Home > ଖବର ଓଡିଶା ସ୍ପେସିଆଲ
ଆଜି ବିଶ୍ଵ ଏଡସ୍ ଦିବସ, ପ୍ରତି ସପ୍ତାହରେ ଏଚଆଇଭି ସଂକ୍ରମିତ ହେଉଛନ୍ତି ୧୫-୨୪ ବର୍ଷୀୟା ୬୦୦ ମହିଳା
Khabar Odisha:state-odisha-world-aids-day-600-women-aged-15-24-are-getting-infected-every-week
ଭୁବନେଶ୍ଵର, ଡିସେମ୍ଵର ୦୧ (ଖବର ଓଡିଶା) :

ଆଜି ବିଶ୍ଵ ଏଡସ୍ ଦିବସ। ୩୧ ବର୍ଷ ଧରି ୧୯୮୮ରେ ବିଶ୍ଵରେ ଏଚଆଇଭି ସଂକ୍ରମଣ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ଵ ଏଡସ୍ ଦିବସ ପାଳନ କରାଯାଉଛି। ତେବେ ୯୦ ଦଶକ ଯାଏଁ ଏଡସ୍ ରୋଗ ଚରମ ସୀମାରେ ପହଁଚିଥିଲା। ତେବେ ଏବେ ଏଡସ୍ ପ୍ରତି ସଚେତନତା ବଢିଛି। ଏଡସ୍ ରୋଗୀଙ୍କ ସଂଖ୍ୟା କମିଛି। ବର୍ତ୍ତମାନର ରୋଗୀଙ୍କ ସଂଖ୍ୟା ଆକଳନ କରିବାକୁ ଗଲେ ଏବେବି ପ୍ରତି ସପ୍ତାହରେ ୧୫-୨୪ ବର୍ଷର ୬୦୦୦ ମହିଳା ଏଚଆଇଭିରେ ସଂକ୍ରମିତ ହେଉଛନ୍ତି। ଚଳିତ ବର୍ଷ ବିଶ୍ଵ ଏଡସ୍ ଦିବସରେ କମ୍ୟୁନିଟିଜ୍ ମେକ୍ ଦ ଡିଫରେନ୍ସ ଅର୍ଥାତ୍ ସମୁଦାୟ ପରିବର୍ତ୍ତନ ଥିମ୍ ରଖାଯାଇଛି। 

ବୈଜ୍ଞାନିକଙ୍କ ଅନୁଯାୟୀ, ଏଡସର ଉତ୍ପତ୍ତି କିନଶାସା ଶହରରୁ ହୋଇଥିଲା। ଯାହାକି ଏବେ ଡେମୋକ୍ରାଟିକ୍ ରିପବଲିକ୍ ଅଫ୍ କଙ୍ଗୋର ରାଜଧାନୀ। ଏଡସକୁ ନେଇ ସବୁଠାରୁ ଦୁଃଖଦ ବିଷୟ ଏହାକି ଯେ, ଏଡସ୍ ରୋଗ ବ୍ୟାପିବାର ୩୦ ବର୍ଷ ପରେ ଏହି ରୋଗକୁ ଚିହ୍ନଟ କରାଯାଇଥିଲା। ୟୁନିସେଫର ରିପୋର୍ଟ ମୁତାବକ, ଗତ ବର୍ଷ ୧୭ ଲକ୍ଷ ଏଡସ୍ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ୧୯୯୭ରେ ଏହି ସଂଖ୍ୟା ୩୦ ଲକ୍ଷ ଥିଲା। ଏଡସ୍ ରୋଗରେ ୨୦ ଲକ୍ଷ ଲୋକ ପ୍ରାଣ ହରାଇଲେଣି। ସେହିପରି ୮୧ ଲକ୍ଷ ଲୋକଙ୍କୁ ଜଣା ନାହିଁ କି ସେମାନେ ଏଡସ୍ ରୋଗରେ ପୀଡିତ।  

ଭାରତରେ ୧୯୮୬ରେ ତାମିଲନାଡୁରେ ପ୍ରଥମ ଏଡସ୍ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ୟୁଏନ୍ ଏଡସ୍ ରିପୋର୍ଟ ଅନୁଯାୟୀ, ଭାରତରେ ଏଚଆଇଭି ସଂକ୍ରମଣରେ ୪୬ ପ୍ରତିଶତ ହ୍ରାସ ହୋଇଛି। ୨୦୧୭ ଯାଏଁ ୭୯ ପ୍ରତିଶତ ଲୋକଙ୍କୁ ସେମାନଙ୍କ ଏଚଆଇଭି ଷ୍ଟାସ୍ ସମ୍ପର୍କରେ ଜଣାଥିଲା। ବର୍ତ୍ତମାନ ୬୩ ପ୍ରତିଶତ ମହିଳା ଚିକିତ୍ସା କରାଉଛନ୍ତି। ସେହିଭଳି ୫୦ ପ୍ରତିଶତ ପୁରୁଷ ଚିକିତ୍ସା କରାଉଛନ୍ତି। ଭାରତରେ ୨୧ ଲକ୍ଷ ଲୋକ ଏଡସରେ ପୀଡିତ। ସେମାନଙ୍କ ମଧ୍ୟରୁ ୮,୮୮,୦୦୦ ମହିଳା ପୀଡିତା।