Home > ଖବର ଓଡିଶା ସ୍ପେସିଆଲ
ସାରା ବିଶ୍ୱର ଗଣମାଧ୍ୟମର କେନ୍ଦ୍ରବିନ୍ଦୁ ଥିଲା ପିଏମ ମୋଦୀଙ୍କ ବିଦେଶ ଗସ୍ତ, Khaleej Times ଦେଲା ବେଶି ଗୁରୁତ୍ୱ
Khabar Odisha:National-news-middle-east-pm-modi-three-day-visite-to-uae-france-and-bahrain-covered-in-international-media

 • ବିଦେଶରେ ସବୁଠାରୁ ଅଧିକ ସମ୍ମାନ ପାଇଥିବା ପ୍ରଧାନମନ୍ତ୍ରୀ

Khaleej Timesର ପ୍ରତ୍ୟେକ ପୃଷ୍ଠାରେ ମୋଦୀ

ତିନି ଦିନରେ ମିଳିଲା ଦୁଇ ଦେଶର ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ, ଅଗଷ୍ଟ ୨୭ (ଖବର ଓଡ଼ିଶା): ଲୋକସଭା ନିର୍ବାଚନ-2019ରେ ହର-ହର ମୋଦୀ, ଘର-ଘର ମୋଦୀ ନାରା ଏବେ ଗ୍ଲୋବାଲ ହେବାରେ ଲାଗିଛି । ଏହି କାରଣରୁ ପିଏମ ମୋଦୀ ଅଧିକାଂଶ ସମୟରେ ଅନ୍ତରାଷ୍ଟ୍ରୀୟ ମିଡିଆର ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ଶେଷ ହୋଇଥିବା ମୋଦୀଙ୍କ ତିନି ଦେଶୀୟ ବିଦେଶ ଯାତ୍ରା ମଧ୍ୟ ଅନ୍ତରାଷ୍ଟ୍ରୀୟ ମିଡିଆରେ ଛାଇ ରହିଥିଲା । ଦୁନିଆର ପ୍ରାୟ ସବୁ ପ୍ରତିଷ୍ଠିତ ଖବର କାଗଜରେ ପିଏମ ମୋଦୀଙ୍କ ବିଦେଶ ଗସ୍ତକୁ ପ୍ରାଥମିକତା ଦେଇ ପ୍ରକାଶିତ କରାଯାଇଥିଲା । ଖାସକରି ୟୁଏଇର ଖବର କାଗଜ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଧିକ ପ୍ରାଧାନ୍ୟ ଦେଇ କଭରେଜ କରିଥିଲା । ଏହାସହ ଭାରତ-ୟୁଏଇର ସମ୍ପର୍କକୁ ପ୍ରାଥମିକତା ଦିଆଯାଇଥିଲା । 

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ତ୍ରିଦେଶୀୟ ଗସ୍ତ ଏବଂ ଜି7ରେ ଯୋଗଦେବା ପରେ ମଙ୍ଗଳବାର ଦିନ ସକାଳେ ଭାରକ ଫେରିଛନ୍ତି । ଏହି ତିନି ଦିବସୀୟ ଯାତ୍ରାରେ ପିଏମ ମୋଦୀ ୟୁଏଇ, ଫ୍ରାନ୍ସ ଏବଂ ବାହାରିନ ଗସ୍ତ କରିଥିଲେ । ଫ୍ରାନ୍ସରେ ହୋଇଥିବା ଜି 7 ସମ୍ମିଳନୀରେ ସାମିଲ ହୋଇଥିଲେ । ସେଠାରେ ଆମେରିକାର ରାଷ୍ଟ୍ରପତିଙ୍କ ସହ ବିଶ୍ୱର ସବୁ ବଡ଼ ନେତାଙ୍କୁ  ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ ପିଏମ ମୋଦୀ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଥିବା ଘନିଷ୍ଠ ବନ୍ଧୁତାକୁ ଦେଖିବାକୁ ମିଳିଥିଲା ।  

ଅନ୍ୟପେଟ ୟୁଏଇ ଗସ୍ତ ସମୟରେ ସେଠାକର ଯୁବରାଜ ଶେଖ ମୋହମ୍ମଦ ବିନ ଜାୟଦ ଅଲ ନାହୟାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ଅର୍ଡର ଅଫ ଜାୟଦରେ ସମ୍ମାନିତ କରିଥିଲେ । ୟୁଏଇ ପରେ ବାହାରିନରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେଠାକାର ରାଜା ଦ’ କିଙ୍ଗ ଅଫ ହମାଦ ଅର୍ଡର ଅଫ ଦ’ ରନସାଂ (The King Hamad Order of the Renaissance)ରେ ସମ୍ମାନିତ କରାଯାଇଥିଲା ।

ତିନି ଦେଶ ଯାତ୍ରା ସମୟରେ ସବୁ ସ୍ଥାନାରେ ଉତ୍ସାହ ଏବଂ ବଡ ଆୟୋଜନ ସହ ଦୁନିଆର ସବୁଠାରୁ ବଡ ଲୋକତନ୍ତ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ଏହି ସମୟରେ ତିନି ଦେଶର ମିଡିଆରେ ପ୍ରାଧାନମନ୍ତ୍ରୀ ମୋଦୀ ଛାଇ ରହିଥିଲେ । ୟୁଏଇ ସବୁଠାରୁ ବଡ ଖବର କାଗଜ ଖଲୀଜ ଟାଇମ୍ସ (Khaleej Times) ନରେନ୍ଦ୍ର ମୋଦୀଙ୍କ ସ୍ୱାଗତରେ ପ୍ରତ୍ୟେକ ପୃଷ୍ଠାରେ ତାଙ୍କ ଖବରକୁ ଫଟୋ ସହ ପ୍ରଥାମିକତାକର ପ୍ରକାଶିତ କରାଯାଇଥିଲା । ୟୁରୋପିୟନ ମିଡିଆରେ ମଧ୍ୟ ପିଏମ ମୋଦୀଙ୍କ ସହ ଜଡିତ ଥିବା ଖବରକୁ ପ୍ରାଥମିକତାର ସହ ପ୍ରକାଶିତ କରାଯାଇଥିଲା । ଏଠାରେ ଜାଣି ରଖିବା ଦରକାର ଯେ ମୁଲସମାନ ଦେଶ ୟୁଏଇ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯିବା ପରେ ପାକିସ୍ତାନ ୟୁଏଇକୁ ବିରୋଧ କରିଥିଲା । 

ଗତ ପାଞ୍ଚ ବର୍ଷ ମଧ୍ୟରେ ଅନ୍ତରାଷ୍ଟ୍ରୀୟ ନେତା ଭାବେ ଉଭା ହୋଇଥିବା ପିଏମ ମୋଦୀଙ୍କୁ ଏବେ ଦୁଇଟି ଦେଶ ନିଜର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି । ଏହା ସହ ସେ ବିଦେଶର ସବୁଠାରୁ ଅଧିକ ସମ୍ମାନ ହାସଲ କରିବରେ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଏହାପୂର୍ବରୁ ୟୁଏସ, ଦକ୍ଷିଣ କୋରିଆ, ସାଉଦୀ ଆରବ, ପାଲେଷ୍ଟାଇନ, ଆଫଗାନିସ୍ତାନ, ୟୁଏଇ ପରି ଦେଶ ଦ୍ୱାରା ପୁରସ୍କୃତ କରାଯାଇଛି । ଏହାଛଡା ପିଏମ ମୋଦୀଙ୍କୁ ପରିବେଶର ସୁରକ୍ଷା ପାଇଁ ମଧ୍ୟ ଅନ୍ତରାଷ୍ଟ୍ରୀୟ ସ୍ତରରେ ସମ୍ମାନିତ କରାଯାଇଛି । ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ମନମୋହନ ସିଂହଙ୍କୁ ଗୋଟିଏ-ଗୋଟିଏ ଅନ୍ତରାଷ୍ଟ୍ରୀୟ ପୁରସ୍କାର ମିଳିଥିଲା ।