକୁ ଆସିଥିଲା ଯେଉଁଥିରେ ସନ୍ଦୀପ ରାସ୍ତା କଡରେ ପଡିଥିବା ସୂଚନା ଦିଆଯାଇଥିଲା । ସନ୍ଦୀପଙ୍କୁ ଡ୍ରଗ୍ସର ହାଇ ଡୋଜ ଦିଆଯାଇଥିଲା,ଯାହାର ପ୍ରଭାବ ଅନେକ ବର୍ଷ ପର୍ଯ୍ୟନ୍ତ ରହିଥିଲା ।