Home > ଖବର ଓଡିଶା ସ୍ପେସିଆଲ
ଆରମ୍ଭ ହେଲା ଭାଲେନଟାଇନ ସପ୍ତାହ, ରୋଜ ଡେ ରେ ଗୋଲାପ ଦେଇ କରନ୍ତୁ ପ୍ରେମ ନିବେଦନ
Khabar Odisha:life-style-odisha-valentine-week-special-rose-day
ଭୁବନେଶ୍ୱର, ଫେବୃଆରୀ ୦୭ (ଖବର ଓଡିଶା):

ଗୋଲାପକୁ ପ୍ରେମର ପ୍ରତୀକ ରୂପରେ ମାନନ୍ତି । ପ୍ରତି ବ୍ୟକ୍ତି ପ୍ରାୟ ନିଜର ପ୍ରେମର ପ୍ରକାଶ ଗୋଲାପ ଦେଇ କରିଥାଏ । ତେବେ ଆଜିଠାରୁ ଭାଲେନଟାଇନ ସପ୍ତାହ ଆରମ୍ଭ ହୋଇଯାଇଛି । ପ୍ରେମୀଯୁଗଳମାନେ ଏହାକୁ ନେଇ ଉତ୍ସାହିତ ଥାନ୍ତି । ତେବେ ଆଜି ଭାଲେନଟାଇନ ସପ୍ତାହର ପ୍ରଥମ ଦିନ । ଆଜିର ଦିନକୁ ରୋଜ ଡେ ଭାବରେ ପାଳନ କରାଯାଏ । ପ୍ରେମୀଯୁଗଳମାନେ ଜଣେ ଅନ୍ୟ ଜଣଙ୍କୁ ଗୋଲାପ ଫୁଲ ଦେଇଥାନ୍ତି । ତେବେ ଏହା କେବଳ ପ୍ରେମୀଙ୍କ ପାଇଁ ନୁହେଁ ଆପଣ ମଧ୍ୟ ପାଳନ କରି ପାରିବେ ଆପଣଙ୍କ ବନ୍ଧୁଙ୍କ ସହ । ଆପଣ ହଳଦିଆ ରଙ୍ଗର ଗୋଲାପ ଆପଣଙ୍କ ବନ୍ଧୁଙ୍କୁ ଦେଇ ପାରନ୍ତି । ଏହା ବନ୍ଧୁତ୍ୱର ପ୍ରତୀକ । 

ଏହି ଦିନକୁ ଆପଣ ନିଜର ଭାଇ, ବନ୍ଧୁ, ଶିକ୍ଷକ ଏବଂ ବନ୍ଧୁଙ୍କ ସହ ପାଳନ କରି ପାରନ୍ତି । ତେବେ ଜାଣନ୍ତୁ ଗୋଲାପର ରଙ୍ଗ ଏବଂ ଏହାର ମହତ୍ୱ ବିଷୟରେ:- 

ଲାଲ ଗୋଲାପ-ଲାଲ ରଙ୍ଗ ପ୍ରେମର ପ୍ରତୀକ । ଆପଣ ଯାହାଙ୍କୁ ପ୍ରେମ କରୁଛନ୍ତି ତାଙ୍କୁ ଲାଲ ଗୋଲାପ ଦେଇ ପାରନ୍ତି । 

ଧଳା ଗୋଲାପ-ଧଳା ରଙ୍ଗର ଗୋଲାପ ପବିତ୍ରତା, ନରମର ପ୍ରତୀକ । ଯଦି ଆପଣ କାହାକୁ କ୍ଷମା ପ୍ରାର୍ଥନା କରିବାକୁ ଚାହୁଁଛନ୍ତି ତେବେ ଦେଇ ପାରନ୍ତି । 

ହଳଦିଆ ଗୋଲାପ-ହଳଦିଆ ବନ୍ଧୁତାର ପ୍ରତୀକ । ରୋଜ ଡେରେ ଆପଣ ନିଜ ବନ୍ଧୁଙ୍କୁ ଦେଇ ପାରନ୍ତି । 

ଗୋଲାପୀ ଗୋଲାପ-ଗୋଲାପୀ କୃତଜ୍ଞତାର ପ୍ରତୀକ । ଯଦି କାହାକୁ ଧନ୍ୟବାଦ ଦେବାକୁ ଚାହୁଂଛନ୍ତି ତେବେ ଗୋଲାପୀ ଫୁଲ ଦିଅନ୍ତୁ । 

ତେବେ ବଜାରରେ ବର୍ତମାନ ମୂଲ୍ୟ ୨୦ରୁ ୨୫ ଟଙ୍କା ରହିଛି । ଯଦି ଆପଣ ଫୁଲରେ କିଛି ସାଜସଜ୍ଜା କରିବାକୁ ଚାହୁଁଛନ୍ତି ଏଥିପ୍ରତି ଆପଣ ୧୦୦ରୁ ୧୫୦ ଟଙ୍କା ଖର୍ଚ୍ଚ କରି ପାରିବେ ।