Home > କ୍ରୀଡ଼ା
ବିନେଶ ଫୋଗତଙ୍କ ଚମତ୍କାର ପ୍ରଦର୍ଶନ, 2020 ଅଲମ୍ପିକ ପାଇଁ କ୍ୱାଲିଫାଇ କରିବାରେ ପ୍ରଥମ ଭାରତୀୟ କୁସ୍ତିଯୋଦ୍ଧା
Khabar Odisha:National-sports--Wrestling-World-Championships-Live-Updates-Vinesh-Phogat-And-Other-Indian-Wrestlers-Fight-For-Medals
ନୂଆଦିଲ୍ଲୀ,ସେପ୍ଟେମ୍ବର ୧୮(ଖବର ଓଡିଶା):

ଭାରତର ଷ୍ଟାର କୁସ୍ତିଯୋଦ୍ଧା ବିନେଶ ଫୋଗତ ବିଶ୍ୱ କୁସ୍ତି ଚମ୍ପିଅନସିପରେ ଚମତ୍କାର ପ୍ରଦର୍ଶନକରୀ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ମଙ୍ଗଳବାର ଦିନ ବିଶ୍ୱ କୁସ୍ତି ଚାମ୍ପିୟନସିପ ଚମତ୍କାର ପ୍ରଦର୍ଶନ ସହ ଆରମ୍ଭ କରିଛନ୍ତି, କିନ୍ତୁ ଜାପାନର ବର୍ତ୍ତମାନର ଚାମ୍ପିୟନ ମାୟୁ ମୁକେଦାଙ୍କଠାରୁ ପରାସ୍ତ ହୋଇ ବିଶ୍ୱ କୁସ୍ତି ଚାମ୍ପିଅନସିପରୁ ବାହାର ହୋଇଛନ୍ତି । କିନ୍ତୁ ଭାଗ୍ୟ ସାଥ ଦେଲା ଏବଂ ରେପେଚେଜ ରାଉଣ୍ଡ ଅନୁସାରେ ପଦକ ଜିତିବାର ସୁଯୋଗ ମିଳିଥିଲା ଏବଂ ଏବେ ସେ ଅଲମ୍ପିକ 2020 ପାଇଁ କ୍ୱାଲିଫାଇ କରିଥିବା ପ୍ରଥମ ଭାରତୀୟ କୁସ୍ତିଯୋଦ୍ଧା ହୋଇଛନ୍ତି । 

ଫୋଗତ କୁସ୍ତିଯୋଦ୍ଧା ଚାମ୍ପିଅନସିପରେ ରେପେଚେଜର ଦ୍ୱିତୀୟ ମୁକାବିଲାରେ ୟୁଏସଏର ସାରା ଏନଙ୍କୁ 8-2ଙ୍କୁ ପରାସ୍ତ କରି ଅଲମ୍ପିକ ପାଇଁ ଟିକେଟ ହାସଲ କରିଥିଲେ  । ବ୍ରୋଞ୍ଜ ପଦକ ପାଇଁ ଏବେ ତାଙ୍କ ମୁକାବିଲା ଆଜି ରାତିରେ  ମାରିଆ ପ୍ରୋବେଲାରାକିଙ୍କ ସହ ହେବ । ଏହା ପୂର୍ବରୁ ବିନେଶ 53 କିଲୋଗ୍ରାମ ବର୍ଗରେ ରେପେଚେର ପ୍ରଥମ ଫାଇଟରେ ୟୁଲିଆ ଖାବଲଦଜୀଙ୍କୁ ଏକତରଫା ମୁକାବିଲାରେ 5-0ରେ ପରାସ୍ତ କରିଥିଲେ । 

ହରିୟାଣାର ବିନେଶ ଫୋଗାତ ରାଜ୍ୟଗୋଷ୍ଠୀ ଏବଂ ଏସିଆ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ, କିନ୍ତୁ ବିଶ୍ୱ ଚାମ୍ପିଅନସିପରେ ବର୍ତ୍ତମାନ ସୁଦ୍ଧା ପଦକ ହାସଲ କରିବାରେ ସକ୍ଷମ ହୋଇନାହାନ୍ତି ।