Home > କ୍ରୀଡ଼ା
ଅଗଷ୍ଟ ୧ ରୁ ଇଂଲଣ୍ଡରେ ଆରମ୍ଭ ହେବ ଡୋମେଷ୍ଟିକ କ୍ରିକେଟ
Khabar Odisha:Domestic-cricket-starts-in-England-from-August-1
ଲଣ୍ଡନ, ଜୁନ ୨୯ (ଖବର ଓଡିଶା);


ମହାମାରୀ କରୋନା ପାଇଁ ଦୀର୍ଘଦିନ ବନ୍ଦ ହୋଇ ରହିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ପୁଣିଥରେ ଫେରିବାକୁ ଯାଉଛି । ଜୁଲାଇ ୮ ତାରିଖରୁ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ କ୍ରିକେଟ ଆରମ୍ଭ ହେଉଥିବା ବେଳେ ପାକିସ୍ତାନ ଦଳ ମଧ୍ୟ ସିରିଜ ଖେଳିବା ନିମନ୍ତେ ଇଂଲଣ୍ଡରେ ପଂହଚିଛି ।


ତେବେ ଏହି ପରିପ୍ରେକ୍ଷୀରେ ଅଗଷ୍ଟ ୧ ତାରିଖରୁ ଇଂଲଣ୍ଡରେ ଡୋମେଷ୍ଟିକ କ୍ରିକେଟ ଆରମ୍ଭ ହେବ ବୋଲି ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଅପ୍ରେଲ ୧୨ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ମହାମାରୀ କରୋନା ପାଇଁ ଏହାକୁ ଘୁଂଚାଇ ଦିଆଯାଇଥିଲା । 


ତେବେ ଇଂଲଣ୍ଡର ଡୋମେଷ୍ଟିକ ଖେଳାଳିମାନେ ଜୁଲାଇ ୧ ତାରିଖରୁ ସେମାନଙ୍କ ଅଭ୍ୟାସ ଆରମ୍ଭ କରିସାରିଲେଣି । ତେବେ ମହାମରୀ କରୋନ ନିମନ୍ତେ ଜାରି କରାଯାଇଥିବା ଗାଇଡଲାଇନକୁ ମାନି ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ବୋଲି ଇ.ସି.ବି ପକ୍ଷରୁ କୁହାଯାଇଛି ।

  • Tags: