Home > ଖବର ଓଡିଶା ସ୍ପେସିଆଲ
ସଂସଦରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ: ଚିନ୍ତା ନା ଭେଳିକି ?
Khabar Odisha:Woman-odisha-13-Reservation-of-woman--in-parliament-is-false-
ଭୁବନେଶ୍ଵର,ଏପ୍ରିଲ୧୯(ଖବର ଓଡ଼ିଶା):

୨୦୧୯ର ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି ଏବଂ ଏବେ ସବୁ ରାଜନୈତିକ ଦଳ ଏଥିପାଇଁ ନିଜ ନିଜ ପ୍ରସ୍ତୁତିକୁ ଚୁଡାନ୍ତ ରୂପ ଦେଉଛନ୍ତି । ଚଳିତ ୨୦୧୯ ନିର୍ବାଚନରେ ଜାତୀୟ ନିର୍ବାଚନ ସହ ଓଡିଶାର ବିଧାନସଭା ପାଇଁ ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ଏଥିପାଇଁ ଭାଜପା,ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଘମାଘୋଟ ଲଢେଇ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ସବୁଦଳ ନିଜ ନିଜ ପସନ୍ଦର ରଣନୀତି ତିଆରି କରି ଅନ୍ୟଦଳକୁ ମାତ୍ ଦେବାକୁ ପ୍ରସ୍ତୁତ କରିଛନ୍ତି । ସବୁଦଳର ଏଜେଣ୍ଡାରେ ମହିଳା, ଚାଷୀ, ଶ୍ରମିକ, ଚାକିରିଆ ଏବଂ ଯୁବକଙ୍କ ପାଇଁ ପୁଳା ପୁଳା ପ୍ରତିଶ୍ରୁତି ଦିଆଯାଇଛି ।

ନିର୍ବାଚନର ଠିକ୍ ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ଆୟୁଧ କରି ଜାତୀୟ ରାଜନୈତିକ ଦୃଶ୍ୟପଟରେ ନିଜ ଛବିକୁ ଅଧିକ ଉଜ୍ଝଳ କରିବା ପାଇଁ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ସଂସଦରେ ମହିଳାମାନଙ୍କର ପ୍ରତିନିଧିତ୍ୱ ବୃଦ୍ଧି କରିବାପାଇଁ ମହିଳାମାନଙ୍କ ନିମନ୍ତେ ସଂସଦରେ ୩୩% ସ୍ଥାନ ସଂରକ୍ଷଣର ଦାବୀ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଏହି ଇଚ୍ଛାକୁ  ସମ୍ମାନନ ଜଣାଇ ବିଜୁ ଜନତା ଦଳର ସଂସଦୀୟ ଦଳ ମଧ୍ୟ ଏହାକୁ ପାସ କରିଦେଇଛି । ପୁଣି ମୁଖ୍ୟମବୀ ନିଜେ ମଧ୍ୟ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏ ନେଇ ସମର୍ଥନ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପୁଣି ନିଜ ଦଳ ତରଫରୁ ଓଡିଶାର ୨୧ ଟି ଲୋକସଭା ଆସନରେ ଦଳ ପ୍ରାର୍ଥୀ ଦେବାକୁ ଥିବାବେଳେ ଏଥିରୁ ୩୩% ମହିଳାଙ୍କୁ ଟିକେଟ ମିଳିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଅନେକ ମହିଳା ପ୍ରାର୍ଥୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାକୁ ଥିବା ବେଳେ ପ୍ରକୃତରେ ମୁଖ୍ୟମବୀଙ୍କ ଉଦ୍ଦେଶ୍ୟ କ’ଣ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିଜେ ବିଧାନସଭାରେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ଉପଭୋଗ କରୁଥିଲା ବେଳେ ୧୯ ବର୍ଷର ଶାସନକାଳ ମଧ୍ୟରେ ମହିଳାମାନଙ୍କର ବିଧାନ ସଭାରେ ପ୍ରତିନିଧିତ୍ୱ ବଢାଇବାକୁ ଯାଇ ସେମିତି ବିଶେଷ କିଛି କରିନାହାନ୍ତି । ଏଥର ଯେଉଁ ସ୍ଥାନ ସଂରକ୍ଷଣର କଥା କହୁଛନ୍ତି ତାହା ମଧ୍ୟ କେବଳ ଲୋକସଭା ପାଇଁ ଉଦ୍ଦିଷ୍ଟ । ବିଧାନସଭାରେ ତାଙ୍କ ଦଳ କ’ଣ ସତରେ ବରଂ ତାଙ୍କ ଶାସନକାଳରେ ଗୋଟିଏ ପରେ ଗୋଟିଏ ନାରୀ ନିର୍ଯ୍ୟାତନାର ଖବର ସାମ୍ନାକୁ ଆସିଛି । ପୁଣି ଇତିଶ୍ରୀ ଓ ବେବିନାଙ୍କ ପରି ଘଟଣାରେ ସରକାର ଅନେକ ସମାଲୋଚିତ ହୋଇପାରିନାହାନ୍ତି । ଏପରିକି ସରକାରଙ୍କର ମବୀ ବିଭିନ୍ନ ସମୟରେ ମହିଳାମାନଙ୍କୁ ବ୍ୟବହାର ଖରାପ କରି କୁଭାଷା ପ୍ରୟୋଗ କରି ସମାଲୋଚନାର ଶରବ୍ୟ ହୋଇଛନ୍ତି । ପିପିଲି ବିଧାୟକ ପ୍ରଦୀପ ମହାରଥି ଆଉ ରାଧାରାଣୀ ପଣ୍ଡା ବିବାଦ ଏହାର ଏକ ଜଳ୍ପନ୍ତ ଉଦାହରଣ ଯେଉଁଥିରେ ମାନ୍ୟବର ବିଧାୟକଙ୍କୁ ସେମିତି କିଛି ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିଲା ନାହିଁ  । 

ଏପରି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ କେତେବେଳେ ମନ୍ତ୍ରିପରିଷଦରୁ କାହାକୁ ବିଦା କରିଦେଇ ଘଟଣାରେ ସାମୟିକ ବିରତି ଲଗାଇଛନ୍ତି ସତ କିନ୍ତୁ ଏହାକୁ ରୋକିପାରିନାହାନ୍ତି । ଜଣେ ଆଂଚଳିକ ଦଳର ମୁଖିଆ ହିସାବରେ ଓଡିଶାର ମହିଳାମାନଙ୍କୁ ବିଧାନସଭା ନିର୍ବାଚନରେ ୩୩% ସ୍ଥାନ ସଂରକ୍ଷଣ ନଦେଇ ଲୋକସଭାପାଇଁ ଦାବୀ କରିବା କେବଳ ହାସ୍ୟାସ୍ପଦ କଥା । ଏହା ଛଡା ବିଜେଡିରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନଥିବା ବେଳେ ନାମକୁ ମାତ୍ର ଯେଉଁ ପଦାଧିକାରୀମାନେ ଅଛନ୍ତି ସେମାନଙ୍କ ମଧ୍ୟରେ ମହିଳାଙ୍କ ଉପସ୍ଥିତି କେବଳ ନାମକୁ ମାତ୍ର । ଉଦାହରଣ ସ୍ୱରୁପ ଦଳରେ ୧୦ଜଣ ଉପସଭାପତି ଥିବାବେଳେ ସେଥିରୁ ମାତ୍ରଜଣେ ମହିଳା ଅଛନ୍ତି । ପୁଣି, ୩୦ ଜିଲା ସଭାପତିଙ୍କ ମଧ୍ୟରୁ ମାତ୍ର ଜଣେହିଁ ମହିଳା । ସେହିପରି ସଂପାଦକ ଏବଂ ଅନ୍ୟ ପଦବୀରେ ମଧ୍ୟମହିଳାମାନଙ୍କର ଉପସ୍ଥିତି ବେଶ୍ ନଗଣ୍ୟ । ଅର୍ଥାତ ମୋଟ ଉପରେ କହିବାର କଥା ହେଲା ଯେ ନବୀନ ବାବୁ ଯେତେବେଳେ ଯାଏଁ ନିଜ ଦଳରେ ୩୩% ମହିଳା ପ୍ରତିନିଧିତ୍ୱକୁ ସଫଳ କରାଇପାରିନାହାନ୍ତି ସେତେବେଳେ ଯାଏ ସେ ଅନ୍ୟ ଗଣତାନ୍ତ୍ରିକ କ୍ଷେତ୍ରରେ ମହିଳା ସଂରକ୍ଷଣା କଥା କହିବାର ଆବଶ୍ୟକ ନାହିଁ । ଗଣତାବିକ ବ୍ୟବସ୍ଥାରେ ଦଳ ହିଁ ପ୍ରାର୍ଥୀଙ୍କୁ ତିଆରି କରେ । ବିଜୁ ଜନତା ଦଳ ନବୀନ ବାବୁଙ୍କର ପ୍ରସ୍ତାବକୁ ଆଖିବୁଜି ସମର୍ଥନ ଦେବା ପୂର୍ବରୁ ଏ ନେଇ ପ୍ରଥମେ ନିଜ ଦଳରେ ଉପଯୁକ୍ତ ପ୍ରାର୍ଥୀମାନଙ୍କୁ ପ୍ରସ୍ତୁତ କରିବା ଦରକାର । ଏପରି ନକରି ୩୩% ସ୍ଥାନ ସଂରକ୍ଷଣର ଚାଲାକି କରାଯାଉଛି କେବଳ । ୩୩% ସ୍ଥାନ ସଂରକ୍ଷଣର ବାହାନାରେ ଗତ ଥରର ସଂସାଦ କିମ୍ବା ବିଧାୟକଙ୍କର ଭଉଣୀ, ସ୍ତ୍ରୀ, ମା କିମ୍ବା ଝିଅଙ୍କୁ ଟିକେଟଦେଇ ଯଦି ନବୀନ ପଟ୍ଟନାୟକ ବାହାଦୂରୀ ନେବାକୁ ଚାହୁଁଛନ୍ତି ତେବେ ତାହା ସଂପୂର୍ଣ୍ଣ ଭିନ୍ନ କଥା । 

ଅପରପକ୍ଷରେ ବିଜେଡିର ଅନେକ କାମ ଯଥା ଆଚରଣ ଏବଂ ଉଚ୍ଚାରଣ ଭିତରେ ଥିବା ଆକାଶପାତାଳ ଫରକକୁ ଦେଖିଲେ ମହିଳାମାନଙ୍କ ପାଇଁ ଦାବୀ କରାଯାଉଥିବା ୩୩% ସ୍ଥାନ ସଂରକ୍ଷଣ କେବଳ ଯେ ଗୋଟିଏ ବାହାସ୍ପୋଟ ତାହା ସହଜରେ କୁହାଯାଇପାରିବ । ମହିଳାମାନଙ୍କ ଉପରେ କ୍ରମାଗତଭାବେ ବଢିଚାଲିଥିବା ଅତ୍ୟାଚାର, ତ୍ୱରିତ୍ ବିଚାରର ଅଭାବ ତଥା ମହିଳାମାନଙ୍କ ପାଇଁ ରୋଜଗାରର ସୁଯୋଗର ଅଭାବକୁ ଦେଖିଲେ ଏହା ସ୍ପଷ୍ଟ ଯେ ସରକାରଙ୍କ ପାଖରେ ମହିଳାମାନଙ୍କର ବିକାଶ ପାଇଁ କିଛି ସ୍ପଷ୍ଟ ନୀତି ନାହିଁ । ଏଥିପାଇଁ ପ୍ରଥମେ କାମ କରିବାର ଆବଶ୍ୟକତା ରହିଛି । ମହିଳାମାନେ ଅର୍ଥନୈତିକ ଦୃଷ୍ଟିରୁ କାମ କରିବାର ସୁଯୋଗ ପାଇଲେ ହିଁ ସେମାନେ ଆପଣାଛାଏଁ ରାଜନୈତିକ କ୍ଷେତ୍ରକୁ ଆସିପାରିବେ ଏଥିପାଇଁ ରାଜନୈତିକ ସଂରକ୍ଷଣରଆବଶ୍ୟକତା ରହିବନାହିଁ  ।ବୋଧହୁଏ ମହିଳାମାନଙ୍କ ବିକାଶ ନିମନ୍ତେ ଉଦ୍ଦିଷ୍ଟ ଏହି ଚରମ ସତ୍ୟକୁ ନବୀନ ପଟ୍ଟନାୟକ ଏ ଯାଏ ବୁଝି ପାରି ନାହାନ୍ତି । ଯଦି ବୁଝିଥାଆନ୍ତେ ତେବେ ସ୍ଥାନସଂରକ୍ଷଣ ପାଇଁ ଏହି ତୁଚ୍ଛା ନୀଚ ରାଜନୀତି କରିବା ପାଇଁ ଆଗେଇ ଆସିନଥାନ୍ତେ ।

 ସ୍ଥାନ, କାଳ ପାତ୍ର ର୍ନିବିଶେଷରେ ପ୍ରତ୍ୟେକ ରାଜନୈତିକ ଦଳ ପ୍ରଥମେ ନିଜ ଦଳ ଭିତରୁ ହିଁ ମହିଳା ସଂରକ୍ଷଣର ବ୍ୟବସ୍ଥା କରିବା ଆବଶ୍ୟକ । ଏପରି ହେଲେ ହିଁ ନିର୍ବାଚନ ରାଜନୀତିରେ ଲଢେଇ କରିବାପାଇଁ ଉପଯୁକ୍ତ ଦକ୍ଷତା ସଂପନ୍ନ ପ୍ରାର୍ଥି ବାହାରି ପାରିବେ । ଏହା ପରେ ରାଜ୍ୟ ସ୍ତରୀୟନେତାମାନେ ନିଜ ରାଜ୍ୟର ଗଣତାବିକ ଅନୁଷ୍ଠାନ ଯଥା ପଂଚାୟତିରାଜ ବ୍ୟବସ୍ଥା, ବିଧାନସଭାଆଦିରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ପାଇଁ ଯୋର ଦେବା ଉଚିତ୍ । ଏହାପରେ ହିଁ ଲୋକସଭାର କଥା ଉଠିବା ଆବଶ୍ୟକ । ଏପରି ନକରି ନବୀନବାବୁ ସିଧାସଳଖ ସଂସଦରେ ୩୩% ସ୍ଥାନ ସଂରକ୍ଷଣ ପାଇଁ ଦାବୀ କରିବା ଏକ ଭେଳିକି ଏବଂ ଏହାକୁ ଏକ ହାସ୍ୟାସ୍ପଦ କଥାବୋଲି ସହଜରେ କୁହାଯାଇପାରିବ ।

ଲେଖକ- ନମ୍ରତା ଚଢା

Namrata Chadha

9437001325

Namrata.chadha@gmail.com

  • Tags: