Home > ଖବର ଓଡିଶା ସ୍ପେସିଆଲ
କୁହନ୍ତି ଶିକ୍ଷା ବାଣ୍ଟିଲେ ବଢେ, ପକେଟ୍ ମନିରୁ ସ୍କୁଲ ଆରମ୍ଭ କରିଥିଲେ ସୌରଭ, ଏବେ ୩୦ଗରୀବ ଶିଶୁ ଅଧ୍ୟୟନରତ
Khabar Odisha:national-odisha-aarohan-foundation-school-prayagraj
ପ୍ରୟାଗରାଜ, ଅଗଷ୍ଟ ୨୨ (ଖବର ଓଡିଶା):

 ଶିକ୍ଷା ପ୍ରତ୍ୟେକ ସ୍ଥିତିକୁ ସାମ୍ନା କରିବାକୁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର । ଯାହାକୁ ଆପଣ ଦୁନିଆ ପରିବର୍ତ୍ତନ କରିବା ପାଇଁ ଉପଯୋଗ କରି ପାରିବେ । ନେଲସନ ମେଣ୍ଡେଲାଙ୍କ ଏହି ଉକ୍ତିର ବହୁ ମହତ୍ୱ ରହିଛି । ଏହାକୁ ଗୁରୁତ୍ୱ ଦେଇ ଭାରତ ସରକାର ୨୦୦୧-୨ରେ ସର୍ବଶିକ୍ଷା ଅଭିଯାନ ଆରମ୍ଭ କରିଥିଲେ । ୨୦୦୯-୧୦ରେ ଏହି ଅଧିନିୟମ ପାରିତ ହୋଇଥିଲା । ଏହି ଅଧିନିୟମ ଅନ୍ତର୍ଗତ ୬ରୁ ୧୪ବର୍ଷର ପ୍ରତ୍ୟେକ ଶିଶୁକୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବା ନିୟମ ରହିଛି । ତେବେ ସରକାର ଏଭଳି ବହୁ ଜନକଲ୍ୟାଣକାରୀ ଯୋଜନା ଆଣୁଥିଲେ ମଧ୍ୟ ତୃଣମୂଳ ସ୍ତରରେ ଲୋକମାନଙ୍କ ନିକଟରେ ଏସବୁ ଯୋଜନା ଅପହଁଚ ରହିଛି । ଦୁଇ ଓଳା ଦୁଇ ମୁଠା ଖାଇବାକୁ ପାଉ ନଥିବା ପିଲାଙ୍କ ପାଇଁ ଶିକ୍ଷା ବହୁ ଅନତି ଦୂରରେ ରହିଛି । ଆଜି ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଶିକ୍ଷା ଅପହଁଚ ରହିଛି । ଏଭଳି ସ୍ଥିତିରେ ଅବହେଳିତ ଅବସ୍ଥାରେ ଥିବା ସେହି ଲୋକମାନଙ୍କୁ ସେମାନଙ୍କ ଅଧୀକାର ସମ୍ପର୍କରେ ବୁଝାଇ ସେମାନଙ୍କୁ ଏହି ଯୋଜନା ଆଧାରରେ ସମାଜରେ ଆଗ ଧାଡିକୁ ଆଣିବାକୁ ଆରୋହଣ ଭଳି ସମାଜ କଲ୍ୟାଣକାରୀ ସ୍ୱେଚ୍ଛାସେବୀ ସଂସ୍ଥା ଆଗେଇ ଆସିଛନ୍ତି ।

ପ୍ରୟାଗରାଜ ସ୍ଥିତ ଇଲାହାବାଦ ବିଶ୍ୱବିଦ୍ୟାଳୟର ଛାତ୍ର ସୌରଭ ସିଂହ ପରିହାରଙ୍କ ଏହି ଚିନ୍ତାଧାରା ସମାଜର ସେହି ଶୋଷିତ ଅବହେଳିତ ପରିବାରର ପିଲାମାନଙ୍କୁ ଶିକ୍ଷା ପ୍ରତି ଥିବା ତାଙ୍କ ଅଧୀକାର ବିଷୟରେ ଜାଗୃତ କରାଇ ପାରିଛି । ସୌରଭ ତାଙ୍କର ଏହି ଚିନ୍ତାଧାରାକୁ ତାଙ୍କର ବନ୍ଧୁମାନଙ୍କ ସହ ବାଣ୍ଟିଥିଲେ । ଏହାପରେ ସେମାନେ ମଧ୍ୟ ସମାଜ ସେବା ଉଦ୍ଦେଶ୍ୟରେ ଆଗକୁ ଆଗେଇ ଆସିଥିଲେ । କୁହନ୍ତି ଗାଁ ପରିମଳ ଧୋବା ତୁଠରୁ ତେଣୁ ସେ ପ୍ରଥମେ ନିଜ ଅଂଚଳରେ ଥିବା ତେଲିୟରଗଞ୍ଜର ଏକ ଗରୀବ ବସ୍ତିକୁ ବାଛିଥିଲେ । ଏହି ବସ୍ତିର ପିଲାମାନେ ଦୁଇ ମୁଠା ଖାଇବା ପାଇଁ ଅଳିଆ ଗୋଟାଉଥିବାର କାମ କରନ୍ତି । ଏହାକୁ ଦେଖି ସୌରଭ ସେହି କୋମଳମତି ଶିଶୁମାନଙ୍କ ଭବିଷ୍ୟତ ସୁଧାରିବାକୁ ଚେଷ୍ଟା କରିଥିଲେ ଓ ସେମାନଙ୍କର ମାତାପିତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ।

ସୌରଭଙ୍କ ପାଇଁ ସେହି ପିଲାମାନଙ୍କୁ  ସ୍କୁଲ ସହ ଯୋଡିବା କାଠିକର ପାଠ ଥିଲା । ତେବେ ଆରୋହଣର ସଦସୟଙ୍କ କଠିନ ମନବଳ ସେମାନଙ୍କୁ ହାର ମାନିବାକୁ ଦେଇ ନଥିଲା । ଏହି ଯୁବଗୋଷ୍ଠୀମାନେ ନିଜ ପକେଟ୍ ମନି ଏକାଠି କରି ହ୍ୱାଇଟ୍ ବୋର୍ଡ, ମାର୍କର, ଆଦି ଶିକ୍ଷା ସମ୍ବନ୍ଧିତ ଉପକରଣ ଏକାଠି କରିଥିଲେ । ଏବେ ସେମାନେ ବସ୍ତିର ଏକ ଖୋଲା ସ୍ଥାନରେ ପାଖାପାଖି ୩୦ ଶିଶୁଙ୍କୁ ଶିକ୍ଷା ଦେଉଛନ୍ତି । ସେମାନଙ୍କ ମଧ୍ୟରେ ଏଭଳି କିଛି ଶିଶୁ ଅଛନ୍ତି ଯେଉଁମାନଙ୍କର ଅକ୍ଷର ଜ୍ଞାନ ନାହିଁ । ତେବେ ଏତିକିରେ ସେମାନେ ଅଟଳି ଯାଇ ନଥିଲେ । ସେହି ଶିଶୁମାନଙ୍କୁ ସ୍ୱାକ୍ଷର କରିବା ପାଇଁ ସେମାନଙ୍କ ନିକଟରେ ଅର୍ଥର ଅଭାବ ଥିଲା । ଏହା ପରେ ସେମାନେ ସୋସିଆଲ ମିଡିଆର ଉପଯୁକ୍ତ ବ୍ୟବହାର କରି ସାହାଯ୍ୟ ମାଗିଥିଲେ ।

ଏବେ ଆରୋହଣ ପାଇଁ ବହୁ ଲୋକ ଆଗକୁ ଆଗେଇ ଆସିଛନ୍ତି । ଆରୋହଣ ପାଇଁ ଏକ ଶ୍ରେଣୀଗୃହର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହା ମାଧ୍ୟମରେ ଆରୋହଣ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ କରିବାକୁ ଚେଷ୍ଟା କରୁଛନ୍ତି । ଏତଦ୍ ବ୍ୟତୀତ ସେଠାକାର ମହିଳାଙ୍କୁ ସଚେତନ କରାଇବାକୁ ଚେଷ୍ଟା କରୁଛନ୍ତି ।