Home > କ୍ରୀଡ଼ା
ଟେଷ୍ଟରେ ବିରାଟ ବେଷ୍ଟ, ସ୍ମିଥକୁ ପଛରେ ପକାଇ ପୁଣି ହେଲେ ନମ୍ୱର-1 ବ୍ୟାଟ୍ସମ୍ୟାନ
Khabar Odisha:National-sports-Icc-Test-Rankings-Virat-Kohli-Regains-Number-1-Spot-Steve-Smith-On-Number-2
ନୂଆଦିଲ୍ଲୀ, ଡିସେମ୍ଵର ୦୪ (ଖବର ଓଡିଶା) :

ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଇସିସିର ଟେଷ୍ଟ ରାଙ୍କିଙ୍ଗରେ ପୁଣି ଥରେ ଏକ ନମ୍ୱର ସ୍ଥାନ ହାସଲ କରିଛନ୍ତି । ବିରାଟ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା ଟେଷ୍ଟ ବେଷ୍ଟ କୁହାଯାଉଥିବା ଷ୍ଟିଭ ସ୍ମିଥଙ୍କୁ ହଟାଇ ଏହି ସ୍ଥାନ ହାସଲ କରିଛନ୍ତି । ବିରାଟ କୋହଲି ବାଂଲାଦେଶ ବିପକ୍ଷରେ ନିକଟରେ ଶେଷ ହୋଇଥିବା ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କରିଥିଲେ ଯାହାପରେ ତାଙ୍କର ରାଙ୍କିଙ୍ଗରେ ସୁଧାର ଆସିଛି । 

ଆଇସିସି ପକ୍ଷରୁ ଜାରି ହୋଇଥିବା ସଦ୍ୟ ଟେଷ୍ଟ ରାଙ୍କିଙ୍ଗରେ ବିରାଟ କୋହଲି 928 ଅଙ୍କ ସହ ପ୍ରଥମ ସ୍ଥାନରେ ରହିଛନ୍ତି, ଷ୍ଟିଭ ସ୍ମିଥ 923 ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ସ୍ମିଥ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜରେ କିଛି ଖାସ ଭଲ ପ୍ରଦର୍ଶନ କରି ନଥିଲେ ଏହାର ପ୍ରଭାବ ତାଙ୍କ ରାଙ୍କିଙ୍ଗ ଉପରେ ପଡିଛି । ସ୍ମିଥ ବ୍ରେସବେନ ଟେଷ୍ଟରେ କେବଳ 4 ରନ କରିଥିଲେ । ସେହିପରି ଆଡିଲେଡ ଟେଷ୍ଟରେ ସେ 36 ରନ କରିଥିଲେ । ଅନ୍ୟପଟେ ବିରାଟ କୋହଲି ବାଂଲାଦେଶ ବିପକ୍ଷ ସିରିଜରେ କୋଳକାତାରେ ହୋଇଥିବା ପିଙ୍କ ବଲ ମ୍ୟାଚରେ 136ର ଶତକୀୟ ପାଳି ଖେଳିଥିଲେ ।