Home > କ୍ରୀଡ଼ା
IND vs BAN: ଅଶ୍ୱିନଙ୍କ କମାଲ, କୁମ୍ୱଲେ ଏବଂ ଭଜ୍ଜିଙ୍କ ଖାସ କ୍ଲବରେ ହେଲେ ସାମିଲ
Khabar Odisha:National-sports-R-Ashwin-Joins-Harbhajan-Singh-Anil-Kumble-In-Elite-List-To-Pick-250-Test-Wickets-At-Home
ଇନ୍ଦୋର,ନଭେମ୍ଵର ୧୪ (ଖବର ଓଡିଶା):

ଭାରତୀୟ କ୍ରିକେଟ ଟିମର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଗୁରୁବାର ଦିନ ବାଂଲାଦେଶ ବିରୋଧରେ ଇନ୍ଦୋର ଟେଷ୍ଟ ମ୍ୟାଚ ସମୟରେ ଖାସ ଉପଲବ୍ଧି ହାସଲ କରିଛନ୍ତି । ବାଂଲାଦେଶ ଅଧିନାୟକ ମୋମେନୁଲ ହମଙ୍କୁ 37 ରନରେ ବୋଲ୍ଡ କରି ମ୍ୟାଚରେ ନିଜର ପ୍ରଥମ ୱିକେଟ ହାସଲ କରିଛନ୍ତି । ଏହାସହ ଭାରତୀୟ ପଡିଆରେ ଏହା ତାଙ୍କର 250 ତମ ଟେଷ୍ଟ ୱିକେଟ ହୋଇଛି । ଏହି ଉପଲବ୍ଧି ସହ ସେ ଅନିଲ କୁମ୍ୱଲେ ଏବଂ ହରଭଜନ ସିଂହଙ୍କ କ୍ଲବରେ ସାମିଲ ହୋଇଛନ୍ତି । 

ଅଶ୍ୱିନ ଭାରତରେ 250 ୱିକେଟ ହାସଲ କରିବାରେ ତୃତୀୟ ବୋଲର ହୋଇଛନ୍ତି । ଏହା ପୂର୍ବରୁ କୁମ୍ୱଲେ ଏବଂ ହରଭଜନ ସିଂହ ଏହି କିର୍ତ୍ତୀ ହାସଲ କରିଥିଲେ । ଭାରତରେ ସବୁଠାରୁ ଅଧିକ ୱିକେଟ ହାସଲ କରିବାର ବୋଲରଙ୍କ କଥା ଯଦି କହିବା ତେବେ କୁମ୍ୱଲେ ସବୁଠାରୁ ଆଗରେ ରହିଛନ୍ତି । ଭାରତର ସବୁଠାରୁ ସଫଳ ଟେଷ୍ଟ ବୋଲର କୁମ୍ୱଲେ ଘରୋଇ ପଡିଆରେ 63 ଟେଷ୍ଟ ମ୍ୟାଚରେ 350 ୱିକେଟ ନେଇଛନ୍ତି । ହରଭଜନ ସିଂହ 55ଟି ଟେଷ୍ଟ ମ୍ୟାଚରେ 265ଟି ୱିକେଟ ହାସଲ କରିଛନ୍ତି । 

ଭାରତ ତରଫରୁ ସବୁଠାରୁ ଅଧିକ ୱିକେଟ ନେଇଥିବା ବୋଲରଙ୍କ ମଧ୍ୟରେ କୁମ୍ୱଲେ 619 ଏବଂ କପିଲ ଦେବ 434 ୱିକେଟ ନେଇଛନ୍ତି । ସେହିପରି ହରଭଜନ ସିଂହ ନାରେ 417 ଟେଷ୍ଟ ୱିକେଟ ରହିଛି । ଏହି ମ୍ୟାଚ ପୂର୍ବରୁ ଅଶ୍ୱିନଙ୍କ ନାଁରେ ଭାରତରେ ଖେଳିଥିବା 41 ମ୍ୟାଚରେ 249 ୱିକେଟ ରହିଛି । ଅଶ୍ୱିନଙ୍କ କ୍ୟାରିୟର କଥା ଯଦି କହିବା ତେବେ ତାଙ୍କ ନାଁରେ 69 ଟେଷ୍ଟ ମ୍ୟାଚରେ 358 ୱିକେଟ ରହିଛି । ସେ ଟେଷ୍ଟ ମ୍ୟାଚରେ ସବୁଠାରୁ ଦ୍ରୁତ ଗତିରେ 350 ୱିକେଟ ହାସଲ କରିଥିବା ବୋଲର । 

ଉଲ୍ଲେଖଯୋଗ୍ୟ ଯେ ଇନ୍ଦୋର ଟେଷ୍ଟ ମ୍ୟାଚରେ ବାଂଲାଦେଶ ଟସ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲା । ଖବର ପ୍ରକାଶ ସୁଦ୍ଧା ବାଂଲାଦେଶ 7 ୱିକେଟ ହରାଇ 140 ରନ ହାସଲ କରିଥିଲା