Home > କ୍ରୀଡ଼ା
ଜମ୍ମୁ କଶ୍ମୀର: ନବରାତ୍ରୀ ଅବସରରେ କଟରାରେ ଅନ୍ତର୍ଜାତୀୟ ମଲ୍ଲଯୁଦ୍ଧ ପ୍ରତିଯୋଗିତା ଆୟୋଜନ
Khabar Odisha:Sports-Mission-Dosti-Maha-Dangal-wrestling-competition-is-being-organised-in-Katra

ଶ୍ରୀନଗର, ଅକ୍ଟୋବର ୦୪ (ଖବର ଓଡ଼ିଶା): ଜମ୍ମୁ କଶ୍ମୀରର କଟରାରେ ନବରାତ୍ରୀ ଅବସରରେ ‘ମିଶନ ଦୋସ୍ତି ମହା ଦଙ୍ଗଲ’ ଅନ୍ତର୍ଜାତୀୟ ମଲ୍ଲଯୁଦ୍ଧ ପ୍ରତିଯୋଗିତା ଆୟୋଜନ ହୋଇଛି । ପ୍ରତିଯୋଗିତାରେ କଶ୍ମୀରର ପ୍ରଥମ ମହିଳା ମଲ୍ଲଯୋଦ୍ଧା ନହିଦା ନାବି ମଧ୍ୟ ଅଂଶଗ୍ରହଣ କରିଛନ୍ତି । 

ମଲ୍ଲଯୁଦ୍ଧ ପ୍ରତିଯୋଗିତା ଅବସରରେ ନହିଦା ନବି କହିଛନ୍ତି, ଯଦି ସରକାର ମୋ ପାଇଁ ବ୍ୟବସ୍ଥା କରିବେ, ତା’ହେଲେ ଏକ ଟିମକୁ ତାଲିମ ଦେବା ପାଇଁ ପ୍ରସ୍ତୁତ ଅଛି । ଏଠାରେ ବାଳିକା ମାନେ ଖେଳର ମୂଲ୍ୟ ବୁଝି ନାହାନ୍ତି । ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରୁଛି, ସେ ‘ବେଟୀ ବଚାଓ, ବେଟି ପଢ଼ାଓ, ଓ ବେଟୀଙ୍କୁ ପହଲମାନ ବନାନ୍ତୁ । ଯୁବପୀଢ଼ି କ୍ରୀଡ଼ାରେ ଅଂଶଗ୍ରହଣ କରନ୍ତୁ ବୋଲି ସେ ଅପିଲ କରିଛନ୍ତି । 

  • Tags: