Home > କ୍ରୀଡ଼ା
ଡାନିଲ ମେଦଭେଦେବଙ୍କୁ ପରାସ୍ତ କରି ୟୁଏସ ଓପନ ଚାମ୍ପିଅନ ହେଲେ ରାଫେଲ ନାଡାଲ
Khabar Odisha:Sports-tenis-Rafael-Nadal-defeats-Daniil-Medvedev-to-win-US-Open-2019

ନ୍ୟୁୟର୍କ, ସେପ୍ଟେମ୍ବର ୦୯ (ଖବର ଓଡ଼ିଶା): ସ୍ପେନ ଷ୍ଟାର ରାଫେଲ ନାଡାଲ ଋଷିଆର ଡାନିଲ ମେଦଭେଦେବଙ୍କୁ ଏକ କଡ଼ା ମୁକାବିଲାରେ ପରାସ୍ତ କରି ୟୁଏସ ଓପନ ଟାଇଟଲ ଜିତିଛନ୍ତି । ଫାଇନାଲ ମ୍ୟାଚରେ ପାଖାପାଖି ୫ ଘଣ୍ଟା ଯାଏଁ ଲଢ଼ାଇ ହୋଇଥିଲା । ମେଦଭେଦେବଙ୍କୁ ନାଡାଲ ୭-୫,୬-୩, ୫-୭, ୪-୬, ୬-୪ରେ ପରାସ୍ତ କରି କ୍ୟାରିୟରର ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି । ବିଶ୍ୱର ୨ ନମ୍ବର ଖେଳାଳି ନାଡାଲଙ୍କୁ ୫ନମ୍ବର ଡାନିଲ ମେଦଭେଦେବ ବିପକ୍ଷରେ ବିଜୟ ହାସଲ କରିବାକୁ ସଂଘର୍ଷ କରିବାକୁ ପଡିଛି ।

ଏହି ଟାଇଟଲ ଜିତିବା ପରେ ନାଡାଲ ସୁଇସ ଷ୍ଟାର ରୋଜର ଫେଡରରଙ୍କ ସର୍ବକାଳୀନ ପୁରୁଷ ରେକର୍ଡ ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି । ସେ ଅଧିବେଶନର ଆରମ୍ଭରେ ଆଘାତ ପାଇବା ପରେ ଯେତେବେଳେ ନେଟ୍ସକୁ ଫେରିଥିଲେ ଦ୍ୱାଦଶ ଫ୍ରାଚ ଓପନ ଟାଇଟଲ ହାସଲ କରିଥିଲେ । ଏଥିସହିତ ସେ ୪ର୍ଥ ୟୁଏଓ ଓପନ ମଧ୍ୟ ନିଜ ନାଁରେ କରିଥିଲେ ।

ନାଡାଲ ଏବେ ଫେଡରର, ପିଟ ସମ୍ପ୍ରାସ ଓ ଜିମୀ କୋନୋର୍ସର ୟୁଏସ ଓପନ ରେକର୍ଡ ଠାରୁ ମାତ୍ର ଗୋଟିଏ ଟାଇଟଲ ପଛରେ ଅଛନ୍ତି । ମେଦଭେଦେବ ୨୩ ବର୍ଷ ବୟସରେ ପ୍ରଥମ ଥର ଗ୍ରାଣ୍ଡସ୍ଲାମ ଫାଇନାଲରେ ପହଞ୍ଚିଥିଲେ । ବିଗତ ୬ ମାସ ମଧ୍ୟରେ ସେ ଭଲ ଖେଳିଛନ୍ତି । 

  • Tags: