Home > କ୍ରୀଡ଼ା
ବାଂଲାଦେଶ ବିପକ୍ଷ ଟି-20 ସିରିଜରେ ବିଶ୍ରାମ ନେବେ କୋହଲି
Khabar Odisha:National-news-Ind-Vs-Ban-T20i-Series-Virat-Kohli-Will-Take-A-Break-During-T20-Series-Against-Bangladesh
ନୂଆଦିଲ୍ଲୀ,ଅକ୍ଟୋବର ୧୯ (ଖବର ଓଡ଼ିଶା):

ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ବାଂଲାଦେଶ ବିରୋଧରେ ହେବାକୁ ଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟି-20 ସିରିଜରେ ବିଶ୍ରାମ କରିବେ । ବିରାଟ ଦୀର୍ଘ ଦିନରୁ କ୍ରିକେଟ ଖେଳି ଆସୁଛନ୍ତି । କୋହଲିଙ୍କ ଅଧିନାୟିତ୍ୱ ଥିବା ଟିମ ପାଇଁ ୱାର୍କୱୋଡ ମ୍ୟାନେଜମେଟ ପ୍ରାଥମିକତା ରହିଛି । ଟିମର ଅନେକ ବରିଷ୍ଠ ଖେଳାଳି ମଝି ମଝିରେ ବିଶ୍ରାମ ନେଇଥାନ୍ତି କିନ୍ତୁ କୋହଲି ଏହା ପୂର୍ବରୁ କେବଳ ଜାନୁଆରୀ ମାସରେ ବିଶ୍ରାମ ନେଇଥିଲେ ।   

ଏହାକୁ ନଜରରେ ରଖି କୋହଲି ବାଂଲାଦେଶ ବିପକ୍ଷରେ ହେବାକୁ ଥିବା ଟି20 ସିରିଜରେ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କୋହଲି ଟି-20 ସିରିଜରେ ଅଂଶ ହେବେ ନାହିଁ କାହିଁକି ନାଁ ସେ ଲଗାତାର ଖେଳି ଆସୁଛନ୍ତି ଏବଂ ତାଙ୍କୁ ବିଶ୍ରାମର ଆବଶ୍ୟକତା ରହିଛି । ସେ ଅଷ୍ଟ୍ରେଲିଆ ସିରିଜ, ଆଇପିଏଲ, ୱାର୍ଲଡ କପ, ୱେଷ୍ଟ ଇଣ୍ଡିଜ ଗସ୍ତ ସହ ଦକ୍ଷିଣ ଆଫ୍ରିକାର ସିରିଜରେ ଲଗାତାର ଖେଳି ଆସୁଛନ୍ତି । 

ଖେଳାଳିଙ୍କ ୱାର୍କଲୋଡ ମ୍ୟାନେଜମେଣ୍ଟ, ଖାସକରି ସେହି ମାନଙ୍କୁ ଯେଉଁମାନେ ତିନୋଟି ପର୍ମାଟରେ ଖେଳୁଛନ୍ତି, ଆମର ପ୍ରାଥମିକତା ରହିଛି । ଆମେ ଚାହୁଁଛୁ ଯେ ଖେଳାଳି ଫିଟ ରୁହନ୍ତୁ ଏବଂ ଆମର ଖେଳ ଶୀର୍ଷରେ ରହୁ । ଟି-20 ସିରିଜ ପାଇଁ ଅକ୍ଟୋବର 24 ତାରିଖରେ ଭାରତୀୟ ଟିମର ଚୟନ କରାଯିବ । ଏହାସହ ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଚନୟକର୍ତ୍ତାଙ୍କ ସହ ମହେନ୍ଦ୍ର ସିଂହ ଧୋନୀଙ୍କ ଭବିଷ୍ୟକୁ ନେଇ ଆଲୋଚନା କରିବେ ।