Home > ଖବର ଓଡିଶା ସ୍ପେସିଆଲ
ସରକାରଙ୍କ ମୁଦ୍ରା ଯୋଜନାରେ ବଦଳି ଗଲା ଅରୁଲମୋଝୀଙ୍କ ଜୀବନ, ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରି ହେଲେ ଭାବୁକ
Khabar Odisha:special-story-national-odisha-mudra-yojna-changed-the-life-of-arulmojhi-gets-emotional-after-meeting-pm
ନୂଆଦିଲ୍ଲୀ, ଜାନୁଆରୀ ୩୦ (ଖବର ଓଡିଶା) :

କେନ୍ଦ୍ର ସରକାରଙ୍କ ମୁଦ୍ରା ଯୋଜନାରେ ଲୋକମାନେ ବହୁ ଲାଭପ୍ରଦ ହୋଇଛନ୍ତି । ଆମେ ଆଜି ଏଭଳି ଜଣେ ଉଦ୍ୟମୀ ମହିଳାଙ୍କ କଥା କହିବାକୁ ଯାଉଛୁ ଯିଏକି ମୁଦ୍ରା ଯୋଜନାରେ ଲୋନ ନେଇ ନିଜ ବ୍ୟବସାୟ ଆରମ୍ଭ କରି ଦେଇଥିଲେ ଏବଂ ନିଜ ପରିବାରର ଭରଣ ପୋଷଣ କରିଥିଲେ । ଶୂନ୍ୟ ଦାମରେ ଆରମ୍ଭ ହୋଇଥିବା ତାଙ୍କର ବ୍ୟବସାୟ ଏବେ କୋଟି କୋଟି ଟଙ୍କାରେ ପହଂଚିଛି । 

ଆମେ କହୁଛୁ ତାମିଲନାଡୁ ମଦୁରେରେ ରହୁଥିବା ଅରୁଲମୋଝୀ ସର୍ବାନନଙ୍କ କଥା । ଯିଏ ଏବେ ସରକାରୀ ଇ-ମାର୍କେଟପ୍ଲେସ ଜରିଆରେ ନିଜର ବ୍ୟବସାୟ ଚଳାଉଛନ୍ତି । ସେ କହିଛନ୍ତି କି, ଜୀଇଏମ ବ୍ୟବସାୟ ପାଇଁ କେବଳ ଗୋଟିଏ ମାଧ୍ୟମ ନୁହେଁ ଏହା ରାଷ୍ଟ୍ର ସେବାର ଏକ ମାଧ୍ୟମ । ସରକାରୀ କାର୍ଯ୍ୟାଳୟରେ ଜନତାଙ୍କ ଟଙ୍କା ବଂଚାଇବାର ଏହା ଏକ ମାଧ୍ୟମ । ତେବେ ପ୍ରଧାନମନ୍ତ୍ରୀ ଯେତେବେଳେ ତାମିଲନାଡୁ ଗସ୍ତରେ ଥିଲେ ସେହି ସମୟରେ ଅରୁଲମୋଝୀ ତାଙ୍କ ସହ ସାକ୍ଷାତ କରିବାକୁ ପହଂଚି ଥିଲେ । ଅରୁଲମୋଝୀ ମୋଦୀଙ୍କ ସାକ୍ଷାତ କରି ଭାବୁକ ହୋଇ ପଡିଥିଲେ । ସେ କହିଥିଲେ କି, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସହ ସାକ୍ଷାତ କରିଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ପଚାରିଥିଲେ ଯେ, ତାଙ୍କ ବ୍ୟାପାର କିଭଳି ଚାଲିଛି । ଆମେ ଏହିଠାରେ କହି ରଖୁଛୁ କି, ୨୦୧୭ରେ ମନ କି ବାତରେ ମୋଦୀ ତାଙ୍କ କଥା କହିଥିଲେ । 

ସୂଚନାଯୋଗ୍ୟ, କେନ୍ଦ୍ରର ମୁଦ୍ରା ଯୋଜନା ଆଧାରରେ ଅରୁଲମୋଝୀ ଲୋନ ନେଇ ବ୍ୟବସାୟ ଆରମ୍ଭ କରି ଜୀଇଏମରେ ନିଜର ପ୍ରଥମ ଅର୍ଡର ୨୩୪ ଟଙ୍କା ଗ୍ରହଣ କରିଥିଲେ । ତାଙ୍କୁ ଜିଇଏମ ମାଧ୍ୟମରେ ଜଣା ପଡିଥିଲା କି, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ କିଛି ଥର୍ମୋଫ୍ଲେକ୍ସର ଆବଶ୍ୟକ । ଏହା ପରେ ସେ ଜିଇଏମ ମାଧ୍ୟମରେ ଥର୍ମୋଫ୍ଲେକ୍ସ ପାଇଁ ଆବେଦନ କରିଥିଲେ ଏବଂ ତାହାର ଭାରଣ ମଧ୍ୟ ମିଳି ଯାଇଥିଲା । ତେବେ ଅରୁଲମୋଝୀଙ୍କ ସହ ହୋଇଥିବା ଏହି ସମସ୍ତ ଘଟଣା ସେ ପତ୍ର ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । 

କଣ ରହିଛି ସରକାରଙ୍କ ମୁଦ୍ରା ଯୋଜନା 

କେନ୍ଦ୍ର ସରକାର ୨୦୧୫ରେ ଛୋଟ ବ୍ୟବସାୟ ଆରମ୍ଭ କରିବାକୁ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଆଧାରରେ ଲୋକମାନଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଛୋଟ ରକମର ଲୋନ ମିଳି ଯାଉଥିଲା । ଏହି ଯେଜନାରେ ବିନା ଗ୍ୟାରେଂଟିରେ ଲୋନ ମିଳେ । ଏଥିପାଇଁ କୌଣସୀ ପ୍ରୋସେସିଙ୍ଗ ଚାର୍ଜ ମଧ୍ୟ ଲାଗେ ନାହିଁ । ଏହା ସହ ଋଣକୁ ପରିଶୋଧ କରିବା ପାଇଁ ୫ ବର୍ଷ ପର୍ଯ୍ୟନ୍ତ ସମୟସୀମା ରହିଛି । ଏଥିରେ ଋଣ ନେଉଥିବା ଲୋକଙ୍କୁ ଏକ ମୁଦ୍ରା କାର୍ଡ ଦିଆଯାଏ । ଏହା ପରେ ସେ ଏହାର ଆବଶ୍ୟକତା ପଡିଲେ ଏହାର ବ୍ୟବହାର କରି ପାରିବେ । 

ମୁଦ୍ରା ଯୋଜନାର ସବୁଠାରୁ ଖାସ କଥା ଏହିକି ଯେ, ଏହି ଯେଜନାରେ ଋଣ ନେଉଥିବା ୪ ବ୍ୟକ୍ତିଙ୍କ ମଧ୍ୟରେ ୩ଜଣ ମହିଳା ରହି ପାରିବେ । ପିଏମଏମୱାଇ ପାଇଁ ତିଆରି କରାଯାଇଥିବା ୱେବସାଇଟ ମୁତାବକ, ମାର୍ଚ୍ଚ ୨୩, ୨୦୧୮ରେ ମୁଦ୍ରା ଯୋଜନା ଆଧାରରେ ୨,୨୮,୧୪୪ କୋଟି ଋଣ ମଞ୍ଜୁରୀ ହୋଇ ସାରିଛି । ସରକାର ଏହି ଯେଜନା ଆଧାରରେ ଚଳିତ ବର୍ଷ ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ୨,୨୦,୫୯୬କୋଟି ଋଣ ବଂଟା ଯାଇଛି ।