Home > ଖବର ଓଡିଶା ସ୍ପେସିଆଲ
ଆପଣଙ୍କର କଲ୍ ରେକର୍ଡ଼ ହେଉଛି କି ? ଏମିତି କରନ୍ତୁ ଚେକ୍ ଓ ଏଥିରୁ ନିସ୍ତାର ପାଆନ୍ତୁ
Khabar Odisha:special-odisha-how-to-know-if-someone-is-recording-your-call
ନୂଆଦିଲ୍ଲୀ, ନଭେମ୍ବର୧୦(ଖବର ଓଡ଼ିଶା):

ଯଦି ଆପଣଙ୍କ ଇଚ୍ଛା ବିରୁଦ୍ଧରେ କେହି ଆପଣଙ୍କର କଲ୍ ରେକର୍ଡ଼ କରୁଥିବ ତେବେ ଏହା ଆପଣଙ୍କୁ ବରଦାସ୍ତ ହେବନି। ମାତ୍ର ଅନେକ ଥର ଆପଣଙ୍କୁ ଏହା ଜଣା ପଡ଼ିନଥାଏ ଏବଂ ଆପଣଙ୍କ କଲ୍ ରେକର୍ଡ଼ ହୋଇ ଚାଲିଥାଏ। ଭାରତ ସହିତ ଅଧିକାଂଶ ଦେଶରେ ବିନା ଅନୁମତିରେ କଲ୍ ରେକର୍ଡ଼ କରିବା ବେଆଇନ ଅଟେ।

ସବୁଠୁ ବଡ଼ ପ୍ରଶ୍ନ ଏହା ଯେ, ଆପଣ ଏହା କେମିତି ସନ୍ଧାନ କରିବେ ଯେ ଆପଣଙ୍କର କଲ ରେକର୍ଡ଼ କରାଯାଉଛି।  ଆପଣଙ୍କ କଲ୍ ରେକର୍ଡ଼ ହେଉଛି ନା ନାହିଁ ଏହା ସନ୍ଧାନ କରିବା ଆପଣଙ୍କ ପକ୍ଷେ ମଧ୍ୟ ସମ୍ଭବ। ମାତ୍ର ଏମିତି ସ୍ଥିତିରେ ଏହା ସମ୍ଭବ ନୁହେଁ, ଯେବେ ସରକାରୀ ଏଜେନ୍ସି ଏମିତି କଲ୍ ରେକର୍ଡ଼ କରୁଛନ୍ତି। 

ସରକାରୀ ଏଜେନ୍ସି ସାଧାରଣତଃ ଟେଲିକମ୍ କମ୍ପାନୀଙ୍କ ଜରିଆରେ କଲ୍ ରେକର୍ଡ଼ କରନ୍ତି ଏବଂ ଏହା ଆପଣଙ୍କୁ ମଧ୍ୟ ଜଣା ପଡ଼େ ନାହିଁ ଯେ ଆପଣଙ୍କ  କଲ୍ ରେକର୍ଡ଼  ହେଉଛି। ମାତ୍ର କଲ୍ ରେକର୍ଡ଼ିଂକୁ ବୁଝିବା ଲାଗି ଆପଣ କିଛି  ଜିନିଷ ଉପରେ ଧ୍ୟାନ ରଖି ପାରିବେ। 

ଧ୍ୟାନ ଦେଇ ଶୁଣନ୍ତୁ- ଥମ୍ବ ରୁଲ ଅନୁଯାୟୀ ଯଦି ଆପଣଙ୍କ ପାଖକୁ କେହି କଲ୍ କରୁଛନ୍ତି କିମ୍ବା ଆପଣ କାହାକୁ କଲ୍ କରୁଛନ୍ତି ଏବଂ କଲ୍ ସମୟରେ କିଛି ସେକେଣ୍ଡ କିମ୍ବା ମିନିଟ୍ ପରେ ବିପର ସ୍ଵର ଶୁଣିବାକୁ ମିଳୁଛି ତେବେ ଜାଣି ନିଅନ୍ତୁ ଯେ କେହି ଆପଣଙ୍କର କଲ୍ ରେକର୍ଡ଼ କରୁଛି।

ଫୋନ ଓଭରହିଟିଂ- ଏହା ଏକ ସମସ୍ୟା, ମାତ୍ର ଏହି ସମସ୍ୟା ଯଦି ବାରମ୍ବାର ହେଉଛି, ତେବେ ଆପଣଙ୍କୁ ଏହା ଉପରେ ଧ୍ୟାନ ଦେବା ଉଚିତ୍। କାରଣ କଲ ରେକର୍ଡ଼ିଂ ଏହି ପରି ମଧ୍ୟ କରାଯାଏ। ଆପଣଙ୍କ ଫୋନରେ ଏହି ଧରଣର ସଫ୍ଟ ଓୟାର ଇନଷ୍ଟଲ ହୋଇଥାଏ ଯାହା କଲ୍ ରେକର୍ଡିଂକୁ ଅନ୍ୟ ଆଡ଼େ ପଠାଇଥାଏ। ଏହି ପରି କ୍ରମାଗତ କଲ୍ ରେକର୍ଡ଼ ଏବଂ ଅନ୍ୟତ୍ର ପଠାଇବା କାରଣରୁ ଓଭର ହିଟିଂ ସମସ୍ୟା ହୋଇଥାଏ। 

ଯଦି ଆପଣ ସେତେଟା ଫୋନ ବ୍ୟବହାର କରୁନାହାନ୍ତି ଏବଂ କୌଣସି ନୋଟିଫିକେସନ ମଧ୍ୟ ଆସୁନାହିଁ ତଥାପି ସ୍କ୍ରିନ ଅନ ହୋଇ ଯାଉଛି କିମ୍ବା ସାଇଲେଣ୍ଟ ମୋଡ୍ ମନେ ମନେ ଅଫ  ହୋଇ ଯାଉଛି, ତେବେ ବୁଝି ନିଅନ୍ତୁ ଯେ ଫୋନର ଗୁଇନ୍ଦାଗିରି କରାଯାଉଛି। 

ମାଇକ୍ ଆଇକନ- ସ୍ମାର୍ଟଫୋନର ସବୁଠୁ ଉପର ପ୍ୟାନେଲରେ ଯଦି ବିନା କୌଣସି ଜରୁରୀ ମାଇକ୍ ଆଇକନ ଦେଖାଯାଉଛି ତେବେ ଆପଣଙ୍କ କଲ୍ ରେକର୍ଡ଼ କରାଯାଉଛି। ତେଣୁ ଏହି ସମସ୍ୟାକୁ ଦୂର କରି ଦିଅନ୍ତୁ।