Home > ଖବର ଓଡିଶା ସ୍ପେସିଆଲ
ସାବଧାନ ! RO ପାଣି ସ୍ଵାସ୍ଥ୍ୟ ପ୍ରତି ବହୁତ କ୍ଷତିକାରକ, କାଢି ଦେଉଛି ଶରୀର ଉପଯୋଗୀ ଉପାଦାନ
Khabar Odisha:special-odisha-ro-water-could-be-dangerous-for-health-as-it-removes-good-miners-from-drinking-water
ନୂଆଦିଲ୍ଲୀ, ନଭେମ୍ବର୧୭(ଖବର ଓଡ଼ିଶା):

 ଦେଶର ଅଧିକାଂଶ ବଡ଼ ସହରରେ ପିଇବା ଯୋଗ୍ୟ ସ୍ଵଚ୍ଛ ପାଣି ଆରଓରୁ ହିଁ ମିଳିଥାଏ କିମ୍ବା ବିଶୁଦ୍ଧୀକରଣ ପାଣିର ବୋତଲ ଘର ପର୍ଯ୍ୟନ୍ତ ପହଞ୍ଚିଥାଏ। ଆର ଅର୍ଥ ରିଭର୍ସ ଓସମୋସିସ୍, ଯାହା ପାଣିକୁ ବିଶୁଦ୍ଧ କରିବାରେ ଏମିତି ଏକ ପ୍ରକ୍ରିୟା, ଯାହାକୁ ଲୋକେ ଆଖି ବୁଜି ବିଶ୍ଵାସ କରିଥାନ୍ତି। ମାତ୍ର ଆପଣ କଣ ଜାଣିଛନ୍ତି କି, ଆରଓ ପାଣି ଆପଣଙ୍କ ସ୍ଵାସ୍ଥ୍ୟ ଲାଗି କେତେ କ୍ଷତିକାରକ।

ଏନଜିଟି ଦେଲା ଚେତାବନୀ

ନ୍ୟାସନାଲ ଗ୍ରୀନ ଟ୍ରାଇବୁନାଲ(ଏନଜିଟି) ପାଣିକୁ ବିଶୁଦ୍ଧ କରୁଥିବା ଆରଓ ଟେକନିକକୁ ପୂର୍ବରୁ ହିଁ ବିପଦଜ୍ଜନକ ଦର୍ଶାଇ ସାରିଛି। ଗତ ଦିନରେ ଏନଜିଟି ଆଦେଶ ଦେଇଥିଲା ଯେ, ଆରଓରେ ଲାଗୁଥିବା ବିପଦଜ୍ଜନକ ଟେକନିକକୁ ନିଷେଧ କରାଯାଉ। ଏନଜିଟି ମେ ୨୦ରେ ପରିବେଶ ମନ୍ତ୍ରଣାଳୟକୁ ଆଦେଶ ଦେଇଥିଲା ଯେ ଯେଉଁ ଇଲାକାରେ ଗୋଟିଏ ଲିଟର ପାଣିରେ ଟିଡିଏସର ମାତ୍ରା ୫୦୦ ମିଲିଗ୍ରାମ କିମ୍ବା ସେଥିରୁ କମ ରହୁଛି, ଉକ୍ତ ଇଲାକାରେ ଆରଓର ବ୍ୟବହାର ଉପରେ ରୋକ୍ ଲଗାଯାଉ। ମାତ୍ର ପରିବେଶ ମନ୍ତ୍ରଣାଳୟ ମେ ୨୦ରେ ଏହି ଆଦେଶ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା। ଅର୍ଥାତ ପରିବେଶ ମନ୍ତ୍ରଣାଳୟ ଏହି ସବୁ ଜାଣି ସୁଦ୍ଧା ଆରଓ ଉପରେ ପ୍ରତିବନ୍ଧକ ଲଗାଇନଥିଲା। ଯାହା ଏବେ ଅନେକ ଜାଗାରେ ପାଣି ଲୋକଙ୍କ ଲାଗି ବିପଦଜ୍ଜନକ ସାବ୍ୟସ୍ତ ହୋଇଛି।

କଣ ଏହି ଟିଡିଏସ ?

ଟିଡିଏସର ଅର୍ଥ ଟୋଟାଲ ଡିସଲଭ ସୋଲିଡ଼(Total dissolved Solid) ଅର୍ଥାତ ପାଣିରେ ମିଶ୍ରିତ ଜୈବିକ ପଦାର୍ଥ, ଯେପରି ବ୍ୟାକ୍ଟରିଆ, ଭାଇରସ ଓ ମେଟାଲ ପରି ଲେଡ୍, କ୍ୟାଡମିୟମ, ଆଇରନ, ମାଗ୍ନେସିୟମ, ଆର୍ସେନିକ। ଏହି ସବୁ ତତ୍ଵ ଶରୀର ଲାଗି ଗମ୍ଭୀର ସ୍ଥିତି ଉତ୍ପନ କରିପାରେ। ଆର୍ସେନିକରେ କ୍ୟାନ୍ସର ପରି ମାରାତ୍ମକ ରୋଗ  ହୋଇପାରେ। ଏହାକୁ ପାଣିରୁ ବାହାର କରିବା ଲାଗି ଆରଓର ବ୍ୟବହାର କରାଯାଏ। ମାତ୍ର ଆରଓ ଆର୍ସେନିକକୁ ପାଣିରୁ କାଢିବା ସହ ସେହି ଜରୁରୀ ଉପାଦାନକୁ ମଧ୍ୟ କାଢ଼ି ଦେଉଛି ଯାହା ଶରୀର ଲାଗି ବହୁତ ଉପଯୋଗୀ ଅଟେ। ଏଥିପାଇଁ ଏନଜିଟି ନିଜର ନିଷ୍ପତ୍ତିରେ କହିଛି ଯେ, ଆରଓ କାରଣରୁ ପାଣିର ଅପଚୟ ଘଟୁଛି ଏବଂ ସ୍ଵାସ୍ଥ୍ୟ ଲାଗି କ୍ଷତିକାରକ ହେଉଛି। 

କଣ ପାଇଁ ଆରଓ ପାଣି କ୍ଷତିକାରକ ?

ଆରଓ ଟେକନିକରେ ପାଣି ବିଶୁଦ୍ଧ ହେଉଥିବା ବେଳେ ସେଥିରେ ଥିବା ଖଣିଜ ଉପାଦାନ ମଧ୍ୟ ଶେଷ ହୋଇଯାଉଛି ଏବଂ ଶରୀରରେ ଖଣିଜ ଉପାଦାନର ଅଭାବ କାରଣରୁ ଥକ୍କାପଣ, ଦୁର୍ବଳତା, ମାଂସପେଶୀରେ ଯନ୍ତ୍ରଣା ଓ ହାର୍ଟ ସମ୍ଵନ୍ଧିତ ରୋଗ ମଧ୍ୟ ହୋଇପାରେ। ଅର୍ଥାତ ଯେଉଁ ଆରଓକୁ ଲୋକେ ଘରେ ଲଗାଇ ଏହା ଚିନ୍ତା କରୁଛନ୍ତି ଯେ, ସେମାନେ ସ୍ଵଚ୍ଛ ପାଣି ପିଉଛନ୍ତି, ବାସ୍ତବରେ ଉକ୍ତ ପାଣି ସ୍ଵାସ୍ଥ୍ୟ ଲାଗି ବହୁତ ବିପଦଜ୍ଜନକ ଅଟେ। ଏଥିପାଇଁ ଏନଜିଟି ଏହାକୁ ନିଷିଦ୍ଧ କରିବାକୁ ଆଦେଶ ଦେଇଛି। 

ଡବ୍ଲ୍ୟୁଏଚଓ ମଧ୍ୟ ଏହା ସ୍ଵୀକାର କରିଛି

କେବଳ ଏନଜିଟି ନୁହଁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ମଧ୍ୟ ଆରଓର ପାଣି ଶରୀର ଲାଗି କ୍ଷତିକାରକ ବୋଲି ସ୍ଵୀକାର କରିଛି। ଡବ୍ଲ୍ୟୁଏଚଓ ମୁତାବକ ଏକ ଲିଟର ପାଣିରେ ଟିଡିଏସର ମାତ୍ରା ଯଦି ୫୦୦ ମିଲିଗ୍ରାମ କିମ୍ବା ସେଥିରୁ କମ ରହିଛି ତେବେ ପାଣିକୁ ଆରଓରେ ସ୍ଵଚ୍ଛ କରିବା ଦରକାର ନାହିଁ। ଅର୍ଥାତ ପ୍ରତି ଲିଟରରେ ୫୦୦ ମିଲିଗ୍ରାମ  ଟିଡିଏସ ଥିବା ପାଣି ପିଆଯାଇ ପାରିବ ଏବଂ ଏଥିରେ ଶରୀର ପ୍ରତି କୌଣସି କ୍ଷତି ନାହିଁ।