Home > କ୍ରୀଡ଼ା
ଆଇସିସି ବିଶ୍ୱକପ ୨୦୨୩: ଯୋଗ୍ୟତା ପର୍ଯ୍ୟାୟ ଲିଗ-୨ରେ ଖେଳାଯିବ ୧୨୬ ମ୍ୟାଚ
Khabar Odisha:Sports-cricket-ICC-announced-league-2-schedule-for-2023--World-Cup-qualifiers

ନୂଆଦିଲ୍ଲୀ, ଅଗଷ୍ଟ ୧୩ (ଖବର ଓଡ଼ିଶା): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ସୋମବାର ବିଶ୍ୱକପ-୨୦୨୩ ପାଇଁ ପୁରୁଷ କ୍ରିକେଟ ବିଶ୍ୱ ଲିଗ-୨ କାର୍ଯ୍ୟକ୍ରମ ଜାରି କରିଛି । ଏହି ଲିଗ ବିଶ୍ୱକପ ପାଇଁ ଯୋଗ୍ୟତା ପର୍ଯ୍ୟାୟ ପ୍ରକ୍ରିୟାର ଅଂଶବିଷେଶ, ଯାହାକି ୪ ବର୍ଷ ଯାଏଁ ଚାଲିବ । ଲିଗ-୨ରେ ୭ଟି -ନାମିମ୍ବିଆ, ନେପାଳ, ଓମାନ, ପପୁଆ ନ୍ୟୁ ଗୟାନା, ସ୍କଟଟଲାଣ୍ଡ, ସଂଯୁକ୍ତ ଆରବ ଇମିରାତ ଓ ଆମେରିକା ସ୍ଥାନ ପାଇଛନ୍ତି ।

ଲିଗର କାର୍ଯ୍ୟକ୍ରମ ଅନୁସାରେ ୨୧ ତ୍ରିପାକ୍ଷୀକ ଶୃଙ୍ଖଳାରେ ମୋଟ ୧୨୬ଟି ମ୍ୟାଚ ଖେଳାଯିବ । ଶ୍ରେଷ୍ଠ ୩ଟି ଟିମକୁ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ପାଇଁ ସୁଯୋଗ ମିଳିବ । ନିମ୍ନରେ ଥିବା ୪ଟି ଟିମକୁ ୨୦୧୯ ଅଗଷ୍ଟରୁ ୨୦୨୨ ଜାନୁୟାରୀ ଯାଏଁ ୩୬ଟି ଦିନିକିଆ ମ୍ୟାଚ ଖେଳିବାକୁ ହେବ ।

ପ୍ଲେ ଅଫର ଶ୍ରେଷ୍ଠ ୨ଟି ଟିମ ବିଶ୍ୱକପ ଖେଳିବାକୁ ସୁଯୋଗ ପାଇପାରନ୍ତି । ଏଥି ପାଇଁ ୨୦୨୨ରେ ହେବାକୁ ଥିବା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟର ମ୍ୟାଚରେ ପାସ ହେବାକୁ ପଡ଼ିବ । 

 

  • Tags: