Home > କ୍ରୀଡ଼ା
ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗ: ପ୍ରଥମ ସ୍ଥାନ ଜାରି ରଖିଲେ ବିରାଟ କୋହଲି-ଯଶପ୍ରୀତ ବୁମରା
Khabar Odisha:Sports-ICC-ODI-ranking-Virat-Kohli-Jasprit-Bumrah-maintain-top-position-in-ICC-rankings

ଦୁବାଇ, ଅକ୍ଟୋବର ୦୪ (ଖବର ଓଡ଼ିଶା): ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଦିନିକିଆର ର‌୍ୟାଙ୍କିରେ ନିଜର ଶ୍ରେଷ୍ଠ ସ୍ଥାନ ଜାରି ରଖିଛନ୍ତି । କୋହଲି ପ୍ରଥମ ସ୍ଥାନ ଜାରି ରଖିଥିବା ବେଳେ ଉପଅଧିନାୟକ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନ ଜାରି ରଖିଛନ୍ତି । ଅପରପକ୍ଷେ ଯଶପ୍ରୀତ ବୁମରା ବୋଲିଂରେ ଶ୍ରେଷ୍ଠ ର‌୍ୟାଙ୍କିଙ୍ଗ ରଖିଛନ୍ତି । 

ପାକିସ୍ତାନର ମହମ୍ମଦ ଅମୀର ୬ଟି ପାଦ ଆଗକୁ ବଢ଼ି ସର୍ବଶ୍ରେଷ୍ଠ ୭ମ ସ୍ଥାନରେ ପହଂଚିଛନ୍ତି । ଏହି ବାମହାତୀ ବୋଲର ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚର ଘରୋଇ ଶୃଙ୍ଖଳାରେ ୪ଟି ୱିକେଟ ନେଇଥିଲେ । ପାକିସ୍ତାନର ଏହି ବାମହାତୀ ବୋଲର ଫଖର ଜମାନ ୨ଟି ପାଦ ଆଗକୁ ଆସିଛନ୍ତି । ତାଙ୍କୁ ୧୬ତମ ସ୍ଥାନ ମିଳିଛି । ହରିସ ସୋହେଲ ମଧ୍ୟ ୩ଟି ସ୍ଥାନ ଉନ୍ନୀତ ହୋଇ ୩୨ତମ ସ୍ଥାନରେ ପହଂଚିଛନ୍ତି । 

ଟିମ ର‌୍ୟାଙ୍କିଙ୍ଗରେ ଇଂଲଣ୍ଡ ୧୨୫ ପଏଣ୍ଟ ହାସଲ କରି ତାଲିକାର ଶୀର୍ଷରେ ରହିଛି । ଭାରତ (୧୨୨) ସହ ଦ୍ୱିତୀୟ ସ୍ଥାନ ପାଇଥିବା ବେଳେ ଭାରତ ପଛକୁ ୧୦ ପଏଣ୍ଟ କମ ପାଇଁ ନ୍ୟୁଜିଲାଣ୍ଡ (୧୧୨) ତୃତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ୪ର୍ଥ, ଦକ୍ଷିଣ ଆଫ୍ରିକା ୫ମ, ପାକିସ୍ତାନ ୬ଷ୍ଠ, ବାଂଲାଦେଶ ୭ମ, ଶ୍ରୀଲଙ୍କା ୮ମ ସ୍ଥାନରେ ରହିଛି । 

  • Tags: