Home > ଖବର ଓଡିଶା ସ୍ପେସିଆଲ
ଆଜି ପବିତ୍ର ସରସ୍ୱତୀ ପୂଜା, ଉତ୍ସବ ମୁଖର ଶିକ୍ଷାନୁଷ୍ଠାନ
Khabar Odisha:Special-Odisha-Saraswati-puja
ଭୁବନେଶ୍ୱର, ଫେବୃଆରୀ ୧୦(ଖବର ଓଡ଼ିଶା):

 ଆଜି ପବିତ୍ର ବସନ୍ତ ପଂଚମୀ । ଆରାଧ୍ୟ ଦେବୀ  ମା ସରସ୍ୱତୀଙ୍କ ମୂର୍ତ୍ତି ସ୍ଥାପନ କରି ଏହି ପୂଜା କରାଯାଏ । ଜ୍ଞାନ ଓ ବୁଦ୍ଧିଦାତ୍ରୀ ମା ସରସ୍ୱତୀଙ୍କ ଏହି ପୂଜା କଳାକାର ଓ ଛାତ୍ର ଛାତ୍ରୀଙ୍କ ପାଇଁ ଅତି ମହତ୍ୱପୂର୍ଣ୍ଣ । ହଂସ ବାହିନୀ ଓ ଜ୍ଞାନ ଦାୟିନୀ ମା ସରସ୍ୱତୀଙ୍କ ପୂଜା ପ୍ରତିବର୍ଷ କରାଯାଏ । ବୀଣାପାଣି ମା କଣ୍ଠ ପ୍ରଦାନ କରିଥାନ୍ତି ।

ପ୍ରତି ବର୍ଷ ମାଘ ମାସ ଶୁକ୍ଲ ପକ୍ଷ ପଂଚମୀ ତିଥିରେ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କର ପୂଜାର୍ଚ୍ଚନା କରାଯାଏ । ଛାତ୍ରଛାତ୍ରୀ ଓ କଳାକାରଙ୍କ ପାଇର୍ ଏହି ପୂଜାର ଅନେକ ମହତ୍ୱ ରହିଛି । ଏହି ଦିନ ଜ୍ଞାନ ଓ ବୁଦ୍ଧିଦାତ୍ରୀ ଦେବୀ ମା ସରସ୍ୱତୀଙ୍କ ପୂଜାରେ ଅନେକ ସୁଫଳ ମିଳେ । ହଂସ ବାହିନୀ ଓ ଜ୍ଞାନ ଦାୟିନୀ ମା ସରସ୍ୱତୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟା, ଜ୍ଞାନ,ଧନ ଆଦି ପ୍ରଦାନ କରିଥାନ୍ତି । ପ୍ରତି ବର୍ଷ ବସନ୍ତ ପଂଚମୀ ଦିନରେ ମା ସରସ୍ୱତୀଙ୍କ ପ୍ରତିମା ବସାଇ ସମସ୍ତ  ଶିକ୍ଷାନୁଷ୍ଠାନରେ ପୂଜା କରାଯାଏ । ଏହି ଦିନ ଛାତ୍ରଛାତ୍ରୀ ମାନେ ନୂତନ ବସ୍ତ୍ର ପରିଧାନ କରି ପୂଜାର୍ଚ୍ଚନା କରନ୍ତି । ମା ସରସ୍ୱତୀଙ୍କୁ ପୂଜା କରି ପୂଷ୍ପାଞ୍ଜଳୀ ଦେଇଥାନ୍ତି ।

ମା ସରସ୍ୱତୀଙ୍କୁ ହଳଦିଆ ରଙ୍ଗର ଫୁଲ ଭଲଲାଗେ । ସରସ୍ୱତୀ ପୂଜା ଦିନ ମାଙ୍କ ପ୍ରତିମା ବସାଇ ହୋମ କରି ପୂଜା କରାଯାଇଥାଏ । ମା ପ୍ରସନ୍ନ ହୋଇ ଛାତ୍ରଛାତ୍ରୀଙ୍କ ଜ୍ଞାନ ପ୍ରଦାନ କରିଥାନ୍ତି ।