Home > ଖବର ଓଡିଶା ସ୍ପେସିଆଲ
1977 ପରେ ହୋଇଥିବା 138 ରାଜ୍ୟ ସରକାରରେ 40 ମେଣ୍ଟ ସରକାର, ହାରାହାରି କାର୍ଯ୍ୟକାଳ 26 ମାସରୁ ବି କମ
Khabar Odisha:National-news-government-in-maharashtra-even-10-days-after-election-result-special
ନୂଆଦିଲ୍ଲୀ,ନଭେମ୍ବର ୦୩(ଖବର ଓଡ଼ିଶା):

ମହାରାଷ୍ଟ୍ର ଏବଂ ହରିୟାଣାରେ ନିର୍ବାଚନ ପରିଣାମ ଘୋଷଣା ହେବାର 10 ଦିନରୁ ଅଧିକ ସମୟ ବିତି ସାରିଛି । ବିଜେପି ହରିୟାଣାରେ ଜେଜେପି ସହ ମେଣ୍ଟ କରି ପୁଣିଥରେ ସରକାର କରିଛି, କିନ୍ତୁ ମହାରାଷ୍ଟ୍ରରେ ଶିବସେନା ଏବଂ ବିଜେପି ମେଣ୍ଟ ବର୍ତ୍ତମାନ ସୁଦ୍ଧ ସରକାର ଗଠନ କରିପାରି ନାହିଁ । ଏଥିରେ ଶିବସେନାର ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଆସନ ଦାବି ରାସ୍ତାର କଣ୍ଟା ହୋଇଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ଦୁଇ ଦଳର ଜିଦର ପରିଣାମ ସ୍ୱରୁପ ପ୍ରଦେଶରେ ଗୋଟିଏ ବର୍ଷ ପରେ ପୁଣି ଥରେ ନିର୍ବାଚନ ହୋଇପାରେ । ଏହା ପ୍ରଥମ ଥର ନୁହେଁ  ଯେତେବେଳେ କୌଣସି ରାଜ୍ୟରେ ସରକାର ଗଢିବା ପାଇଁ ମେଣ୍ଟ ମଧ୍ୟରେ ପଦ ଏବଂ ବିଭାଗ ନେଇ ବିବାଦ ହେଉଥିବା ଏବଂ ସ୍ଥାୟୀ ସରକାରକୁ ନେଇ ସଂକଟ ସୃଷ୍ଟି ହୋଇଥିବ । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ 1977ରୁ 2018 ସୁଦ୍ଧା 138 ରାଜ୍ୟ ସରକାରଙ୍କ ଗଠନ ହୋଇସାରିଛି, କିନ୍ତୁ ଏଥିରୁ 40ଟି ସରକାର ମେଣ୍ଟ ସରକାର ଥିଲା, ଯାହାଙ୍କ ହାରାହାରି କାର୍ଯ୍ୟକାଳ 26 ମାସରୁ ମଧ୍ୟ କମ ରହିଛି । ଏହି ଅବସ୍ଥା କେନ୍ଦ୍ରର ସରକାର ଗୁଡିକର ମଧ୍ୟ ରହିଛି । ଏଠାରେ 1989 ମସିହା ପରେ ଲଗାତାର ମେଣ୍ଟ ସରକାର ରହିଛି । 2014 ପରଠାରୁ ବିଜେପିକୁ ଏକାକୀ ବହୁମତ ମିଳୁଛି କିନ୍ତୁ ମେଣ୍ଟ ସରକାର ହି କେନ୍ଦ୍ରରେ ରହିଛି ।  1996ରେ ବିଜେପି କେବଳ 13 ଦିନ ପାଇଁ ସରକାର ଚଲାଇ ପାରିଥିଲା । ମେଣ୍ଟର ଏହି ରାଜନୀତି ଦେଶକୁ ଅନେକ ଚକିତ କରିବା ପରି ନିଷ୍ପତ୍ତିର ସାକ୍ଷୀ କରିଛି ।   

ସରକାର ଗଢିବା ପାଇଁ ଗୋଟିଏ ପଟେ ବିଜେପି ଏବଂ ବାମଦଳ ପରି ଘୋର ବିରୋଧୀ ଏକାଠି ହୋଇଥିଲେ ଅନ୍ୟପଟେ ଜାମ୍ମୁ-କାଶ୍ମୀରେ ପିଡିପି ଏବଂ ବିଜେପିର ଅମେଳ ସରକାର ମଧ୍ୟ ମେଣ୍ଟର ଦାନ ଥିଲା । ରାମବିଳାସ ପାସୱାନ ପରି କିଛି ନେତାଙ୍କୁ ମଧ୍ୟ ମେଣ୍ଟ ସରକାରକୁ ଚଲାଇ ରାଷ୍ଟ୍ରୀୟ ସ୍ତରରେ ପରିଚୟ ମିଳିଛି । ଏହା ମେଣ୍ଟ ରାଜନୀତିର କମାଲ ଥିଲା ଯେ ନିର୍ଦଳୀୟ ବିଧାୟକ ହେବା ସତ୍ତ୍ୱେ ମଧୁକୋଡା ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୟୁପିଏ ମେଣ୍ଟ ସମୟରେ ସେ 2006ରୁ 2008 ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ । ନିର୍ଦଳୀୟ ବିଧାୟକ ଭାବେ ମୁଖ୍ୟମନ୍ତ୍ରୀ ଭାବେ ଭାରତର ତୃତୀୟ ନେତା ହୋଇଥିଲେ । କ୍ଷମତାର ଲୋଭରେ ହୋଇଥିବା ମେଣ୍ଟର ପ୍ରବଳ ଦୁରୁପଯୋଗ ହୋଇଥିଲା । 1993 ମସିହାରେ ନରସିଂହ ରାଓ ସରକାରରେ ସାଂସଦଙ୍କୁ ଲାଞ୍ଚ ଦେବା ଘଟଣା ହେଉ ଅବା ସାଂସଦଙ୍କ ଉପରେ ଟଙ୍କା ଉଡାଇବା । ମେଣ୍ଟ କାରଣରୁ ଦୁର୍ବଳ ସରକାର ବଞ୍ଚାଇବା ପାଇଁ ଏହପରି କାମ ମଧ୍ୟ କରାଯାଉଛି । ଏଥିରେ ସାଂସଦ ଏବଂ ବିଧାୟକଙ୍କୁ କିଣା ମଧ୍ୟ ଯାଉଛି । 

ପ୍ରଥମ ମେଣ୍ଟ ସରକାର- କେନ୍ଦ୍ରରେ 1977 ତ ରାଜ୍ୟରେ 1967ରେ ପ୍ରଥମ ମେଣ୍ଟ ସରକାର ହୋଇଥିଲା

ଭାରତରେ ଯଦି ମେଣ୍ଟ ସରକାରର ଇତିହାସ କଥା କହିବା ତେବେ 1977 ମସିହାରେ ମୋରାରଜୀ ଦେସାଇଙ୍କ ନେତୃତ୍ୱରେ ଜନତା ପାର୍ଟିର ସରକାର କେନ୍ଦ୍ରରେ ହୋଇଥିଲେ, ଏଥିରେ ସମୁଦାୟ 13ଟି ଦଳ ସାମିଲ ହୋଇଥିଲେ । ଏହା ପ୍ରଥମ ବିନା କଂଗ୍ରେସୀ ସରକାର ହୋଇଥିଲା । ଅନ୍ୟପଟେ ଯଦି ରାଜ୍ୟରେ ମେଣ୍ଟର କଥା କହିବା ତେବେ ସ୍ୱାଧିନତାର 20 ବର୍ଷରେ ମାର୍ଚ୍ଚ 15 ତାରିଖ 1967ରେ ପଶ୍ଚିମବଙ୍ଗରେ ପ୍ରଥମ ସଂଯୁକ୍ତ ମୋର୍ଚ୍ଚାର ସରକାର ହୋଇଥିଲା । ଏହାକୁ ଛାଡି କିଛି ବିଶେଷଜ୍ଞ 1953 ମସିହାରେ ଆନ୍ଧ୍ରପ୍ରଦେଶରେ ଗଠିତ ହୋଇଥିବା ମିଳିତ ମନ୍ତ୍ରିମଣ୍ଡଳକୁ ରାଜ୍ୟ ସ୍ତରର ପ୍ରଥମ ମେଣ୍ଟ ସରକାର ମାନନ୍ତି । ଏହି ମନ୍ତ୍ରିମଣ୍ଡଳ 13 ମାସରେ ଭାଙ୍ଗି ଯାଇଥିଲା । ଏହପରି 1957ରେ ଓଡିଶାରେ ମଧ୍ୟ ମେଣ୍ଟ ସରକାର ହୋଇଥିଲା ଯାହା ନିଜର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ 1961 ମସିହାରେ ଭାଙ୍ଗି ଯାଇଥିଲା । କିନ୍ତୁ ଏହି ସବୁକୁ ଆନୁଷ୍ଠାନିକ ମେଣ୍ଟ ଧରାଯାଉ ନାହିଁ । 

ସବୁଠାରୁ ଅମେଳ: ରାଜନୀତିର ଦୁଇ ବିରୋଧୀ ପିଡିପି-ବିଜେପି କରିଥିଲେ ସରକାର

ଭାରତୀୟ ରାଜନୀତିରେ ଯଦି ସବୁଠାରୁ ମେଳ ଖାଉନଥିବା ମେଣ୍ଟ କଥା କହିବା ତେବେ ଜାମ୍ମୁ-କାଶ୍ମୀରରେ 2015ରେ ହୋଇଥିବା ବିଜେପି ଏବଂ ପିଡିପି ସରକାର । ସିଦ୍ଧାନ୍ତିକ ଏବଂ ବୈଚାରିକ ଭାବେ ଘୋର ବିରୋଧୀ ହୋଇ ମଧ୍ୟ ଦୁଇ ଦଳ ମିଶି ରାଜ୍ୟରେ ସରକାର ଗଠନ କରିଥିଲେ । ଧାରା 370 ଏବଂ ରାଜ୍ୟ ମାନ୍ୟତାକୁ ନେଇ ଦୁହି ଦଳ ମଧ୍ୟରେ ବିରୋଧ ହୋଇଥିଲା ଏବଂ ସରକାର ଭାଙ୍ଗି ଯାଇଥିଲା । 

ମେଣ୍ଟର ସବୁଠାରୁ ବଡ ମହାରଥୀ: ବର୍ତ୍ତମାନରେ ପାସୱାନ ମେଣ୍ଟ ରାଜନୀତିର ପାଣିପାଗ ବିଜ୍ଞାନୀ

ବର୍ତ୍ତମାନର ରାଜନୀତିରେ ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ରାମବିଳାସ ପାସୱାନଙ୍କ ନାଁ ମେଣ୍ଟର ରାଜନୀତିରେ ସବୁଠାରୁ ଆଗରେ ରହିଛି । 2000ରେ ଜେଡିୟୁରୁ ଅଲଗା ହେବା ପରେ ସେ ଲୋକ ଜନଶକ୍ତି ପାର୍ଟିର ଗଠନ କରିଥିଲେ । ଏହାପରେ ଏନଡିଏ ସରକାରରେ ସାମିଲ ହୋଇଥିଲେ । 2002 ଗୁଜରାଟ ଦଙ୍ଗା ପରେ ଏନଡିଏରୁ ଅଲଗା ହୋଇଥିଲେ । 2004 ମସିହାରେ ମନମୋହନ ସରକାରେ ସାମିଲ ହୋଇଥିଲେ । ଏହାପରେ 2009ରେ କଂଗ୍ରେସରୁ ଅଲଗା ହୋଇଥିଲେ । 2010 ମସିହାରେ ଲାଲୁ ଯାଦବ ରାଜ୍ୟସଭାକୁ ପଠାଇଥିଲେ । 2014 ଏବଂ 2019ରେ କେନ୍ଦ୍ରର ବିଜେପି ସରକାରରେ ପୁଣି ଥରେ ମନ୍ତ୍ରୀ ହୋଇଥିଲେ । 

ସବୁଠାରୁ ସଫଳ : ପଶ୍ଚିମବଙ୍ଗ, କେରଳ ଏବଂ ମହାରାଷ୍ଟ୍ରରେ ସବୁଠାରୁ ଅଧିକ ସଫଳ ରହିଛି ମେଣ୍ଟ

15 ମାର୍ଚ୍ଚ 1967ରେ ପଶ୍ଚିମବଙ୍ଗରେ ସଂଯୁକ୍ତ ମୋର୍ଚ୍ଚା ଭାବେ ଏକାଠି ହୋଇଥିବା ୟୁନାଇଟେଡ ଲେଫ୍ଟ ଇଲେକ୍ସନ କମିଟି ଏବଂ  ୟୁନାଇଟେଡ ଲେଫ୍ଟ ଫ୍ରଣ୍ଟକୁ ଭାରତୀୟ ରାଜନୀତିର ସବୁଠାରୁ ସଫଳ ମେଣ୍ଟ ଭାବେ ଧରାଯାଉଛି । କେରଳରେ 1960ରେ କଂଗ୍ରେସ ପ୍ରଜାସୋଶଲିଷ୍ଟ ପାର୍ଟି ସହ ମେଣ୍ଟ କରି ସରକାର ଗଠନ କରିଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଏଠାରେ ମେଣ୍ଟ ସରକାର ହେବା ଜାରି ରହିଛି । ମହାରାଷ୍ଟ୍ରରେ ବିଜେପି 1995 ମସିହାରେ ଶିବସେନା ସହ ମିଶି ସରକାର କରିଥିଲା ।  

ଯେତେବେଳେ ମେଣ୍ଟ ପାଇଁ ଏକଠି ହୋଇଥିଲେ ବିରୋଧୀ

1989ରେ ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟ ହୋଇଥିଲା । ବହୁମତ ନଥିବାରୁ ବିରୋଧୀ ଦଳର ଆସନରେ ବସିଥିଲା । ଜନତା ଦଳ ଏବଂ ଅନ୍ୟ କ୍ଷେତ୍ରୀୟ ଦଳକୁ ନେଇ ହୋଇଥିବା ରାଷ୍ଟ୍ରୀୟ ମୋର୍ଚ୍ଚା ସରକାର ଗଠନ କରିଥିଲା । ଏଥିରେ ସବୁଠାରୁ ମହତ୍ୱପୂର୍ଣ୍ଣ କଥା ଏହା ଯେ ବିଜେପି ଏବଂ ବାମାମୋର୍ଚ୍ଚାର ସମର୍ଥନ ଆଧାରରେ ସରକାର ହୋଇଥିଲା । 1989 ପରଠାରୁ କେନ୍ଦ୍ରରେ ବର୍ତ୍ତମାନ ସୁଦ୍ଧା 12ଟି  ସରକାର ହୋଇ ସାରିଛି । ରାଜ୍ୟରେ ଘୋର ବିରୋଧୀ ଥିବା ବିଏସପ ଏବଂ ଏସପି ମଧ୍ୟ 2019ରେ ମେଣ୍ଟ କରି ସାରିଛନ୍ତି ।  

ଲୋହିଆଙ୍କୁ କୁହାଯାଏ ଭାରତୀୟ ରାଜନୀତିରେ ମେଣ୍ଟର ଜନକ

ପ୍ରସିଦ୍ଧ ସମାଜବାଦୀ ଡ.ରାମମନୋହର ଲୋହିଆଙ୍କୁ ସ୍ୱାଧିନତା ପରେ ଭାରତୀୟ ରାଜନୀତିର ମେଣ୍ଟର ଜନକ କୁହାଯାଉଛି । 1960ର ଦଶନ୍ଧିରେ କଂଗ୍ରେସ ବିରୋଧୀ ରାଜନୀତିର ବିକାଶ କରିଥିଲେ ଏବଂ ବିରୋଧୀଙ୍କୁ କଂଗ୍ରେସ ବିରୋଧୀରେ ଏକଜୁଟ କରିଥିଲେ । 1962 ନିର୍ବାଚନ ପରେ ଲୋହିଆ ସମସ୍ତଙ୍କୁ ଏକାଠି କରିବା ଆରମ୍ଭ କରିଥିଲେ । ସେ ଏପରି ଏକ ଦୃଷ୍ଟିକୋଣ ଦେଇଥିଲେ ଯାହା ପଛରେ ନେତାମାନେ ଠିଆ ହେଉଥିବା ଦେଖିବାକୁ ମିଳିଥିଲା । 

ଛତିଶଗଡ ଏପରି ଏକ ରାଜ୍ୟ ଯେଉଁଠାରେ ଆଜି ସୁଦ୍ଧା ମେଣ୍ଟ ସରକାର ହୋଇ ନାହିଁ, ଝାରଖଣ୍ଡ ଏହାର ବିରୋଧୀ

• ସ୍ୱାଧିନତା ପୂର୍ବରୁ 1946ରେ ଅନ୍ତରୀଣ ସରକାର ହୋଇଥିଲା । ଏହା ଏକ ମେଣ୍ଟ ସରକାର ଥିଲା ।

• ମାର୍ଚ୍ଚ 1977ରୁ ଜୁନ 1979( 857) ପର୍ଯ୍ୟନ୍ତ କେନ୍ଦ୍ରରେ ପ୍ରଥମ ବିନା ବାହାର ସରକାର ମୋରରାଜୀ ଦେସାଇ କରିଥିଲେ । 

• ଝାଡଖଣ୍ଡ ଏପରି ଏକ ରାଜ୍ୟ ଯେଉଁଠାରେ ସର୍ବଦା ମେଣ୍ଟ ସରକାର ହୋଇଛି ।

• ଛତିଶଗଡ ଏପରି ଏକ ରାଜ୍ୟ ଯେଉଁଠାରେ କେବେ ମଧ୍ୟ ମେଣ୍ଟ ସରକାର ହୋଇ ନାହିଁ । 

• 1989ରୁ 2009 ମଧ୍ୟରେ ଏପରି ସାତଟି ନିର୍ବାଚନ ହୋଇଛି ଯେଉଁଥିରେ କୌଣସି ଦଳକୁ ଲୋକସଭାରେ ବହୁମତ ମିଳି ନାହିଁ । ସବୁ ସରକାର ମେଣ୍ଟର ରହିଥିଲା ।