Home > କ୍ରୀଡ଼ା
ICCର ODI ରାଙ୍କିଙ୍ଗ ଜାରି, ବୁମରାହ ନମ୍ୱର ୱାନ, ବିରାଟ ଏବଂ ରୋହିତ ମଧ୍ୟ ଶୀର୍ଷରେ
Khabar Odisha:National-sports-Virat-Kohli-And-Jasprit-Bumrah-Retain-Their-Top-Position-In-ICC-Odi-Ranking-Released
ନୂଆଦିଲ୍ଲୀ, ନଭେମ୍ବର ୧୨ (ଖବର ଓଡ଼ିଶା):

ଭାରତୀୟ କ୍ରିକେଟ ଟିମର ଅଧିନାୟକ ଏବଂ ଦ୍ରୁତ ବୋଲର ଜସପ୍ରିତ ବୁମରାହ ଆଇସିସିର ସଦ୍ୟ ରାଙ୍କିଙ୍ଗରେ ନିଜର ସ୍ଥାନ ବଜାୟ ରଖିଛନ୍ତି । ମଙ୍ଗଳବାର ଦିନ ଜାରି ହୋଇଥିବା ଦିନିକିଆ ରାଙ୍କିଙ୍ଗରେ ବିରାଟ କୋହଲି 895 ଅଙ୍କ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ସେହପରି ଟିମ ଇଣ୍ଡିଆର ଧୂଆଁଧାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା 863 ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । 

ବ୍ୟାଟ୍ସମ୍ୟାନଙ୍କ ରାଙ୍କିଙ୍ଗ ଲିଷ୍ଟରେ ପାକିସ୍ତାନର ବ୍ୟାଟ୍ସମ୍ୟାନ ବାବର ଆଜମ ତୃତୀୟ, ଫାଫ ଡୁପ୍ଲେସିସ ଚତୁର୍ଥ ଏବଂ ରସ ଟେଲର ପଞ୍ଚମ ସ୍ଥାନରେ ରହିଛନ୍ତି । 

ଅନ୍ୟପଟେ ବୋଲିଂ ରାଙ୍କିଙ୍ଗରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମରାହ 797 ଅଙ୍କ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ନୂଆ ରାଙ୍କିଙ୍ଗରେ ଟପ-10 ମଧ୍ୟରେ ବୁମରାହ ଏକମାତ୍ର ଭାରତୀୟ ବୋଲର । ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ 740 ଅଙ୍କ ସହ ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଏହାସହ ତୃତୀୟ, ଚତୁର୍ଥ, ଏବଂ ପଞ୍ଚମ ସ୍ଥାନରେ ଆଫଗାନୀସ୍ତାନର ମୁଜୀବ ଜଦରାନ, ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ଏବଂ ଅଷ୍ଟ୍ରେଲିଆର ପେଟ କମିନ୍ସ ରହିଛନ୍ତି ।