Home > ଖବର ଓଡିଶା ସ୍ପେସିଆଲ
ଦୃଢ ଇଚ୍ଛାଶକ୍ତିରେ ଆସିଲା ପରିବର୍ତ୍ତନ, ଭିକ୍ଷାବୃତ୍ତିରେ ଲିପ୍ତ କୋମଳମତି ହାତରେ କଲମ ଧରାଇଲେ ଅଭିଷେକ
Khabar Odisha:national-odisha-shuruat-fondation-prayagraj-uttar-shuklapradesh-abhishek
ପ୍ରୟାଗରାଜ, ସେପ୍ଟେମ୍ବର ୧୦ (ଖବର ଓଡିଶା) :

ଉତ୍ତରପ୍ରଦେଶର ପ୍ରୟାଗରାଜର ଅଭିଷେକ ଶୁକ୍ଳା ନାମକ ଜଣେ ଯୁବକ ସମାଜକୁ ପରିବର୍ତ୍ତନ କରିବାକୁ ଏକ ପ୍ରକାର ଲଢେଇ ଆରମ୍ଭ ଦେଇଛନ୍ତି। ନା ସରକାର ନା ପ୍ରଶାସନକୁ ସେ ଦୋଷ ଦେଉଛନ୍ତି ବରଂ ନିଜେ ନିଜେ ସବୁକିଛି ପରିବର୍ତ୍ତନ କରିବାକୁ ଠାଣି ନେଇଛନ୍ତି। ସେ ଏକ ଟିମ ଜରିଆରେ ଗରୀବ ଏବଂ ବସ୍ତି ଅଞ୍ଚଳରେ ରହୁଥିବା ଶିଶୁମାନଙ୍କ ଜୀବନଶୈଳୀ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି।

ଯେଉଁମାନେ କେବେ ରେଲୱେ ଷ୍ଟେସନରେ ଭିକ୍ଷାବୃତ୍ତି କରୁଥିଲେ, ନିଶାବୃତ୍ତି ଏବଂ ବାଳ ଅପରାଧରେ ସାମିଲ ଥିଲେ ଆଜି ସେମାନେ ଈଶ୍ଵରଙ୍କୁ ପ୍ରାର୍ଥନା କରୁଥିବା ନଜର ଆସୁଛନ୍ତି। ବହି ଭିତରେ ନିଜ ସ୍ଵପ୍ନକୁ ଆଙ୍କୁଛନ୍ତି। ଖେଳକୁଦ ସହ ଅନ୍ୟାନ୍ୟ ମୌଳିକ ଶିକ୍ଷା ଗ୍ରହଣ କରୁଛନ୍ତି। ସେମାନଙ୍କ ଜୀବନଶୈଳୀ ପରିବର୍ତ୍ତନ କରିବାରେ ଅଭିଷେକ ହିଁ ସଫଳ ହୋଇ ପାରିଛନ୍ତି। ଅଭେଷେକ ଏବଂ ତାଙ୍କର ଟିମ୍ ଏହି ପିଲାମାନଙ୍କୁ ଜୀବନର ନୂତନ ଦିଗଦର୍ଶନ ଦେଇଛନ୍ତି। 

ଅଭିଷେକ ପ୍ରୟାଗରାଜରେ ଏକ ଜ୍ୟୋତି ଶିକ୍ଷା ଜରିଆରେ ଶିକ୍ଷାଦାନ ଆରମ୍ଭ କରିଥିଲେ। ଏବେ ତାଙ୍କ ନିକଟରେ ୧୨୫ ଜଣ ଶିଶୁ ଅଧ୍ୟୟନରତ। ସେମାନଙ୍କ ମଧ୍ୟରେ ୯୦ ଜଣ ଛାତ୍ରୀ ଅଛନ୍ତି। ପ୍ରଥମେ ପ୍ରଥମେ ଅଭିଷେକ ବସ୍ତି କିମ୍ବା ଘର ବାହାରେ ପଢାଉଥିଲେ। କିନ୍ତୁ ଏବେ ସେ ତାଙ୍କର ଏକ ଶିକ୍ଷା ସଂସ୍ଥା ଖୋଲିଛନ୍ତି। ଏଠାରେ ବସ୍ତୀ ଏବଂ ଗରୀବ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି। ଶିସୁଙ୍କର ସର୍ବାଙ୍ଗୀନ ବିକାଶ ପାଇଁ କମ୍ପ୍ୟୁଟର ଶିକ୍ଷା, ନାଚ ଏବଂ ମ୍ୟୁଜିକ କ୍ଲାସେସ୍ ଦେଉଛନ୍ତି। ସେ ଝିଅମାନଙ୍କୁ ମଧ୍ୟ ଆତ୍ମପ୍ରତିରକ୍ଷା ଶିଖାଉଛନ୍ତି।

  • Tags: