Home > ଖବର ଓଡିଶା ସ୍ପେସିଆଲ
ସବୁଠାରୁ ନିଆରା ଭାରତର ଏହି ମନ୍ଦିର, ୮୩ ବର୍ଷରୁ ଲାଲ ଲଙ୍କାରେ କରାଯାଉଛି ଅଭିଷେକ
Khabar Odisha:national-odisha-varna-mutthu-mariyamman-temple-in-tamil-nadu-india-has-83-years-old-weird-ritual-chilli-for-health
ନୂଆଦିଲ୍ଲୀ, ଜାନୁଆରୀ ୩୦ (ଖବର ଓଡିଶା) :

 ଭାରତରେ ଏଭଳି ପରମ୍ପରା ରହିଛି ଯାହାକି ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ସତ୍ୟ । ତେବେ ଭାରତରେ ଏଭଳି ମନ୍ଦିର ଗୁଡିକର କମି ନାହିଁ ଯେଉଁଠାରେ ଏହି ପରମ୍ପରା ଗୁଡିକୁ ପାଳନ କରାଯାଏ । ତେବେ ଦକ୍ଷିଣ ଭାରତର ମନ୍ଦିରର ଶୈଳୀ ସବୁଠାରୁ ନିଆରା । ଏଠାକାର ପରମ୍ପରା ମଧ୍ୟ ସବୁଠାରୁ ଅଲଗା । ସେଠାରେ ଏଭଳି ଏକ ମନ୍ଦିର ରହିଛି ଯେଉଁଠାରେ ରୋଗରୁ ମୁକ୍ତ ହେବା ପାଇଁ ଲଙ୍କାର ଅଭିଷେକ କରାଯାଏ । 

ବର୍ନା ମୁଥୁ ମରିୟମନ ମନ୍ଦିର ତାମିଲନାଡୁର ସବୁଠାରୁ ବଡ ଜିଲ୍ଲା ବେଲୁପୁରମରେ ବିଶ୍ୱ ପ୍ରସିଦ୍ଧ ଆରୋବିଲେ ଇଂଟରନ୍ୟାସନାଲ ଟାଉନସିପ ନିକଟରେ ଏକ ଗ୍ରାମ ଇଦ୍ୟାଂଚମ୍ବାଡିରେ ରହିଛି । ଏଠାରେ ପ୍ରତିବର୍ଷ ୮ଦିନ ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ କରାଯାଏ । ଏଠାରେ ଲଙ୍କାଭିଷେକ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୁଅନ୍ତି । ଲୋକମାନେ ସୁସ୍ଥ ରହିବା କାମନା କରି ଏଭଳି କରାଯାଏ । ମନ୍ଦିରର ପରମ୍ପରା ଅନୁଯାୟୀ, ଏଠାକାର ତିନି ଜଣ ବରିଷ୍ଠ ଲୋକ ହାତରେ କଙ୍କଣ ପିନ୍ଧନ୍ତି ଏବଂ ଦିନ ସାରା ଉପବାସ ରଖନ୍ତି । ଏହା ପରେ ତାଙ୍କୁ ଲଣ୍ଡା କରାଯାଏ । ତାହା ପରେ ପୂଜାରୀ ତାଙ୍କୁ ଦେବତା ଭଳି ପୂଜା କରେ । ତାହା ପରେ ତାଙ୍କୁ ବିଭିନ୍ନ ସାମଗ୍ରୀରେ ଅଭିଷେକ କରାଯାଏ । ଏଥିରେ ଚନ୍ଦନ, ଫୁଲ ଆଦି ସାମିଲ ରହିଛି । ଏହା ପରେ ସେମାନଙ୍କ ଉପରେ ଲଙ୍କାଭିଷେକ କରାଯାଏ । ସେମାନଙ୍କୁ ଲଙ୍କା ଲେପରେ ସ୍ନାନ କରାଯାଏ । ଏହା ପୂର୍ବରୁ ତାଙ୍କୁ ଲଙ୍କା ଖୁଆଯାଏ । 

ସର୍ବ ଶେଷରେ ତାଙ୍କୁ ଲିମ୍ବ ଜଳରେ ସ୍ନାନ କରାଇ ମନ୍ଦିର ଭିତରକୁ ନିଆଯାଏ । ମନ୍ଦିର ଭିତରେ ତାଙ୍କୁ ଜଳୁଥିବା ଅଙ୍ଗାରରେ ଚାଲିବାକୁ ପଡେ । ଏହି ପରମ୍ପରା ପାଖାପାଖି ୮୫ ବର୍ଷ ଧରି ଚାଲି ଆସୁଛି । ହରିଶ୍ରୀନିବାସଙ୍କୁ ସ୍ୱୟଂ ଭଗବାନ ଦର୍ଶନ ଦେଇ ଏଠାକାର ଲୋକଙ୍କୁ ରୋଗ ଠାରୁ ଦୂରେଇ ରଖିବା ପାଇଁ ଏହି ମାର୍ଗ ବତାଇଥିଲେ ବୋଲି ଲୋକବାଣୀ ରହିଛି ।