Home > ଖବର ଓଡିଶା ସ୍ପେସିଆଲ
ଘରେ କରନ୍ତି ପରିବା ଚାଷ, ପିଅନ୍ତି ବର୍ଷା ପାଣି, ପ୍ରକୃତି ପୂଜାରିଣୀ ଭାବନାଙ୍କ ଜୀବନଶୈଳୀ କିଛି ଏଭଳି...
Khabar Odisha:national-odisha-bhawna-shah-organic-and-unique-home-ahmedabad
ନୂଆଦିଲ୍ଲୀ, ଅଗଷ୍ଟ ୨୧ (ଖବର ଓଡିଶା) :

ଲୋକମାନଙ୍କ ପାଇଁ ଘର ହେଉଛି ଏକ ସୁରକ୍ଷିତ ସ୍ଥଳୀ । ଯେଉଁଠାରେ ପୂର୍ବଜଙ୍କ ବୃଦ୍ଧାବସ୍ଥା ଓ ଆଗାମୀ ପୀଢିଙ୍କ ବାଲ୍ୟବସ୍ଥା କଟିଥାଏ । ଯେଉଁଠାରେ ବହୁ ଖଟାମିଠାର ସ୍ମୃତି ରହିଥାଏ । ଯାହାକି ବହୁ ଉତଥାନ ପତନ ଦେଖିଥାଏ । ତେବେ ୬୨ ବର୍ଷୀୟା ଭାବନା ଶାହାଙ୍କ ପାଇଁ ଘର ହେଉଛି ତାହା ଯେଉଁଠାରେ ସ୍ମୃତି ସହ ଉତମ ସ୍ୱାସ୍ଥ୍ୟ, ଉପଯୁକ୍ତ ଜୀବନଶୈଳୀ ରହିଥାଏ । ଅହମଦାବାଦର ଥଲତେଜ ଶିଲାଜା ରୋଡ ସ୍ଥିତ ଶାନ୍ତ ବାତାବରଣ ଭିତରେ ରହୁଥିବା ଭାବନା ନିଜ ଘରେ ଏକ ଅଲଗା ଦୁନିଆରେ ବସବାସ କରୁଛନ୍ତି । ଯେଉଁଠାରେ ସେ ଏକ ଆଦର୍ଶ ଜୀବନଶୈଳୀ ରକ୍ଷା କରିବା ପାଇଁ ପ୍ରତିଦିନ ଚେଷ୍ଟା କରନ୍ତି । 

ଭାବନା ଏବଂ ତାଙ୍କ ପତି ନିତିନ ନିଜର ଅଧୀକାଂଶ ଜୀବନ ମୁମ୍ବାଇର ଭିଡ ମଧ୍ୟରେ କାଟିଛନ୍ତି । ତେବେ ଏହି ଭିଡ ମଧ୍ୟରେ ଥକି ଯାଇ ସେ ସହରରୁ ଦୂର ଏକ ଏଭଳି ଘରେ ବାକି ଜୀବନ କାଟିବାକୁ ଚାହୁଁଥିଲେ ଯେଉଁଠାରେ ଶାନ୍ତି ସ୍ଥାପିତ ହୋଇଥିବ, ଯାହା ପର୍ଯ୍ୟାବରଣ ଉପେଯାଗୀ ହୋଇଥିବ । ତାଙ୍କର ଏହି ଖୋଜ ଆଜି ତାଙ୍କ ନିଜ ସହର ଅହମଦାବାଦ ଆଡକୁ ଟାଣି ଆଣିଛି । ସେ ଏବେ ଏବଳି ଏକ ଘରେ ରହୁଛନ୍ତି ଯେଉଁଠାରେ କିଚେନ ଗାର୍ଡେନ ରହିଛି, ବର୍ଷା ଜଳ ସଂରକ୍ଷଣ ପାଇଁ ସୁବିଧା ରହିଛି, ନାନାଦି ପ୍ରକାରର ପର୍ଯ୍ୟାବରଣ ଅନୁକୂଳ ବୃକ୍ଷ ସବୁ ରହିଛି । 

ଭାବନାଙ୍କ କହିବା ଅନୁଯାୟୀ, ଏକ ସୁସ୍ଥ ଜୀବନ ପାଇଁ ପ୍ରଥମ ପଦକ୍ଷପ ହେଉଛି ସୁସ୍ଥ ଖାଦ୍ୟ । ଏଥିପାଇଁ ଆମେ ୨୦୦୦ବର୍ଗଫୁଟର ଏକ କିଚେନ ଗାର୍ଡେନ କରିଛୁ । ଏଥିରେ ୨୦ରୁ ଅଧିକ ପ୍ରକାରର ପରିବା ଲାଗିଛି । ବିଭିନ୍ନ ପ୍ରକାରର ଫଳ ଓ ଜଡିବୁଟି ଗଛ ମଧ୍ୟ ରହିଛି । ମାଟିରେ କୌଣସୀ ପ୍ରଭାବ ନପଡିବା ପାଇଁ ସେ କେବଳ ଦେଶୀ କିସମର ଗଛ ଲଗାନ୍ତି । ଗଛ ଗୁଡିକରେ ସାର ଦେବା ପାଇଁ ସେ ରୋଷେଇ ଘରର ଅଳିଆ ସବୁକୁ ବ୍ୟବହାର କରନ୍ତି । 

ସେ ବର୍ଷା ଜଳକୁ ମଧ୍ୟ ସଂରକ୍ଷଣ କରି ରଖନ୍ତି । ଏହାକୁ ଗାଧୋଇବା, ଡ୍ରେସ୍ ସଫା କରିବା ଆଦି ବିଭିନ୍ନ କାମରେ ବ୍ୟବହାର କରନ୍ତି । ଏପରିକି ତାଙ୍କ ଘରେ ରୋଷେଇ ସୌରଚୁଲ୍ଲା ମାଧ୍ୟମରେ କରାଯାଏ । ଏପରିକି ସେ ପରିବା ଧୁଆ ପାଣି ବଗିଚାରେ ବ୍ୟବହାର କରନ୍ତି । ଏପରି ଭାବେ ବାବନା ପ୍ରକୃତିର ଜଣେ ପୂଜାରିଣୀ ହୋଇ ପାରିଛନ୍ତି ।