Home > କ୍ରୀଡ଼ା
ଡର୍ଟି ସେଲିବ୍ରେଶନ: ବାଂଲାଦେଶୀ କ୍ରିକେଟରଙ୍କ ବ୍ୟବହାର ଉପରେ ଆଇସିସି ନେବ ଆକ୍ସନ !
Khabar Odisha:National-news-Icc-Has-Taken-Bangladeshs-Aggressive-Celebrations-Very-Seriously-Says-Indian-Team-Manager
ନୂଆଦିଲ୍ଲୀ, ଫେବୃଆରୀ ୧୦ (ଖବର ଓଡ଼ିଶା):

ରବିବାର ଆଇସିସି ଅଣ୍ଡର-19 ୱାର୍ଲଡ କପରେ ବାଂଲାଦେଶ ଭାରତକୁ ତିନି ୱିକେଟର ହରାଇଥିଲା । ପ୍ରଥମଥର ଲାଗି ଫାଇନାଲରେ ପହଞ୍ଚିଥିବା ବାଂଲାଦେଶ ଟିମ୍‌ ଚଳିତ ବର୍ଷର ଚାମ୍ପିୟନ ହୋଇଥିଲା । କିନ୍ତୁ ମ୍ୟାଚ୍‌ ଜିତିବା ପରେ ବାଂଲାଦେଶୀ ଖେଳାଳି ଯେଉଁ ପରି ସେଲିବ୍ରଶନ କଲେ ତାକୁ କ୍ରିକେଟ ପ୍ରଶଂସକ ପସନ୍ଦ କରିନଥିଲେ । ଜୋସରେ ବାଂଲାଦେଶ କ୍ରିକେଟର ହୋସ ହରାଇ ବସିଥିଲେ ଏବଂ ପରେ ଅଧିନାୟକ ଅକବର ଅଲୀଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା । ଏବେ ବାଂଲାଦେଶୀ କ୍ରିକେଟରଙ୍କ ବ୍ୟବହାର ଉପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ସମୀକ୍ଷା କରିବ । 

ଭାରତୀୟ ଅଣ୍ଡର 19 କ୍ରିକେଟ୍ ଟିମର ମ୍ୟାନେଜର ଅନୀଲ ପଟେଲ କହିଛନ୍ତି ଯେ ଆଇସିସି ବାଂଲାଦେଶୀ କ୍ରିକେଟରଙ୍କ ଦ୍ୱାରା ୱାର୍ଲଡ କପ ଜିତିବା ପରେ କରାଯାଇଥିବା ଆକ୍ରାମକ ଉତ୍ସବ ମାମଲାକୁ ଗମ୍ଭୀରତାର ସହ ନେଇଛି । ସେ କହିଛନ୍ତି ଯେ ଆଇସିସି ଫାଇନାଲ ମ୍ୟାଚ୍‌ର ଶେଷ କିଛି ମିନଟ୍‌ର ଫୁଟେଜକୁ ଯାଞ୍ଚ କରୁଛି । 

କିଛି ବାଂଲାଦେଶୀ ଖେଳାଳି ସେଲିବ୍ରେଶନ କରିବା ସମୟରେ ସୀମା ଲଙ୍ଘି ଯାଇଥିଲେ । ରବିବାର ହୋଇଥିବା ଫାଇନାଲ ମୁକାବିଲାରେ ବାଂଲାଦେଶ ଭାରତୀୟ ଟିମକୁ ତିନି ୱିକେଟରେ ହରାଇ ପ୍ରଥମଥର ଲାଗି 19 ବର୍ଷକୁ କମ ବିଶ୍ୱକପ ଚାମ୍ପିୟନ ହୋଇଥିଲା । ମ୍ୟାଚ୍‌ ପରେ ବାଂଲାଦେଶ ଅଧିନାୟକ ଅକବର ଅଲୀ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା କହି କ୍ଷମା ମାଗିଥିଲେ । ଅନ୍ୟପଟେ ଭାରତୀୟ ଟିମର ଅଧିନାୟକ ପ୍ରିୟମ ଗର୍ଗ ବାଂଲାଦେଶ ଖେଳାଳିଙ୍କ ବ୍ୟବହାରକୁ ଡର୍ଟି କହିଥିଲେ । 

ପଟେଲ କହିଛନ୍ତି, ମ୍ୟାଚ ସମୟରେ ମଧ୍ୟ ବାଂଲାଦେଶ ଖେଳାଳି ଆବଶ୍ୟକ ଠାରୁ ଅଧିକ ଆକ୍ରାମକ ହେଉଥିଲେ । ଏବଂ ତାଙ୍କ ଟିମ୍‌ର ଦ୍ରୁତ ବୋଲର ସୋରିଫୁଲ ଇସ୍ଲାମ ପ୍ରତି ବଲ ପରେ ଭାରତୀୟ ଖେଳାଳିଙ୍କୁ ସ୍ଲେଜ କରୁଥିଲେ । ମ୍ୟାଚ ଶେଷ ହେବା ପରେ, ମାମଲା ଅଧିକ ଗମ୍ଭୀର ହୋଇଥିଲା ଯେତେବେଳେ ବାଂଲାଦେଶୀ ଖେଳାଳି ମୈଦାନକୁ ଆସି ଆକ୍ରାମକ ଶାରୀରିକ ଭାଷାର ବ୍ୟବହାର କରିଥିଲେ । ଉଭୟ ଟିମ୍‌ର ଖେଳାଳିଙ୍କ ମଧ୍ୟରେ ସ୍ଥିତି ଉତ୍ତେଜନା ମୂଳକ ହୋଇଥିଲା, କିନ୍ତୁ କୋଚିଂ ଷ୍ଟାଫ ମୈଦାନରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ପଟେଲ ଏହା ମଧ୍ୟ ଦାବି କରିଛନ୍ତି ଯେ ମ୍ୟାଚ ରେଫ୍ରି ଗ୍ରୀମ ଲେବରୁଇ ତାଙ୍କୁ ଭେଟି ମୈଦାନରେ ହୋଇଥିବା ଘଟଣାକୁ ଦଃଖ ପ୍ରକାଶ କରିଥିଲେ ।