Home > ଖବର ଓଡିଶା ସ୍ପେସିଆଲ
ମନ୍ଦିର, ସଂସ୍କୃତି ଏବଂ ଧର୍ମ ପାଇଁ ପ୍ରସିଦ୍ଧ ଭାରତରେ ରହିଛି ବହୁ ପୌରାଣିକ ମନ୍ଦିର, ଜାଣନ୍ତୁ ଏହି ସବୁ ମନ୍ଦିର ଗୁଡିକର କଣ ରହିଛି ଐତିହ
Khabar Odisha:feature-story-national-odisha-historical-temples-located-in-pakistan-muslims-also-bow-their-heads
ଭୁବନେଶ୍ୱର, ଜାନୁଆରୀ ୨୫ (ଖବର ଓଡିଶା) :

ଭାରତ ନିଜର ସଂସ୍କୃତି, ଧର୍ମ ଏବଂ ମନ୍ଦିର ପାଇଁ ବିଶ୍ୱ ପ୍ରସିଦ୍ଧ । କିନ୍ତୁ ଆପଣ ଏହା ଜଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ, ପାକିସ୍ତାନରେ ଏଭଳି ଏକ ହିନ୍ଦୁ ମନ୍ଦିର ରହିଛି ଯେଉଁଠାରେ ମୁସଲମାନମାନେ ମଧ୍ୟ ମଥା ନୁଆଁନ୍ତି । ବେଲୁଚିସ୍ଥାନ ସ୍ଥିତ ହିଙ୍ଗଲାଜ ମନ୍ଦିର ପୌରାଣିକ କଥା ପାଇଁ ପରିଚିତ । ଏହି ମନ୍ଦିରକୁ ନେଇ କୁହାଯାଏ ଯେ, ବିଷ୍ଣୁ ଭଗବାନ ସତୀ ମାତାଙ୍କର ମଥା କାଟିବା ପାଇଁ ଚକ୍ର ପଠାଇଥିଲେ । ସେହି ସମୟରେ ସତୀ ମାତାଙ୍କର ମଥା କଟି ସେହି ସ୍ଥାନରେ ପଡିଥିଲା । ଏହି ମନ୍ଦିର ପାକିସ୍ଥାନର ବେଲୁଚିସ୍ଥାନ ଠାରୁ ୧୨୦ କିମି ଦୂର ହିଙ୍ଗୁଲ ନଦୀ ତଟରେ ଅବସ୍ଥିତ । ଏହି ମନ୍ଦିର ୫୧ ଶକ୍ତିପୀଠ ମଧ୍ୟରୁ ଗୋଟିଏ । 

ସେହି ଭଳି ମୁଲତାନ ସ୍ଥିତ ୧୫୦୦ ବର୍ଷ ପୁରୁଣା ଏକ ସୂର୍ଯ୍ୟ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ବିଷୟରେ ବୌଦ୍ଧ ଭିକ୍ଷୁମାନେ ବହୁ କଥା ଲେଖିଛନ୍ତି । ମହମଦ ବିନ କୌସିମ, ଏବଂ ମହମ୍ମଦ ଗଜନୀ ଏହି ମନ୍ଦିରକୁ ବହୁ ଥର ଲୁଟିଛନ୍ତି । ଭଗବାନ ଶିବ ଏହି ମନ୍ଦିରରେ ଶ୍ରାପ ମୁକ୍ତ ହୋଇଥିଲେ । 

କରାଚୀ ସ୍ଥିତ ଏକ ହନୁମାନ ମନ୍ଦିରକୁ ନେଇ ଏକ ମାନ୍ୟତା ରହିଛି । ଏହି ମନ୍ଦିର ୨୦୦୦ ବର୍ଷ ପୁରୁଣା । ୧୦୮୨ରେ ଏହି ମନ୍ଦିରର ପୁନନିର୍ମାଣ କରାଯାଇଥିଲା । ତ୍ରେତୟା ଯୁଗର ୧୭ ଲକ୍ଷ ବର୍ଷ ପୁରୁଣା ହନୁମାନଙ୍କ ମୂର୍ତି ଏଠାରେ ସ୍ଥାପନା କରାଯାଇଛି । 

ଭାରତରେ ରାମ ମନ୍ଦିରକୁ ନେଇ ସମସ୍ତ ରାମ ଭକ୍ତଙ୍କ ମନରେ ଆସ୍ଥା ରହିଛି । କିନ୍ତୁ ପାକିସ୍ତାନରେ ମଧ୍ୟ ରାମ ମନ୍ଦିର ରହିଛି । ଏଠାରେ ଇସଲାମ କୋଟର ରାମ ମନ୍ଦିର ରହିଛି ।