Home > ଖବର ଓଡିଶା ସ୍ପେସିଆଲ
ରେଳବାଇର ହୃଦୟଛୁଁଆ ପଦକ୍ଷେପ, ପାରାକୁ ଉଦ୍ଧାର ପାଇଁ ଅଟକିଲା ଟ୍ରେନ୍
Khabar Odisha:odisha-mumbai-western-railway-halts-services-to-save-bird
ଭୁବନେଶ୍ୱର, ଜାନୁଆରୀ ୧୯ (ଖବର ଓଡିଶା) :

  ଜାନୁଆରୀ ୧୪-୧୫ରେ ସାରା ଦେଶ ମକର ସଂକ୍ରାନ୍ତିକୁ ନେଇ ଉତ୍ସବ ମୁଖର ଥାଏ । ଏହି ସମୟରେ ଲୋକମାନେ ଗୁଡି ଉଡାଇ ଆନନ୍ଦ ମନରେ ପର୍ବକୁ ପାଳନ କରୁଥାନ୍ତି । ତେବେ ଏହାକୁ ପାଳନ କରିବାକୁ ଯେତିକି ମଜା ଲାଗେ ଏହା ଦ୍ୱାରା ପଶୁ ପକ୍ଷୀମାନେ ବହୁ ହଇରାଣ ହରକତ ହୋଇଥାନ୍ତି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ଜାନୁଆରୀ ୧୬ରେ ମୁମ୍ବାଇ ଗୋରେଗାଁଓ ରେଲୱେ ଷ୍ଟେସନରେ ସକାଳ ସମୟରେ ପାଖାପାଖି ୫ମିନିଟ ପର୍ଯ୍ୟନ୍ତ ରେଳ ସେବା ସ୍ତଗିତ ରଖାଯାଇଥିଲା । ତେବେ ଏହାର କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । 

ଘଟଣାକ୍ରମେ, ସକାଳ ୧୦ଟାରେ ରେଳ ଷ୍ଟେସନର ଡେପ୍ୟୁଟି ଷ୍ଟେସନ ମାଷ୍ଟରଙ୍କୁ କୌଣସୀ ଜଣେ ଯାତ୍ରୀ ସୂଚିତ କରିଥିଲେ ଯେ, ଷ୍ଟେସନର ଉତର ପଟେ ଥିବା ଏକ ଟ୍ରେନ ଉପରେ ଗୋଟିଏ ପାରା ବିଜୁଳି ତାରରେ ଫଶିଯାଇଛି । ଏହା ପରେ ଷ୍ଟେସନ ମାଷ୍ଟର ତୁରନ୍ତ ବିଜୁଳି ବିଭାଗ ଏବଂ ଦମକଳ ଗାଡିକୁ ସୂଚିତ କରିଥିଲେ । ବିଜୁଳି ବିଭାଗ ଆସି ଷ୍ଟେସନରେ ବିଜୁଳି ସଂଯୋଗକୁ ବନ୍ଦ କରିଥିଲା ଏବଂ ପାରାକୁ ଉଦ୍ଧାର କରିଥିଲା । 

ପଶ୍ଚିମ ରେଳ ମୁଖ୍ୟ ପବ୍ଲିକ ରିଲେଶନ ଅଫିସର କହିଛନ୍ତି ରବିନ୍ଦର ଭାକଡେ କହିଛନ୍ତି କି, ସକାଳ ୧୦ଟା ୨୮ରୁ ୧୦ଟା ୩୩ପର୍ଯ୍ୟନ୍ତ ବିଜୁଳି ସପ୍ଲାଇ ବନ୍ଦ ଥିଲା । ଏହି ସମରେ ଦମକଳ ଗାଡି ପାରାଟିକୁ ଉଦ୍ଧାର କରିଥିଲା । ଏହି ଉଦ୍ଧାର କାର୍ଯ୍ୟରେ ଗୋରେଗାଁଓ ସ୍ଥିତ ସଙ୍କେତ ଗ୍ରୁପ ସାହାଯ୍ୟ କରିଥିଲା । ଏହି ସଂସ୍ଥା ପକ୍ଷୀଙ୍କ ଦେକାଶୁଣା କାମ କରେ । ତେବେ ପଶ୍ଚିମ ରେଲୱେର ଏହି ପଦକ୍ଷେପକୁ ସର୍ବସମ୍ମୁଖରେ ପ୍ରଶଂସା କରାଯାଇଛି । ବର୍ତମାନ ସମୟରେ ମନୁଷ୍ୟ ପାଶବିକ କାର୍ଯ୍ୟରେ ଲିପ୍ତ ଥିବା ସମୟରେ ଗୋଟିଏ ସାମାନ୍ୟ ପାରାର ଜୀବନ ରକ୍ଷା କରି ରେଳ ବିଭାଗ ମହନୀୟତାର ଏକ ଉଦାହରଣ ସୃଷ୍ଟି କରିଛି ।