Home > ଖବର ଓଡିଶା ସ୍ପେସିଆଲ
ଆପଣଙ୍କ ନାଁରେ ଜାରି ହୋଇ ନାହିଁ ତ କୌଣସି ଟ୍ରାଫିକ ଚାଲାଣ, ଏମିତି ଅନଲାଇନରେ କରନ୍ତୁ ଚେକ
Khabar Odisha:special-national-odisha-may-be-you-have-traffic-challan-pending-online-know-how-to-check-e-challan-online
ଭୁବନେଶ୍ଵର, ସେପ୍ଟେମ୍ବର ୦୩(ଖବର ଓଡ଼ିଶା):

 ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟରେ ସଂଶୋଧିତ ମୋଟର ଯାନ ବିଧେୟକ ଆକ୍ଟ ଲାଗୁ  ହୋଇ ସାରିଛି। ନୂତନ ବିଧେୟକ ଅନୁଯାୟୀ ଗାଡ଼ିର ଚାଲାଣ କଟା ମଧ୍ୟ ଆରମ୍ଭ ହୋଇ ଯାଇଛି। ମାତ୍ର ଆପଣ ଭାବୁଥିବେ ଯେ ଜଣେ ନାଗରିକଙ୍କ ପରି ଆପଣ ଟ୍ରାଫିକ ନିୟମକୁ ପୂରାପୂରି ପାଳନ କରୁଛନ୍ତି, କାରଣ ଆପଣଙ୍କୁ ଟ୍ରାଫିକ ପୋଲିସ ଅଟକାଇ ନାହିଁ। କିନ୍ତୁ ଆପଣ ଭୁଲ ମଧ୍ୟ ହୋଇ ପାରନ୍ତି। 

ଅନେକ ଥର ବ୍ୟସ୍ତତା କାରଣରୁ ତରବରିଆ ଭାବେ ଟ୍ରାଫିକ ନିୟମର ଉଲ୍ଲଂଘନ ହୋଇ ଯାଇଥାଏ, ମାତ୍ର ଆପଣଙ୍କୁ ଏହା ଜଣା ପଡ଼ିନଥାଏ। ଆପଣଙ୍କ ଚାଲାଣ କଟା ମଧ୍ୟ ହୋଇଥାଏ କିନ୍ତୁ ଆପଣଙ୍କୁ ଏହା ଜଣା ମଧ୍ୟ ପଡ଼ିନଥାଏ। ଯଦି ଆପଣ ଅଜାଣତରେ କୌଣସି ଟ୍ରାଫିକ ନିୟମ ଭାଙ୍ଗିଥାନ୍ତି ତେବେ ଆପଣ ଏହାର ସୂଚନା ମଧ୍ୟ ଜାଣି ପାରିବେ। ନିକଟରେ ଦିଲ୍ଲୀ-ଏନସିଆରରେ ଅନେକ ଲୋକ ଏସଏମଏସ ଜରିଆରେ ଜାଣିବାକୁ  ପାଇଛନ୍ତି ଯେ ସେମାନେ ଟ୍ରାଫିକ ନିୟମର ଉଲଂଘନ କରିଛନ୍ତି। ଉକ୍ତ ଏସଏମଏସରେ ତାଙ୍କ ପାଖକୁ ଏକ ଲିଙ୍କ ମଧ୍ୟ ପଠାଯାଇଥାଏ, ଯେଉଁଠି ଚାଲାଣ କଟା ଯାଇଛି କି ନାହିଁ ତାହା ଜଣେ ପଡ଼ିଥାଏ।

ଇ-ଚାଲାଣର ପଠାଯାଉଛି ଲିଙ୍କ୍

ଲୋକେ ଯେବେ ଉକ୍ତ ଲିଙ୍କକୁ ଖୋଲିଲେ ତ ଜାଣି ଆଶ୍ଚର୍ଯ୍ୟ ହେଲେ ଯେ ସେମାନଙ୍କ ବିରୋଧରେ ମଧ୍ୟ ଇ-ଚାଲାଣ କଟାଯାଇଛି। ଯେଉଁଠି ତାଙ୍କ ଗାଡ଼ିର ଫଟୋ ସହିତ ଚାଲାଣର ରାଶି ଓ ତାରିଖ- ସମୟ ମଧ୍ୟ ଲେଖାଯାଇଛି। ପୂର୍ବ ଦିଲ୍ଲୀରେ ରହୁଥିବା କୃଷ୍ଣାଙ୍କୁ ଏସଏମଏସ ଜରିଆରେ ଜଣା ପଡ଼ିଲା ଯେ ଅଗଷ୍ଟ ୨୦ରେ ତାଙ୍କର ଓଭରସ୍ପିଡ କାରଣରୁ ଚାଲାଣ କଟାଯାଇଥିଲା, ଯାହା ବିଚାରଧୀନ ଥିଲା। ସେଥିରେ ତାଙ୍କ କାରର ଫଟୋ ସହିତ ଜୋରିମାନା ରାଶି ଭାବେ ୪୦୦ ଟଙ୍କା ଲେଖା ହୋଇଥିଲା। 

ଏଠାରେ  ଚେକ୍  କରନ୍ତୁ ଚାଲାଣ

ଉତ୍ତର ଦିଲ୍ଲୀରେ ରହୁଥିବା କନିକାଙ୍କୁ କୌଣସି ଏସଏମଏସ ମିଳିନଥିଲା। ମାତ୍ର ଉତ୍ସୁକତାବଶତଃ ସେ ଅନଲାଇନ ଚେକ୍ କରିବାରୁ ଜାଣିବାକୁ ପାଇଲେ ଯେ ତାଙ୍କ କାରର ଫଟୋ ସମେତ ଇ-ଚାଲାଣ ବିଚାରଧୀନ ରହିଛି। ସେଥିରେ ଜୁଲାଇ ୭ରେ ରେଡ୍ ଲାଇଟ୍ ଅତିକ୍ରମ କରିବାର ଚାଲାଣ ଭାବେ ୧୦୦ ଟଙ୍କା ଥିଲା। ମାତ୍ର ସେଥିରେ ଏହି ବିଷୟରେ କୌଣସି ସୂଚନା ନଥିଲା। ଇ-ଚାଲାଣରେ ମୋଟର ଯାନ ଆକ୍ଟ ଧାରାର ଉଲ୍ଲେଖ କରାଯାଇଥାଏ, ଏହା ସହିତ ଅନଲାଇନ ପେମେଣ୍ଟର ଲିଙ୍କ୍ ମଧ୍ୟ ହୋଇଥାଏ। ଦିଲ୍ଲୀ ଟ୍ରାଫିକ ପୋଲିସର କହିବା କଥା ୨୦୧୮ ଏପ୍ରିଲରେ ନୂତନ କାର କିଣିବା ସମୟରେ ମୋବାଇଲ ନମ୍ବର ଦେବା ବାଧ୍ୟତାମୂଳକ ଅଟେ। ଯଦି ଆପଣଙ୍କ ନାଁରେ କୌଣସି ଇ-ଚାଲାଣ  କଟା ଯାଇଛି ତେବେ ଏହା ଚେକ୍ କରିବା ପାଇଁ ଆପଣ ଏହି ଲିଙ୍କ http://echallan.parivahan.gov.in/index/accused-challan ରେ ଦେଖି ପାରିବେ। 

ଏମିତି ଅପଡେଟ୍ କରନ୍ତୁ ନିଜର ମୋବାଇଲ ନମ୍ବର

ଏହା ବ୍ୟତୀତ ପରିବହନ ପୋର୍ଟାଲ http:// parivahan.gov.in/parivahan//node/1978 କୁ ଯାଇ ନିଜର ମୋବାଇଲ ନମ୍ବରକୁ ଅପଡେଟ୍ କରି ପାରିବେ। ଆପଣଙ୍କୁ ଗାଡ଼ିର ପଞ୍ଜୀକରଣ ନମ୍ବର, ଚେସିସ୍ ନମ୍ବର, ଇଞ୍ଜିନ ନମ୍ବର ଓ ମୋବାଇଲ  ନମ୍ବର ଭରିବାକୁ ପଡ଼ିବ, ଏହା ପରେ ଆପଣଙ୍କ ମୋବାଇଲରେ ଓଟିପି ଆସିବ। ଯଦି ଡାଟାବେସରେ ଆପଣଙ୍କ ନମ୍ବର ଅପଡେଟ୍ ନଥିବ ତେବେ ଚାଲାଣ ସିଧାସଳଖ ଆପଣଙ୍କ ଘରକୁ ଆସିପାରେ କିମ୍ବା ଅନଲାଇନ  ଜାରି ହୋଇପାରେ। ଯଦି ଆପଣ ନିର୍ଦ୍ଧାରିତ ତିଥିରେ କିମ୍ବା ଛଅ ମାସ ପର୍ଯ୍ୟନ୍ତ ଚାଲାଣ ନଭରନ୍ତି ତେବେ ଆପଣଙ୍କ ମାମଲାକୁ କୋର୍ଟ ପଠାଇ ଦିଅନ୍ତୁ।