Home > କ୍ରୀଡ଼ା
INDvSA: ରବୀନ୍ଦ୍ର ଜାଡେଜାଙ୍କ ଧୁମ, ଟେଷ୍ଟ କ୍ରିକେଟରେ ହାସଲ କଲେ 200 ୱିକେଟ
Khabar Odisha:National-news-IndvSA-Ravindra-Jadeja-Achieve-200-Test-Wickets-And-Breaks-Many-Records
ନୂଆଦିଲ୍ଲୀ,ଅକ୍ଟୋବର ୦୪(ଖବର ଓଡିଶା):

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ବିଶାଖାପଟ୍ଟନମର ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଭାରତୀୟ ସ୍ମିନର ଜାଡେଜା ଚମତ୍କାର ପ୍ରଦର୍ଶନ କରି ଏକ କର୍ତ୍ତୀମାନ ନିଜ ନାଁରେ କରିଛନ୍ତି । ଜାଡେଜା ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ଡିନ ଏଲଗରଙ୍କୁ ଆଉଟ କରି ଟେଷ୍ଟ କ୍ରିକେଟରେ ନିଜର 200ତମ ୱିକେଟ ହାସଲ କରିଛନ୍ତି । ଟେଷ୍ଟ କ୍ରିକେଟରେ 200 ୱିକେଟ ହାସଲ କରିବାରେ ଜାଡେଜା 10ମ ଭାରତୀୟ ବୋଲର । 

ରବୀନ୍ଦ୍ର ଜାଡେଜା ଏହି କୃତିତ୍ୱ ନିଜର 44ତମ ଟେଷ୍ଟ ମ୍ୟାଚରେ ହାସଲ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିରୋଧରେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଜାଡେଜାଙ୍କ ନାଁରେ 198ଟି ୱିକେଟ ଥିଲା । ମ୍ୟାଚର ଦ୍ୱିତୀୟ ଦିନର ଶେଷ ସେସନରେ ଜାଡେଜା ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ଡିନ ପିଟଙ୍କୁ ଆଉଟ କରି 199ତମ ୱିକେଟ ନେଇଥିଲେ । ଶୁକ୍ରବାର ଦିନର ଶେଷ ସେସନରେ ଜାଡେଜା ଏଲଗରକୁ ପୂଜାରଙ୍କ ହାତରେ ମିଡ ୱିକେଟରେ କ୍ୟାଚ ଆଉଟ କରାଇ ନିଜର 200 ୱିକେଟ ନେଇଛନ୍ତି ।