Home > ଖବର ଓଡିଶା ସ୍ପେସିଆଲ
ISRO ବୈଜ୍ଞାନିକ ହେବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ଶିକ୍ଷାଗତ ଯୋଗ୍ୟତା
Khabar Odisha:education-special-odisha-educational-qualification-for-isro-scientist
ଭୁବନେଶ୍ଵର, ଅକ୍ଟୋବର ୦୫ (ଖବର ଓଡିଶା) :

ସମସ୍ତଙ୍କ ଜୀବନରେ କିଛି ନା କିଛି ଲକ୍ଷ୍ୟ ରହିଥାଏ। କେହି କେହି ଡାକ୍ତର ହେବାକୁ ଚାହାଁନ୍ତି ତ କେହି ଇଞ୍ଜିନିଅର ତ କେହି ବୈଜ୍ଞାନିକ ହେବାକୁ ଚାହାଁନ୍ତି। ତେବେ ବୈଜ୍ଞାନିକମାନଙ୍କ ପାଇଁ ଆମ ଦେଶର ଭାରତୀୟ ମକାକାଶ ଗବେଷଣା ସଂସ୍ଥା ଭଳି ସ୍ଥାନ ରହିଛି। ଯେଉଁଠାରେ ବୈଜ୍ଞାନିକମାନେ ନିଜର ଉଚ୍ଚାକାଂକ୍ଷାକୁ ଗବେଷଣା କରି ନୂତନ ସିଦ୍ଧି ହାସଲ କରିଥାନ୍ତି। 

ଦୁନିଆରେ କମ୍ ବଜେଟରେ ବଡ ବଡ ମିଶନ କରି ସଫଳ ହେବା ପାଇଁ ISRO ବେଶ୍ ଖ୍ୟାତି ଅର୍ଜନ କରିଛି। ମଙ୍ଗଳଯାନ, ଚନ୍ଦ୍ରଯାନ-୨ ଭଳି ବଡ ବଡ ମିଶନ କରାଯାଇଛି। ଏହି କାରଣରୁ ଆମ ଦେଶର ଯୁବଗୋଷ୍ଠୀ ISROକୁ ନେଇ ଖୁବ୍ ପ୍ରଭାବିତ ଅଛନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ କି, ISROର ବୈଜ୍ଞାନିକ ହେବାପାଇଁ ଆପଣଙ୍କୁ କଣ କରିବାକୁ ପଡିଵ। 

ISROର ହେଡ୍ କ୍ଵାଟର କର୍ଣ୍ଣାଟକର ବାଙ୍ଗାଲୁରୁରେ ରହିଛି। ଭାରତର ସମସ୍ତ ମହାକାଶ ସମ୍ପର୍କିତ ଗବେଷଣା ଏହିଠାରୁ କରାଯାଇଥାଏ। ISROର ଜଣେ ବୈଜ୍ଞାନିକ ହେବା ପାଇଁ କୌଣସୀ ଆୟୁସୀମା ନଥାଏ। ଆପଣ ଆପଣଙ୍କ ବିଦ୍ୟା ବୁଦ୍ଧି ବଳରେ ଜଣେ ବୈଜ୍ଞାନିକ ହୋଇ ପାରିବେ। ଏଠାରେ ଜଣେ ଇଞ୍ଜିନିଅର ଭାବରେ କାମ କରିବା ପାଇଁ ଅତ୍ୟାଧିକ ଆୟୁସୀମା ୩୬ ବର୍ଷ ରଖାଯାଇଛି। ଏସସି, ଏସଟିଙ୍କ ପାଇଁ ୫ବର୍ଷ ଆୟୁସୀମା ଆଶ୍ଵସ୍ତୀ ରହିଛି। 

ISRO ପାଇଁ ଯୋଗ୍ୟତା- 

୧-ଯୁକ୍ତ ୨ ଶ୍ରେଣୀରେ ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଓ ଗଣିତ ରଖି ପାଠ ପଢିବାକୁ ପଡିବ। ଏହାପରେ ଆପଣ IIT J W ପରୀକ୍ଷା ଦେବେ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ IISTରେ ପଢି ପାରିବେ। ତେବେ ଏଥିରେ ପଢିବା ପାଇଁ ଆପଣଙ୍କର ଜ୍ଞାନ ଉତ୍ତମ ମାନର ହେବା ଉଚିତ୍। କାରଣ ଏହି ସଂସ୍ଥାରୁ ପାସ୍ ହେବା ପରେ ଆପଣ ସିଧା ସଳଖ ଭାବରେ ISROରେ ଭର୍ତ୍ତି ହୋଇପାରିବେ। ତେଣୁ ଆପଣଙ୍କୁ ଭଲରେ ପାଠ ପଢିବାକୁ ପଡିବ। ଭଲ ନମ୍ବର ରଖିବାକୁ ପଡିଵ। 

୨- ISROର ICRB ପରୀକ୍ଷା ମାଧ୍ୟମରେ ଆପଣ ସିଧା ସଳଖ ଭାବରେ ISROରେ ଚାକିରୀ କରି ପାରିବେ। ଏହି ପରୀକ୍ଷାରେ ବସିବା ପାଇଁ ଆପଣଙ୍କୁ ଆପଣଙ୍କ ସମ୍ବନ୍ଧିତ ପାଠ୍ୟକ୍ରମରେ ୬୫ପ୍ରତିଶତ ନମ୍ବର ରଖି ପାସ୍ କରିଥିବା ନିହାତି ଜରୁରୀ। ଏହି ଲିଖିତ ପରୀକ୍ଷା ପରେ ଆପଣଙ୍କୁ ଇଣ୍ଟର୍ଭ୍ୟୁ ଦେବାକୁ ପଡିବ। ଇଣ୍ଟର୍ଭ୍ୟୁରେ ପାସ୍ କଲେ ଆପଣ ଇସ୍ରୋରେ ଜଣେ ବୈଜ୍ଞାନିକ ଭାବରେ କାମ କରି ପାରିବେ।