Home > ଖବର ଓଡିଶା ସ୍ପେସିଆଲ
କାଲି ସକାଳ ୮ଟାରୁ ଆରମ୍ଭ ହୋଇ ୧ଟା ୩୬ ମିନିଟରେ ଶେଷ ହେବ ସୂର୍ଯ୍ୟୋପରାଗ
Khabar Odisha:special-odisha-solar-eclipse-2019-surya-grahan-2019-in-india-date-and-time
ନୂଆଦିଲ୍ଲୀ, ଡିସେମ୍ବର୨୫(ଖବର ଓଡ଼ିଶା): ବ

ବର୍ଷର ଶେଷ ସୂର୍ଯ୍ୟୋପରାଗ ଡିସେମ୍ବର ୨୬ ଅର୍ଥାତ ଆସନ୍ତାକାଲି ହେବାକୁ ଯାଉଛି। ଏହି ବିରଳ ମହାଜାଗତିକ ଦୃଶ୍ୟଗ ସକାଳ ୮ଟାରୁ ଆରମ୍ଭ ହୋଇ ୧ଟା ୩୬ ମିନିଟ୍ ପର୍ଯ୍ୟନ୍ତ ରହିବ। ଏହି ଦିନ ହେବାକୁ ଥିବା ସୂର୍ଯ୍ୟୋପରାଗ ନା କେବଳ ଦୀର୍ଘ ସମୟ ରହିବ ବରଂ ଚଳିତ ବର୍ଷ ଭାରତରେ ଦୃଶ୍ୟମାନ ହେଉଥିବା ଏହା ପ୍ରଥମ ସୂର୍ଯ୍ୟୋପରାଗ । ଚଳିତ ବର୍ଷ ଦୁଇଟି ସୂର୍ଯ୍ୟୋପରାଗ ହୋଇଛି। ଜାନୁଆରୀ ୫ ଏବଂ ଜାରୁଆରୀ ୬ ରାତିରେ ସୂର୍ଯ୍ୟୋପରାଗ ହେବାରୁ ଏହା ଭାରତରେ ଦୃଶ୍ୟମାନ ହୋଇନଥିଲା। ଡିସେମ୍ବର ୨୬ରେ ହେବାକୁ ଥିବା ଏହି ସୂର୍ଯ୍ୟୋପରାଗକୁ ନେଇ ଜ୍ୟୋର୍ତିବିଦ୍ ଅନେକ ପ୍ରକାରର ଆଶଙ୍କା ବ୍ୟକ୍ତ କରୁଛନ୍ତି। ପରାଗର ପ୍ରଭାବ ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା ପରାଗର ସଠିକ୍ ସମୟ ଓ ସୁତକ କାଳ। 

ସୂର୍ଯ୍ୟୋପରାଗ ବୁଧବାର ସକାଳ ୮ଟାରୁ ଆରମ୍ଭ ହେବ। ସୂର୍ଯ୍ୟୋପରାଗ ସମୟରେ ଗ୍ରାସ ଆରମ୍ଭ ସକାଳ ୯ଟା ୬ ମିନିଟରେ ହେବ। ପରାଗର ସଂପୂର୍ଣ୍ଣଗ୍ରାସ ପୂର୍ବାହ୍ନ ୧୦ଟା ୪୮ ମିନିଟରେ ହେବ। ଗ୍ରାସ ସମାପନ ମଧ୍ୟାହ୍ନ ୧୨ଟା ୨୯ ମିନିଟରେ ହେବ।  ପରାଗ ସମାପନ ଅପରାହ୍ନ ୧ଟା ୩୬ ମିନିଟରେ ହେବ। 

୨୬ ତାରିଖରେ ହେବାକୁ  ଥିବା ସୂର୍ଯ୍ୟୋପରାଗ ସମୟରେ ସୂର୍ଯ୍ୟ କଙ୍କଣ ରୂପରେ ନଜର ଆସିବେ, ତେଣୁ ଏହାକୁ କଙ୍କଣ ସୂର୍ଯ୍ୟୋପରାଗ କୁହାଯାଛି। ଏହି ସୂର୍ଯ୍ୟୋପରାଗ ସଂପୂର୍ଣ୍ଣ ଭାରତରେ ଦୃଶ୍ୟମାନ ହେବ। ଏହି  ସୂର୍ଯ୍ୟୋପରାଗର ଆରମ୍ଭ ସର୍ବ ପ୍ରଥମେ ଦ୍ଵାରକ ଗୁଜରାତରେ ଦେଖା ଯାଇ ପାରିବ ଏବଂ ଏଠାରେ ସୂର୍ଯ୍ୟୋପରାଗ ସକାଳ ୮ଟା ୩ ମିନିଟରେ ଦେଖାଯାଇ ପାରିବ। ମାତ୍ର କଙ୍କଣ ସୂର୍ଯ୍ୟ କେବଳ ଦକ୍ଷିଣ ଭାରତର କିଛି ରାଜ୍ୟ କେରଳ,  କର୍ଣ୍ଣାଟକ, ତାମିଲନାଡ଼ୁରେ ଦୃଶ୍ୟମାନ ହୋଇପାରେ। ଅବଶିଷ୍ଟ ଭାରତରେ ଏହା ଖଣ୍ଡଗ୍ରାସ ରୂପେ ଦୃଶ୍ୟମାନ ହୋଇପାରେ। ତାମିଲନାଡ଼ୁର ମଦୁରାଇରେ କଙ୍କଣ ସୂର୍ଯ୍ୟୋପରାଗ ସର୍ବପ୍ରଥମେ ଦୃଶ୍ୟମାନ ହୋଇପାରେ। କାରଣ ଏଠାରେ ଗ୍ରାସମାନ ୯୩.୧ ପ୍ରତିଶତ ରହିବ। 

ଶାସ୍ତ୍ର ମୁତାବକ ସୂର୍ଯ୍ୟୋପରାଗର ସୂତକ ଗ୍ରହଣ ଆରମ୍ଭ  ହେବାର ୧୨ ଘଣ୍ଟା ପୂର୍ବରୁ ଲାଗିଥାଏ। ଏହି ନିୟମ ଅନୁସାରେ ଭାରତରେ ପରାଗର ସୂତକ ଡିସେମ୍ବର ୨୫ ରାତି ୮ଟାରୁ ଆରମ୍ଭ ହୋଇ ଯାଇଛି। ପରାଗ ସମାପନ ୧ଟା ୩୬ ମିନିଟ୍ ପରେ ସୂତକ ସମାପ୍ତ ହେବ। ଏହା ପରେ ସ୍ନାନ, ଦାନ ଓ ଦେବୀ-ଦେବାଙ୍କ ସ୍ପର୍ଶ ଓ ପୂଜା-ପାଠ କରାଯାଇ ପାରିବ। ମନ୍ଦିରରେ ସନ୍ଧ୍ୟା ଆଳତୀ ପରେ ସୂତକ କାରଣରୁ ଦ୍ଵାର ବନ୍ଦ  କରି ଦିଆଯିବ। 

ଗ୍ରହଣ ଆରମ୍ଭ – ୮ଟାରୁ 

ଗ୍ରାସ ଆରମ୍ଭ- ୯ଟା ୬ ମିନିଟ୍

ପୂର୍ଣ୍ଣ ଗ୍ରାସ- ୧୦ଟା ୪୮ ମିନିଟ୍

ଗ୍ରାସ ସମାପ୍ତ- ୧୨ଟା ୨୯

ସୂର୍ଯ୍ୟୋପରାଗ ସମାପ୍ତ- ୧ଟା ୩୬ ମିନିଟ୍