Home > ଖବର ଓଡିଶା ସ୍ପେସିଆଲ
ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ : ପୁରୁଷ କରୁଛନ୍ତି ସବୁଠାରୁ ଅଧିକ ଆତ୍ମହତ୍ୟା, ପ୍ରତିଦିନ 3000 ଜଣ ହାରୁଛନ୍ତି ଜୀବନ
Khabar Odisha:National-news-world-suicide-prevention-day-2019-men-do-more-suicide-than-women
ନୂଆଦିଲ୍ଲୀ,ସେପ୍ଟେମ୍ବର ୧୦ (ଖବର ଓଡ଼ିଶା):

ଆତ୍ମହତ୍ୟା ନାଁ ଶୁଣିଲେ ମନ ଏକ ପ୍ରକାରର ବିଚଳିତ ହୋଇ ଉଥେ । ସକାଳେ ଖବର କାଗଜ ପଢିବା ସମୟରେ ଆତ୍ମହତ୍ୟା ଖବର ପାଇବା ଏକ ପ୍ରକାର ବାଧ୍ୟତାମୂଳକ ପରି ହୋଇ ସାରିଛି । ଦେଶ ହେଉ ଅବା ରାଜ୍ୟ ଗତ କିଛି ବର୍ଷରେ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି । କେତେବେଳେ ମାଁ ନିଜ ଜନ୍ମକଲା ପିଲାଙ୍କୁ ବିଶ ଦେଇ ମାରିବା ପରେ ଆତ୍ମହତ୍ୟା ଘଟଣା ହେଉ ଅବା ଛାତରୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ହେଉ । ଆଶ୍ଟର୍ଯ୍ୟ ଜନକ ଘଟଣା ଏହାଥିଲା ଯେତେବେଳ ଗୋଟିଏ ତୃତୀୟ ଶ୍ରେଣୀରେ ପଢୁଥିବା ଏକ ଛାତ୍ର ଆତ୍ମହତ୍ୟା କରିବା ଚେଷ୍ଟା କରିଥିଲା । ଛାତ୍ରଟିର ବୟସ ମାତ୍ର 8ରୁ 9 ବର୍ଷ ମଧ୍ୟରେ ରହିଥିବ । ଆତ୍ମହତ୍ୟା ପାଇଁ ଯେ କେବଳ ଗରିବି କିମ୍ୱା ଟଙ୍କା ଦାୟି ତାହା କୁହାଯାଇ ନପାରେ, ନିକଟରେ କୋଟି କୋଟି ଟଙ୍କାର ସିସିଡିର ମାଲିକ ସିଦ୍ଧାର୍ଥ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ । ସିଦ୍ଧାର୍ଥ ଆତ୍ମହତ୍ୟା ସାରା ଦେଶକୁ ଏହି ଦିଗରେ ଚିନ୍ତା କରିବାକୁ ବାଧ୍ୟ କରିଥିଲା । 

ଏହପରି ପ୍ରତ୍ୟେକ ବର୍ଗର ଲୋକେ ପ୍ରତିଦିନ ଆତ୍ମହତ୍ୟା କରୁଛନ୍ତି । ଭାରତରେ ହିଁ ନୁହେଁ ସାରା ବିଶ୍ୱରେ ଆତ୍ମହତ୍ୟା ଘଟଣାରେ ବୃଦ୍ଧି ହୋଇଛି । ପ୍ରତିବର୍ଷ ଦୁନିଆରେ ପ୍ରାୟ 8 ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି । ୱାର୍ଲଡ ହେଲଥ ଅର୍ଗାନାଜେନସ ନେଟୱର୍କ ଅନ ସୁଇସାଇଡ ରିସର୍ଚ୍ଚ ଏଣ୍ଡ ପ୍ରିଭେନସନ ଅନୁସାରେ ପ୍ରତି ବର୍ଷ 2.3 ଲକ୍ଷ ଲୋକେ ଭାରତରେ ହିଁ ଆତ୍ମହତ୍ୟା କରିଥାନ୍ତି । 

ଦିନିକୁ ଦିନ ବୃଦ୍ଧି ପାଉଥିବା ଆତ୍ମହତ୍ୟା ଘଟଣାକୁ ଦେଖି ପ୍ରତିବର୍ଷ ସେପ୍ଟେମ୍ୱର 10 ତାରିଖକୁ  ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିନ ଆତ୍ମହତ୍ୟା ଘଟଣାକୁ କମାଇବା ପାଇଁ ସାରା ବିଶ୍ୱରରେ ଅଲଗା-ଅଲଗା  କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥାଏ । ଅସ୍ୱାଭାବିକ ବା ଅପ୍ରାକୃତିକ ଭାବେ ହେଉଥିବା ମୃତ୍ୟୁ ଗୁଡିକରେ ଆତ୍ମହତ୍ୟାର ସଂଖ୍ୟା ସର୍ବାଧିକ । 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ପ୍ରିତିଦିନ ପ୍ରାୟ 3000ରୁ ଅଧିକ ଲୋକ ଆତ୍ମହତ୍ୟା କରିଥାନ୍ତି । ଏହାସହ ପ୍ରତିଦିନ 20ରୁ ଅଧିକ ଲୋକ ନିଜ ଜୀବନକୁ ସମାପ୍ତ କରିବା ପାଇଁ ଚେଷ୍ଟା କରିଥାନ୍ତି । ପ୍ରଥମଥର ପାଇଁ ଆତ୍ମହତ୍ୟା ନିରୋଧକ ଦିବସ 2003 ମସିହା ସେପ୍ଟେମ୍ୱର 10 ତାରିଖରେ ପାଳନ କରାଯାଇଥିଲା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ପୁରୁଷମାନେ ଅଧିକ ଆତ୍ମହତ୍ୟା କରିଥାନ୍ତି । ସଂଗଠନ ଅନୁସାରେ 2016ରେ ଆତ୍ମହତ୍ୟା ମାମଲାରେ 7,93.000 ଲୋକଙ୍କ ମୃତ୍ୟୁ ହୋଇଥିଲା । ଯେଉଁଥିରୁ ଅଧିକାଂଶ ପୁରୁଷ ଥିଲେ । NCRBର ଡାଟା ଅନୁସାରେ 2015ରେ 91,528 ଜଣ ପୁରୁଷ ଆତ୍ମହତ୍ୟା କରିଥିଲେ । ସେହପରି 2005 ଏବଂ 2010ରେ 66,032 ଏବଂ 87,180 ଜଣ ପୁରୁଷ ଆତ୍ମହତ୍ୟା କରିଥିଲେ ।