Home > କ୍ରୀଡ଼ା
ଦ୍ୱିତୀୟ ଟେଷ୍ଟରେ ବି ହାରିଲା ଭାରତ, ୧୭ ବର୍ଷ ପରେ ନ୍ୟୁଜିଲାଣ୍ଡ ଟିମକୁ ୨-୦ରେ ମିଳିଲା ବିଜୟ
Khabar Odisha:Soprts-cricket-India-Vs-Zew-Zealnd-Test-New-Zealand-won-by-7-wickets-India-returns-country-after-lost-Test-series

ଖ୍ରୀଷ୍ଟଚର୍ଚ୍ଚ, ମାର୍ଚ୍ଚ ୦୨ (ଖବର ଓଡ଼ିଶା): ନ୍ୟୁଜିଲାଣ୍ଡରେ ବିରାଟ ବାହିନୀ ଟେଷ୍ଟ ଶୃଙ୍ଖଳା ହାରିଛି । ୱେଲିଂଟନରେ ପ୍ରଥମ ଟେଷ୍ଟ ମ୍ୟାଚକୁ ନ୍ୟୁଜିଲାଣ୍ଡ ୧୦ ୱିକେଟରେ ବିଜୟୀ ହୋଇଥିବା ବେଳେ ଖ୍ରୀଷ୍ଟର୍ଚ୍ଚରେ ଦ୍ୱିତୀୟ ଟେଷ୍ଟକୁ ୭ ୱିକେଟରେ ନିଜର କରିଛି । ଭାରତ ପ୍ରଥମ ଇନିଂସରେ ୨୪୨ ରନ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୧୨୪ ରନ କରିଥିଲା । ସେହିଭଳି ନ୍ୟୁଜିଲାଣ୍ଡ ପ୍ରଥମ ପାଳିରେ ୨୩୫ ରନ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୩ଟି ୱିକେଟ ହରାଇ ୧୩୨ ରନ କରିଛି । ଦୀର୍ଘ ୧୭ ବର୍ଷ ପରେ ନ୍ୟୁଜିଲାଣ୍ଡ ଟିମ ଭାରତକୁ ୨-୦ରେ ପରାସ୍ତ କରିଛି । 

ଭାରତ ପ୍ରଥମ ପାଳିରେ ଏକ ପ୍ରକାର ଭଲ ପ୍ରଦର୍ଶନ କରିଥିଲେ ବି ଦ୍ୱିତୀୟ ପାଳିରେ ନୈରାଶ୍ୟ ଜନକ ବ୍ୟାଟିଂ କରିଥିଲା । ଅପରପକ୍ଷେ ଘରୋଇ ଦଳ ଉଭୟ ଇନିଂସରେ ଭଲ ପ୍ରଦର୍ଶନ କରିଥିଲା । ଦଳର ଓପନର ଟମ ଲାଥମ (୫୨) ଓ ଟମ ବ୍ଲଣ୍ଡେଲ (୫୫ ରନ) ଅର୍ଦ୍ଧଶତକ ହାସଲ କରିଥିଲେ । ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଟମ ବ୍ଲଣ୍ଡେଲ ଓ ଅଧିନାୟକ କେନ ୱିଲିୟମସନ (୫)ଙ୍କୁ ଆଉଟ କରିଥିଲେ । ସେହିପରି ଉମେଶ ଯାଦବଙ୍କ ବଲରେ ଆଉଟ ହୋଇଥିଲେ ଟମ ଲାଥମ । ଏହି ଟେଷ୍ଟରେ ନ୍ୟୁଜିଲାଣ୍ଡ ସବୁ ଦିଗରେ ଭଲ ପ୍ରଦର୍ଶନ କରିଥିଲା ।

ଖ୍ରୀଷ୍ଟଚର୍ଚ୍ଚସ୍ଥିତ ଓଭାଲ ପଡ଼ିଆରେ ନ୍ୟୁଜିଲାଣ୍ଡ ଟସ ଜଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ବ୍ୟାଟିଂ କରିଥିଲା । ମାତ୍ର କୋହଲି ବାହିନୀର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଟିମ ୨୪୨ ରନରେ ଅଟକି ଯାଇଥିଲା । 

ନ୍ୟୁଜିଲାଣ୍ଡର ଓପନର ଟମ ଲାଥମ ୫୨ ରନ ସଂଗ୍ରହ କରିଥିଲେ । ସେ ୧୨୨ଟି ବଲ ଖେଳି ୫ଟି ଚୌକା ସହାୟତାରେ ଏହା ହାସଲ କରିଥିଲେ । ମହମ୍ମଦ ସାମିଙ୍କ ଦ୍ୱାରା ବୋଲରେ ସେ ପାଭଲିଅନ ଫେରିଯାଇଥିଲେ । ଅନ୍ୟତମ ଓପନର ଟମ ବ୍ଲଣ୍ଡେଲ ୭୭ଟି ବଲ ସମ୍ମୁଖୀନ ହୋଇ ୩୦ ରନ କରିଥିଲେ । ସେ ଉମେଶ ଯାଦବଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ହୋଇ ଆଉଟ ହେବା ପରେ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ ଅଧିନାୟକ କେନ ୱିଲିୟମସନ । ଦଳର ମାଇଲ ଖୁଣ୍ଟ କୁହାଯାଉଥିବା ୱିଲିୟମସନ ମଧ୍ୟ ବିପର୍ଯ୍ୟୟର ଶିକାର ହୋଇଥିଲେ । ସେ ୩ଟି ବଲର ସମ୍ମୁଖୀନ ହୋଇ ଭାରତୀୟ ବୋଲର ଯଶପ୍ରୀତ ବୁମରାଙ୍କ ଦ୍ୱାରା ଆଉଟ ହୋଇଥିଲେ ।ସେହିପରି ବିସ୍ଫୋରକ ବ୍ୟାଟ୍ସମ୍ୟାନ ରସ ଟେଲରଙ୍କ ବ୍ୟାଟ କାମ କରି ନଥିଲା । ସେ ୩୭ଟି ବଲ ଖେଳି ଦଳ ପାଇଁ ମାତ୍ର ୧୫ ରନ ଯୋଡ଼ିଥିଲେ । ମଧ୍ୟକ୍ରମର ଅନ୍ୟତମ ବ୍ୟାଟ୍ସମ୍ୟାନ ହେନରୀ ନିକୋଲାସ ମଧ୍ୟ ପ୍ରଶଂସକଙ୍କୁ ସନ୍ତୁଷ୍ଟ କରିପାରି ନଥିଲେ । ମହମ୍ମଦ ସାମୀଙ୍କ ବଲ ଅଧିନାୟକ ବିରାଟ କୋହଲିଙ୍କୁ କ୍ୟାଚ ଦେଇ ଆଉଟ ହେବା ପୂର୍ବରୁ ସେ ୨୭ଟି ବଲ ଖେଳି ୧୪ ରନ ସଂଗ୍ରହ କରିଥିଲେ ।  କୋଲିନ ଡି ଗ୍ରାଣ୍ଡହୋମ ୨୬ ରନ ଦଳ ପାଇଁ ଯୋଡ଼ି ଥିବା ବେଳେ କାଏଲ ଜେମିସନ ୪୯ ରନ ସଂଗ୍ରହ କରିଥିଲେ । 

 

  • Tags: