Home > ଖବର ଓଡିଶା ସ୍ପେସିଆଲ
ଜାଣନ୍ତୁ ଭାରତର କେଉଁ ରାଜ୍ୟରେ କେତେ ବର୍ଷ ପର୍ଯ୍ୟନ୍ତ ରହିଛି ଲୋକଙ୍କ ଜୀବନ ଆୟୁଷ
Khabar Odisha:National-news-know-how-much-life-people-have-in-which-state-of-india-till-their-age
ସେପ୍ଟେମ୍ବର ୦୪(ଖବର ଓଡ଼ିଶା):

ପ୍ରତ୍ୟେକଙ୍କ ଜୀବନ ଉପରେ ନିଜର ଆଖ ପାଖରେ ରହିଥିବା ପରିବେଶ ପ୍ରଭାବ ପଡିଥାଏ । ଗୋଟିଏ ସର୍ଭେରେ ସାମ୍ନାକୁ ଆସିଥିବା ରିପୋର୍ଟ ଅନୁସାରେ ଯେଉଁ ରାଜ୍ୟରେ ପ୍ରଦୂଷଣର ମାତ୍ରା କମ ଏବଂ ରାଜ୍ୟର ପରିବେଶ ଜୀବନ ପାଇଁ ଅଧିକ ଅନୁକୂଳ ସେଠାରେ ମହିଳା ଏବଂ ପୁରୁଷ ଉଭୟଙ୍କ ଆୟୁଷ ଅଧିକ ହୋଇଥାଏ । ଯଦି ଭାରତର ଅଲଗା-ଅଲଗା ରାଜ୍ୟରେ ବାସ କରୁଥିବା ଲୋକଙ୍କ ଜୀବନର ତୁଳନା କରାଯାଏ ତେବେ ଏହା ସ୍ପଷ୍ଟ ଭାବେ ବାରି ହୋଇ ପାରୁଛି । ଜନଗଣନା ଏବଂ ରେଜିଷ୍ଟର ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଡାଟା ଅନୁସାରେ ଜମ୍ମୁ ପରି ରାଜ୍ୟରେ ଏକ ବର୍ଷର ପିଲାଙ୍କ ବଞ୍ଚିବାର ସମ୍ଭାବନା 74 ପ୍ରତିଶତ ରହିଥାଏ, ଅନ୍ୟ ରାଜ୍ୟରେ ଏହି ପ୍ରତିଶତ କମ ରହୁଥିବା ରିପୋର୍ଟରେ ଦର୍ଶାଯାଇଛି । 

ବିହାର ଏବଂ ଝାରଖଣ୍ଡରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ଜୀବନ ଅଧିକ

ବିହାର ଏବଂ ଝାରଖଣ୍ଡର ଦେଶର ଏପରି ଦୁଇଟି ରାଜ୍ୟ ଯେଉଁଠାରେ ହାରାହାରି ଜୀବନ ମାମଲାରେ ପୁରୁଷମାନେ ମହିଳାଙ୍କୁ ପଛରେ ପକାଇଛନ୍ତି ଅର୍ଥାତ ଦେଶର କେବଳ ଏହି ଦୁଇ ରାଜ୍ୟରେ ମହିଳାଙ୍କ ତୁଳନାରେ ପୁରୁଷ ଅଧିକ ଦିନ ଜୀବିତ ରହିଥାନ୍ତି ।  କେରଳ ଏପରି ଏକ ରାଜ୍ୟ ଯେଉଁଠାରେ ଗାଁରେ ବସବାସ କରୁଥିବା ଲୋକେ ସହରରେ ବାସ କରୁଥିବା ଲୋକଙ୍କଠାରୁ ଅଧିକ ଦିନ ବଞ୍ଚିଥାନ୍ତି । 

ଚାରି ବର୍ଷ ମଧ୍ୟରେ ହାରାହାରି ବୟସରେ ହୋଇଛି ବୃଦ୍ଧି

ଭାରତରେ ଜନ୍ମ ପାଇଁ ଜୀବନ ପ୍ରତ୍ୟାଶା (life expectancy) 1970-75 ମସିହାରେ 49.7  ଧରାଯାଉଥିଲା 2013-17 ମସିହା ସୁଦ୍ଧା ଏହା ବୃଦ୍ଧି ହୋଇ 69 ବର୍ଷରେ ପହଞ୍ଚିଛି, ଯାହା ଗତ ଚାରି ଦଶନ୍ଧୀରେ 19.3 ବର୍ଷ ବୃଦ୍ଧି ହୋଇଥିବା ରେକର୍ଡ କରାଯାଇଛି । ପୂର୍ବେ ମହିଳାଙ୍କ ତୁଳନା ପୁରୁଷଙ୍କ ଆୟୁଷ ଅଧିକ ଥିଲା, କିନ୍ତୁ ଏହି ପ୍ରବୃତ୍ତି 1981-85 ମସିହା ମଧ୍ୟରେ ଓଲଟି ଯାଇଥିଲା । ଭାରତ ଏବେ ଏହି ସଂକ୍ରାନ୍ତରରେ ଗ୍ଲୋବାଲ ପେଟର୍ନର ଅନୁରୁପ ହୋଇଛି । ବର୍ଷ 2013-17 ରେ, ପୁରୁଷଙ୍କ 67.8 ବର୍ଷ ତୁଳନାରେ ମହିଳାଙ୍କ ବଞ୍ଚିବା ଆୟୁଷ 70.4 ବର୍ଷ ଥିଲା 

ଜାତିସଂଘର ମାନବ ବିକାଶ ରିପୋର୍ଟ ଅନୁସାରେ ଅଲଗା ଅଲଗା ପ୍ରଦେଶ ଏବଂ ଅଲଗା ଅଲଗା ଦେଶରେ ବଞ୍ଚିବା ଆୟୁଷ ଅଲଗା ଅଲଗା । ( 2017 ମସିହାରେ ହାରାହୀର ବୟସ 72.8 ବର୍ଷ), ନେପାଳ (70.6 ବର୍ଷ), ଶ୍ରଲଙ୍କା (75.5 ବର୍ଷ), ଚୀନରେ ହାରାହରି ବଞ୍ଚିବା ବୟସ 76.4 ବର୍ଷ ରହିଥିବା ବେଳେ ପଡୋଶୀ ଦେଶ ପାକିସ୍ତାନରେ ହାରାହାରି ବୟସ 66.6 ବର୍ଷ ରହିଥିଲା । 2013-17 ମଧ୍ୟରେ ଯଦି ଆମ ଦେଶର ବିଭିନ୍ନ ରାଜ୍ୟର ଲୋକଙ୍କ ହାରାହାରି ଆୟୁଷ ଉପରେ ନଜର ପକାଇବା ତେବେ ୟୁପିରେ ଏହି ସଂଖ୍ୟା ସବୁଠାରୁ କମ ରହିଛି । ୟୁପିରେ ସର୍ବନିମ୍ନ ହାରାହାରି ବୟସ 65 ବର୍ଷ ରହିଥିବା ବେଳେ କେରଳରେ ସର୍ବାଧିକ 75.2 ବର୍ଷ ପର୍ଯ୍ୟନ୍ତ ଲୋକମାନେ ଜୀବିତ ରହିଥାନ୍ତି ।