Home > କ୍ରୀଡ଼ା
ଆଇପିଏଲ: ଅଭ୍ୟାସ କଲେ ଧୋନୀ ଓ ରାଇନା, ସୋସିଆଲ ମିଡିଆରେ ଫଟୋ ଭାଇରାଲ
Khabar Odisha:Sports-cricket-Chennai-Super-Kings-share-photo-of-Dhoni-Raina-during-practice-on-social-media

ନୂଆଦିଲ୍ଲୀ, ମାର୍ଚ୍ଚ ୦୬ (ଖବର ଓଡ଼ିଶା): ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସଂସ୍କରଣ ଆଉ ୨୨ ଦିନ ପରେ ଆରମ୍ଭ ହୋଇଯିବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଚଳିତ ମାସ ୨୯ ତାରିଖରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ । ଏଥି ପାଇଁ ଉଭୟ ଦଳ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ଟିମର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବଂ ସୁରେଶ ରାଇନା ଜୋରଦାର ଝାଳ ବୁହାଇଛନ୍ତି । ଟିମ ଅଭ୍ୟାସ ସମୟର ଫଟୋ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି । 

ମହେନ୍ଦ୍ର ସିଂହ ଧୋନୀଙ୍କୁ ଶେଷଥର ପାଇଁ ୨୦୧୯ ବିଶ୍ୱକପର ସେମିଫାଇନାଲ ମ୍ୟାଚରେ ଦେଖିବାକୁ ମିଳିଥିଲା । ଦୀର୍ଘ ଦିନ ପରେ ରାଇନାଙ୍କୁ ପଡ଼ିଆରେ ଦେଖିବାକୁ ମିଳିବ । ସେ ଶେଷଥର ପାଇଁ ୨୦୧୮ ଜୁଲାଇରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଥିଲେ । ଇଂଲଣ୍ଡ ବିରୋଧରେ ତାଙ୍କୁ ଦିନିକିଆ ମ୍ୟାଚରେ ହେଡିଙ୍ଗଲି ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । ଚେନ୍ନାଇ ସୁପର କିଙ୍ଗସର ଜଣେ ଆଗଧାଡ଼ିର ଖେଳାଳି ହେଉଛନ୍ତି ରାଇନା ।    

 

  • Tags: