Home > କ୍ରୀଡ଼ା
ଏପ୍ରିଲ 15 ଯାଏଁ ଘୁଞ୍ଚିଲା ଆଇପିଏଲ, ବିସିସିଆଇ ବୈଠକରେ ନିଷ୍ପତି
Khabar Odisha:BCCI-postpones-start-of-IPL-from-March-29-to-April-15
ମୁମ୍ୱାଇ, ମାର୍ଚ୍ଚ ୧୩(ଖବର ଓଡ଼ିଶା):

ଏପ୍ରିଲ 15 ତାରିଖ ପର୍ଯ୍ୟନ୍ତ ଆଇପିଏଲ କୁ ସ୍ଥଗିତ ରଖିଲା ବିସିସିଆଇ । ସମଗ୍ର ପୃଥୀବିରେ ଦେଖା ଦେଇଥିବା କରୋନା ଭାଇରସର ପ୍ରଭାବ ଯୋଗୁଁ ଆଇପିଏଲ ସ୍ଥଗିତ ରଖାଯାଇଥିବା ଜଣାପଡିଛି । ପୂର୍ବରୁ ଆଲୋଚନା ହେଉଥିଲା ଯେ ଖାଲି ଷ୍ଟାଡ଼ିୟମ ମଧ୍ୟରେ ଆଇପିଏଲ ମ୍ୟାଚ  ଆୟୋଜନା କରାଯିବ ବୋଲି ହେଲେ ଅନେକ ବିଦେଶୀ ଖେଳାଳିଙ୍କୁ ଭିସା ପ୍ରଦାନ କରିବ ନିମନ୍ତେ ଭାରତ ସରକାର କଟକଣା ଜାରି କରିଥିବାରୁ ଆସନ୍ତା ଏପ୍ରିଲ 15 ତାରିଖ ପର୍ଯନ୍ତ ଆଇପିଏଲକୁ ସ୍ଥଗିତ ରଖିବା ପାଇଁ ନିଷ୍ପତି ନେଇଛି ବିସିସିଆଇ । ପୂର୍ବରୁ ମାର୍ଚ୍ଚ 29 ତାରିଖରୁ ଆଇପିଏଲ ଆରମ୍ଭ ହେବା ନେଇ ସ୍ଥିର କରାଯାଇଥିଲା ହେଲେ କରୋନା ଭାଇରସର ଭୟାବହତାକୁ ନଜରରେ ରଖି ଏହାକୁ କିଛି ଦିନ ପାଇଁ ଘୁଞ୍ଚାଯାଇଥିବା ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି ।

  • Tags: