Home > ଖବର ଓଡିଶା ସ୍ପେସିଆଲ
କାହାଣୀ ସେହି ଶିକ୍ଷକଙ୍କର... ଯାହାର ବିଦାୟରେ ଦିନେ କାନ୍ଦି ଉଠିଥିଲା କେଲସୁ ଘାଟି
Khabar Odisha:national-odisha-uttarkashi-bhankoli-kelsughati-teacher-ashish-dangwal-story
ଭୁବନେଶ୍ଵର, ସେପ୍ଟେମ୍ବର ୦୫ (ଖବର ଓଡିଶା) :

ନିଜର ଜ୍ଞାନ ଆଲୋକରେ ଯିଏ ଅନ୍ଧକାରକୁ ଅପସାରିତ କରିଥାଏ, ଯିଏ ଜୀବନର ପ୍ରଧାନ ମାର୍ଗ ଦର୍ଶକ ସିଏ ହେଉଛନ୍ତି ଗୁରୁ। କୁହନ୍ତି ଗୁରୁ ପିତା, ଗୁରୁ ମାତା, ଗୁରୁ ପରମବ୍ରହ୍ମ, ଗୁରୁ କୃପାରୁ ନର ଜନ୍ମ ଧନ୍ୟ। ଆଜି ହେଉଛି ସେହି ଗୁରୁଙ୍କର ଦିନଟିଏ। ଯାହାକୁ ଆମେ ଗୁରୁ ଦିବସ ରୂପରେ ପାଳନ କରୁଛେ। ଭାରତର ଦ୍ଵିତୀୟ ରାଷ୍ଟ୍ରପତି ତଥା ପ୍ରଥମ ଉପରାଷ୍ଟ୍ରପତି ଓ ବିଶିଷ୍ଟ ଶିକ୍ଷାବିତ୍ ଡଃ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ତିଥିକୁ ସର୍ବଭାରତୀୟ ସ୍ତରରେ ଆମେ ଗୁରୁ ଦିବସ ରୂପରେ ପାଳନ କରୁଛେ। ଆଜିର ଏହି ପବିତ୍ର ଦିନରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ପୂଜା କରି ଆଶୀର୍ବାଦ ଗ୍ରହଣ କରିଥାନ୍ତି। ତେବେ ଆଜିର ଏହି ପବିତ୍ର ଦିନରେ ଆମେ ଏଭଳି ଜଣେ ଗୁରୁଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜର ଜ୍ଞାନର ଆଲୋକରେ କୋମଳମତି ଶିଶୁଙ୍କ ଭବିଷ୍ୟତ ଉଜ୍ଜ୍ଵଳ କରିଛନ୍ତି। 

ଏହି ଦୃଶ୍ୟ କୌଣସୀ ଝିଅ ଶାସୁଘର ଯିବା ସମୟର ନୁହେଁ, ଏହି ଦୃଶ୍ୟ ହେଉଛି ଜଣେ ଶିକ୍ଷକ ବିଦାୟ ନେବା ସମୟର। ଉତରକାଶୀ କେଲସୁ ଘାଟିର ରାଜକୀୟ ଇଣ୍ଟର କଲେଜ, ଭଙ୍କୋଲିରେ ଜଣେ ଶିକ୍ଷକ ଆଶୀଷ ଡଙ୍ଗବାଲାଙ୍କ ବିଦାୟ ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଗ୍ରାମରେ ବୃଦ୍ଧଙ୍କ ଠାରୁ ନେଇ ଛୋଟ ଯାଏଁ ସମସ୍ତେ ଭାବ ବିହ୍ଵଳ ହୋଇ କାନ୍ଦି ପକାଇଥିଲେ। ତାଙ୍କୁ ଢୋଲ ବାଦନ ଓ ଫୁଲମାଳ ସହ ବିଦାୟ ଦିଆଯାଇଥିଲା। ଆସିଷ ନିଜ ବିଦାୟ ସମୟର ଏକ ଫଟୋ ଫେସବୁକରେ ପୋଷ୍ଟ କରିଥିଲେ ଯାହାର ବହୁ ମାର୍ମିକ ଅର୍ଥ ରହିଛି। 

ଆଶୀଷ କେଲସୁ ଘାଟିରେ ତିନି ବର୍ଷ ଧରି ଶିକ୍ଷକ ପଦରେ ନିୟୋଜିତ ଥିଲେ। ବିପତ୍ତିକାଳୀନ ସ୍ଥିତି ଦେଖିବାକୁ ଗଲେ ଏହା ବହୁ ସମ୍ବେଦନଶୀଳ ସ୍ଥାନ। ଏଭଳି ଦୁର୍ଗମ ସ୍ଥାନରେ କେହି ଚାକିରୀ କରିବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଏହି ଦୁର୍ଗମ ଅଞ୍ଚଳକୁ ଆଶୀଷ ନିଜ କର୍ମସ୍ଥଳୀ ବାଛି ନେଇଥିଲେ। ନିଜର ପରିଶ୍ରମ ବଳରେ ଏହି ସ୍ଥାନକୁ ସେ ସୁଧାରିବାକୁ ଚେଷ୍ଟା କରିଥିଲେ। ତାଙ୍କର ଏହି କର୍ମରେ ଗ୍ରାମ ଲୋକମାନେ ଏତେ ପ୍ରଭାବିତ ହୋଇ ପଡିଥିଲେ କି, ତାଙ୍କୁ କେହି ଯିବାକୁ ଦେଉ ନଥିଲେ।